ଲ୍ୟାଣ୍ଡଫଲ ସମୟରେ Florida ରେ ପ୍ରଳୟ ରଚିଲା Hurricane Ian ବାତ୍ୟା, କେଉଁଠି ଛାତ ଉଡେଇ ନେଉଛି ତ କେଉଁ ପଣି ମାଡି ଆସୁଛି, ଦେଖନ୍ତୁ ସେହି ସମୟର ଭୟଙ୍କର ଦୃଶ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଅତି ପ୍ରବଳ ବର୍ଷା ଓ ଗର୍ଜନ କରୁଥିବା ପବନ ନେଇ ବୁଧବାର ଦିନ ବାତ୍ୟା ‘ଇଆନ୍‌’ ‌ଯୁକ୍ତରାଷ୍ଟ୍ର ଆମେରିକା ଫ୍ଲୋରିଡାର ଦକ୍ଷିଣପଶ୍ଚିମ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିଛି । ତେବେ କ୍ୟୁବା ଣ୍ଡବ ରଚିବା ପରେ ଅତି ଭୟଙ୍କର ତୋଫାନ ‘ଇୟାନ’ ଆମେରିକାର ଫ୍ଲୋରିଡାରେ ଜବରଦସ୍ତ ମାଡ଼ ହୋଇଛି । ବୁଧବାର ଦିନ ଫ୍ଲୋରିଡାର ଦକ୍ଷିଣ-ପଶ୍ଚିମ କୂଳରେ ମୋନଷ୍ଟର ୪ ଶ୍ରେଣୀ ଭାବେ ତୋଫାନ ‘ଇୟାନ’ ପ୍ରବଳ ବର୍ଷା ଓ ପବନ ସହ ଲ୍ୟାଣ୍ଡଫଲ୍‌ କରିଥିଲା ।

ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବାସହ ପାଣିରେ ଅନେକ କାର୍‌, ଘର ଭାସି ଯାଇଛି । ଏହି ଭୟଙ୍କର ତୋଫାନ ଯୋଗୁ ଫ୍ଲୋରିଡା ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ‘ଦି ନ୍ୟାସ୍‌ନାଲ୍‌ ହରିକେନ୍‌ ସେଣ୍ଟର୍‌’ କହିଛି ଯେ, ଅତ୍ୟନ୍ତ ବିପଜ୍ଜନକ ବାତ୍ୟା ‘ଇଆନ୍‌’ର କେନ୍ଦ୍ରସ୍ଥଳ ଅପରାହ୍ଣ ୩.୦୫ରେ ଫୋର୍ଟ ମାୟାର୍ସ ନଗରୀର ପଶ୍ଚିମ ପ୍ରାନ୍ତରେ ଥିବା କେୟୋ କୋଷ୍ଟା ଦ୍ବୀପରେ ପଡ଼ିଛି ।

ଘଣ୍ଟାପ୍ରତି ୨୪୧ କିଲୋମିଟର୍‌ ବେଗରେ ପ୍ରବାହିତ ‘୪ର୍ଥ ବର୍ଗ’ର ବାତ୍ୟା ‘ଇଆନ୍‌’ ସମଗ୍ର ଫ୍ଲୋରିଡା ଉପଦ୍ବୀପରେ ଖଣ୍ଡପ୍ରଳୟ ସୃଷ୍ଟି କରିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଏଯାବତ୍‌ ରେକର୍ଡ ହୋଇଥିବା ମହାବାତ୍ୟା ମଧ୍ୟରୁ ‘ଇଆନ୍‌’ ହେଉଛି ସବୁଠୁ ଶକ୍ତିଶାଳୀ । ବାତ୍ୟାର ଯୋଗୁଁ ବିଜୁଳି ସରବରାହରେ ବ୍ୟାଘାତ ଘଟିବାରୁ ୧.୮ ନିୟୁତ ଲୋକଙ୍କ ଘରୁ ବିଜୁଳି ଚାଲିଯାଇଛି ।

ତିନୋଟି କାଉଣ୍ଟିର ପ୍ରାୟ ସମସ୍ତ ବାସଭବନ ଓ ବ୍ୟବସାୟ ପ୍ରତିଷ୍ଠାନରେ ବିଜୁଳି ଶକ୍ତି ନାହିଁ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏପି’ ରିପୋର୍ଟ କରିଛି । ତେବେ ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରବାହ ସମୟରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ଯେ, ଉଭଁରି ଖେଳୁଥିବା ପାଣିରେ ବାଟଘାଟ ବୁଡ଼ିଯିବା ସହ କାର୍‌ ଆଦି ଯାନବାହନ ମଧ୍ୟ ବୁଡ଼ିଯାଇ ପାଣି ସୁଅରେ ଭାସିଯାଉଛି ।

ପବନ ମାଡ଼ରେ ସାମ୍ବାଦିକ ମାନେ ଉଡ଼ିଯାଉଥିବା ଓ ସମୁଦ୍ରରୁ ସାର୍କମାଛ (ହାଙ୍ଗର) ଉଠିଆସି ରାସ୍ତାଘାଟରେ ଚାଲୁଥିବାର ଦୃଶ୍ୟ ମଧ୍ୟ କେତେକ ଭିଡିଓରେ ଦେଖାଯାଉଛି । କେତେକ ସ୍ଥାନରେ ବିଜୁଳି ଟ୍ରାନ୍‌ସ୍‌ଫରର୍ମର ମଧ୍ୟ ଉଡିଯାଉଥିବା ଦେଖାଯାଉଛି । ସୂଚନାଯୋଗ୍ୟ, ଫ୍ଲୋରିଡାରେ ସ୍ଥଳଭାଗରେ ପଡ଼ିବା ପୂର୍ବରୁ ବାତ୍ୟା ‘ଇଆନ୍‌’ କ୍ୟୁବାକୁ ଛାରଖାର କରିପକାଇବା ସହ ଦେଶର ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅକାମିକା କରିଦେଇଥିଲା ।


ଜନ ସାଧାରଣଙ୍କ ଆଶ୍ବାସନା ଦେଇ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ସରକାର ସେ ଅଞ୍ଚଳ ପରିଷ୍କାର ପରିଚ୍ଛନ କରିବା ସହିତ ପୁନଃନିର୍ମାଣ କରି ଫ୍ଲୋରିଡାକୁ ପୁଣି ଚଳଚଞ୍ଚଳ କରିବେ ।
ତେବେ ନ୍ୟାସନାଲ୍‌ ୱେଦର୍‌ ସର୍ଭିସ୍‌ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ‘ଏହି ତୋଫାନ ଏତେ ଭୟଙ୍କର ହେବାରେ ଲାଗିଛି ଯେ, ଫଳରେ ଆଗାମୀ ଦିନରେ ଆମ୍ଭେମାନେ ଏସମ୍ପର୍କରେ ଆଲୋଚନା କରିବା । ଏହା ଏକ ଐତିହାସିକ ଘଟଣା’ ।

ତୋଫାନ ‘ଇୟାନ’ ଯୋଗୁ ଟାମ୍ପା ଓ ଓରଲାଣ୍ଡ ଏୟାରପୋର୍ଟରୁ ସମସ୍ତ କମର୍ସିଆଲ୍‌ ବିମାନ ଉଡ଼ାଣ ବନ୍ଦ ରହିଛଇ । ଖାଲି ଏତିକି ନୁହେଁ ୮୫୦,୦୦୦ ଘରେ ବିଦ୍ୟୁତ୍‌ କାଟ୍‌ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାସହ ଏହି ତୋଫାନ ତାଣ୍ଡବ ରଚିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *