ବନ୍ଧୁଗଣ ନମସ୍କାର, ତେବେ ବର୍ତ୍ତମାନ ପୁଣି ଚର୍ଚ୍ଚା ରେ ଅଭିନେତ୍ରୀ ପ୍ରକୃତି ମିଶ୍ର । ତୃପ୍ତି ଙ୍କ ନାଁ ରେ ଅଭିଯୋଗ ନେଇ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର । ମୁମ୍ବାଇ ରୁ ଫେରି ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି ଓଲିଉଡ ତଥା ବଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର । ତାଙ୍କ ଉପରେ ଯେଉଁ ଆକ୍ରମଣ ହୋଇଥିଲା ଏ ନେଇ ପୋଲିସ ରେ ଏତଲା ଦିଆ ଯାଇଥିଲା । କିନ୍ତୁ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ।
ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରକୃତି ମିଶ୍ର । ଏ ନେଇ ହାଇକୋର୍ଟ ସେ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଠାରେ ଆମେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, କିଛି ଦିନ ତଳେ ଅଭିନେତା ବାବୁସାନ ଙ୍କ ସହିତ ପ୍ରକୃତି ମିଶ୍ର ଥିଲା ବେଳେ ତାଙ୍କ ଉପରେ ଆକ୍ରମଣ ହେବାର ଏକ ଭିଡିଓ ଭାଇରାଲ ହୋଇଥିଲା ।
ସେହି ଭିଡିଓ ରେ ଅଭିନେତା ବାବୁସାନ ଙ୍କ ପତ୍ନୀ ତୃପ୍ତି ଏବଂ ତାଙ୍କ ବାପା ତଥା ଆଉ କିଛି ସମ୍ପର୍କୀୟ ପ୍ରକୃତି ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ ପ୍ରକୃତି ମିଶ୍ର । ପ୍ରକୃତରେ ଙ୍କ ସହିତ ବାବୁସାନ ଙ୍କ କଲର ଭିଡି ତାଙ୍କ ପତ୍ନୀ ତୃପ୍ତି ତାଙ୍କୁ ମାଡ଼ ମାରିଥିଲେ । ପ୍ରକୃତି ଙ୍କ ଉପରେ ହୋଇଥିଲା ମରାନ୍ତକ ଆକ୍ରମଣ ଏବଂ ତାଙ୍କୁ ଧମକ ମଧ୍ୟ ମିଳିଥିଲା ।
ଯାହାକୁ ନେଇ ପ୍ରକୃତି ଙ୍କ ବାପା ମନ୍ମଥ ମିଶ୍ର ଓ ମାଆ କୃଷ୍ଣପ୍ରିୟା ମିଶ୍ର ଥାନା ର ଦ୍ବାରସ୍ଥ ମଧ୍ୟ ହୋଇଥିଲେ । କିନ୍ତୁ ଏ ନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଶେଷରେ ହାଇକୋର୍ଟ ଙ୍କ ଦ୍ଵାରସ୍ଥ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।
ତେବେ ଏହି ମାମଲା ର ପୋଲିସ କିଭଳି ଭାବରେ ତଦନ୍ତ କରି ପଦକ୍ଷେପ ଗ୍ରହଣ କରୁଛି ତାହା ତ ଆଗାମୀ ଦିନ ଗୁଡ଼ିକ ରେ ହିଁ ଦେଖିବାକୁ ମିଳିବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତରେ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।