ପ୍ରାର୍ଥନା କରୁ କରୁ କଣ ପାଇଁ ଟଳି ପଡିଲେ ଛାତ୍ରୀ…

ଦର୍ଶକ ବନ୍ଧୁ ବେଳେବେଳେ ସୋସିଆଲ ମିଡିଆରେ ଏପରି କିଛି ଘଟଣା ସାମ୍ନାକୁ ଆସେ ଯାହା ସହଜରେ ଭୁଲି ହୁଏ ନାହିଁ । ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ଥିବେ ଆଉ ସବୁବେଳେ କିଛି ଅଜବ ଗଜବ ଘଟଣା ବିଷୟରେ ଜାଣୁ ଥିବେ । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଭିଡିଓରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ  ।

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ସ୍କୁଲ ଯିବା ବେଳେ ସାବଧାନ । ପ୍ରାର୍ଥନା କଲା ବେଳେ ରୁହନ୍ତୁ ସତର୍କ । କେତେବେଳେ କଣ ଘଟିବ ନିଜେ ବି ଜାଣି ପାରିବନି । ପ୍ରାର୍ଥନା କଲା ବେଳେ ମାଡି ବସିଲା ମୃତ୍ୟୁ । ଚାଲିଗଲା ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କ ଜୀବନ ।

ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ହାଇ ସ୍କୁଲରେ । ନବମ ଶ୍ରେଣୀରେ ପାଠ ପଢୁଥିବା ମନୀଷା ଆଜି ସକାଳ 6ଟା 15 ମିନିଟ ସମୟରେ ବିଦ୍ୟାଳୟ ବାରଣ୍ଡାରେ ପ୍ରାର୍ଥନା କରିବା ସମୟରେ ହଠାତ ତଳେ ପଡିଯାଇଥିଲେ ।

ଏହା ଫଳରେ ବିଦ୍ୟାଳୟର ଶିକ୍ଷକ ମାନେ ପ୍ରଥମେ ଧାମନଗର ଡାକ୍ତର ଖାନାକୁ ନେବା ପରେ ପ୍ରାଥମିକ ଚିକିତ୍ସା କରି ଭଦ୍ରକ ମୁଖ୍ୟ ଡାକ୍ତର ଖାନାକୁ ନେଇଗଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ ଡାକ୍ତର ଉକ୍ତ ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ଛାତ୍ରୀଙ୍କ ସମ୍ପର୍କୀୟ ଏବଂ ସ୍କୁଲ କିରାଣୀ ଛାତ୍ରୀଙ୍କୁ ଆଗରୁ କୌଣସି ରୋଗ ନଥିବା କହିଥିବା ବେଳେ ସବ ବେବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣା ପଡିବ ମୃତ୍ୟୁର କାରଣ କଣ ରହିଛି ।

ତେବେ ଏହି ଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ ସମଗ୍ର ଅଞ୍ଚଳରେ ଏବେ ଶୋକର ସାଗର ଖେଳି ଯାଇଛି । ବନ୍ଧୁଗଣ ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *