ଫ୍ୟାନଙ୍କ ମେଳରେ ଫସିଲେ ଅଭିନେତା Anubhav Mohanty…ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଅନୁଭବ ମହାନ୍ତିଙ୍କୁ ନିଶ୍ଚୟ ଦେଖିଥିବେ । ଅନୁଭବ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଏବଂ ଆମ ଓଡିଶାରେ ଅନୁଭବଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ଅନୁଭବ ଜଣେ ଓଡିଆ ଅଭିନେତା ହେବା ସହ ଜଣେ ବରିଷ୍ଠ ରାଜନେତା ମଧ୍ୟ ଅଟନ୍ତି । ସେ ବିଜେଡି ଦଳରେ ସାଂସଦ ଅଛନ୍ତି ।

ଆସିବା ଦିନରୁ ଅନୁଭବ ନିଜ ଫିଲ୍ମ ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ହେଲେ ଗତ କିଛି ଦିନ ହେବ ଅନୁଭବ ନିଜ ପାରିବାରିକ କଳହକୁ ନେଇ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ତ ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ବର୍ଷ ତଳେ ଅନୁଭବ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ପ୍ରେମ ବିବାହ କରିଥିଲେ ।

ଉଭୟଙ୍କ ବିବାହ 2014 ମସିହାରେ ହୋଇଥିଲା । ହେଲେ ଉଭୟଙ୍କ ସମ୍ପର୍କ ଅଧିକ ବର୍ଷ ରହି ନଥିଲା ଯାହାଫଳରେ ଉଭୟ ଅଲଗା ହୋଇ ଯାଇଥିଲେ । ଏବେ ଉଭୟଙ୍କ ମାମଲା କୋର୍ଟରେ ବିଚାରଧିନ ଅବସ୍ଥାରେ ଅଛି । ଆଉ ଏହାରି ମଧ୍ୟରେ ଗତ କିଛି ସମୟ ହେବ ଅନୁଭବ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ଏବେ ଅନୁଭବଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ଅନୁଭବ ଏକ ପବ୍ଲିକ ପ୍ଲେସରେ ଅଛନ୍ତି । ଏମିତିରେ ଅନୁଭବ ନିଜ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଫସି ଯାଇଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ସାରା ଓଡିଶାରେ ଅନୁଭବଙ୍କ ଫ୍ୟାନ ଫାଲୋଇଙ୍ଗ ବହୁତ ଅଧିକ ରହିଛି ।

ତାଙ୍କର ଏକ ଝଲକ ଦେଖିବା ପାଇଁ ଫ୍ୟାନ୍ସ ମାନେ ଚାହିଁ ରହିଥାନ୍ତି । ଆଉ ପବ୍ଲିକ ପ୍ଲେସରେ ଅନୁଭବଙ୍କୁ ଦେଖି ଫ୍ୟାନ୍ସ ମାନେ ତାଙ୍କୁ ଘେରି ଯାଇଥିଲେ ଆଉ ତାଙ୍କ ସହ ସେଲଫି ନେଇଥିଲେ । ଅନେକ ଦିନ ପରେ ଅନୁଭବ ନିଜ ଫ୍ୟାନ୍ସ ମାନଙ୍କ ସହ ନଜର ଆସିଛନ୍ତି । ଅନୁଭବ ବି ନିଜ ଫ୍ୟାନ୍ସ ମାନଙ୍କ ସହ ଫଟୋ ଉଠାଇ ବହୁତ ଖୁସି ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅନୁଭବଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *