ପୁଣି ଚର୍ଚ୍ଚାରେ ସାଂସଦ Anubhav Mohanty, ସୋସିଆଲ ମିଡିଆରେ ଘୁରି ବୁଲୁଛି ଫଟୋ ଓ ଭିଡିଓ…

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ତଥା ଲୋକପ୍ରିୟ ଚଳଚିତ୍ରର ଅଭିନେତା ଅନୁଭବ ମହାନ୍ତି । ଏଥର କୌଣସି ପାରିବାରିକ ମାମଲା କୁ ନେଇ ବିବାଦ ନୁହେଁ ବରଂ ନିଜର ଅପକମିଙ୍ଗ ଫିଲ୍ମ ପାଇଁ ସେ ଚର୍ଚ୍ଚା କୁ ଆସିଛନ୍ତି । ବର୍ତ୍ତମାନ ଯେତେବେଳେ ଓଡିଆ ସିନେମାର ଧାରା ବଦଳୁଛି ଯେତେବେଳେ ଓଡିଶାରେ ମୌଳିକ କାହାଣୀର ଆଦର ବଢୁଛି, ଯେତେବେଳେ ଉଧାରଣ ସ୍ୱରୂପ ଆମେ ଦମନ ଚଳଚିତ୍ର କୁ ନେଉଛନ୍ତି ଠିକ ସେତିକି ବେଳେ ପୁଣିଥରେ କେନ୍ଦ୍ରାପଡା ସାଂସଦ କମବ୍ୟାକ କରୁଛନ୍ତି ।

ଏହାକୁ ନେଇ ନାନାଦି ଆଲୋଚନା ମଧ୍ୟ ଚାଲିଛି । ଭିନ୍ନ ଭିନ୍ନ କଥା ପ୍ରଶଂସକ ମାନଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ପ୍ରଶଂସକ ମାନେ ବର୍ତ୍ତମାନ ପୁଣି ଭାଇ ଫେରିଲେ ବୋଲି କହୁଛନ୍ତି । ଆଉ ସୋ-ସି-ଆ-ଲ ମି-ଡି-ଆ ରେ ଅପକମିଙ୍ଗ ଫିଲ୍ମ କୁ ନେଇ ମଧ୍ୟ ନିଜେ ନିଜେ ବ୍ୟାନର ତିଆରି କରି ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଲେଣି ।

ତେବେ ଦୀର୍ଘ 4 ବର୍ଷ ପରେ ପ୍ରଶଂସକ ମାନେ ଯେଉଁ ପ୍ରଶ୍ନ ଅନୁଭବ ଙ୍କୁ ପଚାରୁଥିଲେ ଏହି ପରବର୍ତ୍ତୀ ସିନେମାରେ ତାହାର ଉତ୍ତର ସମସ୍ତଙ୍କୁ ନିଶ୍ଚିତ ଭାବରେ ମିଳିଯିବ । ପ୍ରଶଂସକ ଙ୍କ ପ୍ରଶ୍ନ ତଥା ସିନେ ପ୍ରେମୀ ଙ୍କ ପ୍ରଶ୍ନ ଏବେ ସମସ୍ତଙ୍କ ପ୍ରଶ୍ନ ରେ ପୂର୍ଣ୍ଣଛେଦ ପଡୁଛି । କାରଣ ଅନୁଭବ ଙ୍କ ଡ୍ରିମ ପ୍ରୋଜେକ୍ଟ ରାବଣ କୁ ବଡ ଆକାରରେ ରିଲିଜ କରାଯିବାର ଯୋଜନା ରହିଛି । କିନ୍ତୁ ଏହା ପୂର୍ବରୁ ଅନୁଭବ ଙ୍କ ଆଉ ଏକ ସିନେମା ନିର୍ମାଣ ହୋଇ ପଦାକୁ ଆସିବାକୁ ଯାଉଅଛି ।

ଯାହାର ନାମ ହେଉଛି “ଲଭ ଇନ ଲଣ୍ଡନ” । ଏହାର ସୁ-ଟି-ଙ୍ଗ ବର୍ତ୍ତମାନ ଲଣ୍ଡନରେ ଚାଲିଛି ଏବଂ ଅନୁଭବ ବର୍ତ୍ତମାନ ଲଣ୍ଡନ ରେ ଅଛନ୍ତି । କିନ୍ତୁ ସେ ଏ ନେଇ କୌଣସି ସୂଚନା ଦେଇ ନାହାଁନ୍ତି ମାତ୍ର ସୋ-ସି-ଆ-ଲ ମି-ଡି-ଆ ରେ ସୁ-ଟି-ଙ୍ଗ ସେଟ ର ଗୁଡାଏ ଫଟୋ ଏବଂ ଭି-ଡି-ଓ ଦେଖିବାକୁ ମିଳୁଛି । ତେବେ ଏହିସବୁ ଭିତରେ ଅନୁଭବ ଙ୍କ ଅପକମିଙ୍ଗ ଫିଲ୍ମ ପାଇଁ ଅନେକ ଅନେକ ଶୁଭେଛା ଜଣାଇଛନ୍ତି ତାଙ୍କ ଫ୍ୟାନ୍ସ ମାନେ ।

ବର୍ତ୍ତମାନ ଅନେକ ଦିନ ପରେ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଟିଭି ପରଦାରେ ଦେଖିବାକୁ ଯାଉଛନ୍ତି । ଏ ନେଇ ଫ୍ୟାନ୍ସ ମାନଙ୍କ ଖୁସି କହିଲେ ନ ସରେ । ଭଗବାନ ତାଙ୍କୁ ସଫଳ କରନ୍ତୁ କିଛି ଦିନ ହେବ ସେ ଅନେକ ମାନସିକ ଚିନ୍ତା ରେ ରହୁଥିଲେ କିନ୍ତୁ ବର୍ତ୍ତମାନ ସେ ନିଜ କ୍ୟାରିୟର କୁ ନେଇ ବହୁତ ଖୁସି ଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *