ପ୍ରଭୁ ରାମଙ୍କ ମୂର୍ତ୍ତି ନିର୍ମାଣ ସମୟରେ, ଆଖି ଅପରେସନ ହୋଇଥିଲା କିନ୍ତୁ ହଠାତ୍ ଗାଏବ ହୋଇଗଲା ଯନ୍ତ୍ରଣା… Ram Temple

ରାତି ରାତି ନଶୋଇ ଗଢି ଚାଲିଥିଲେ ପ୍ରଭୁ ରାମଙ୍କ ମୂର୍ତ୍ତି ! ମୂର୍ତ୍ତି ଗଢୁ ଗଢୁ ଆଖିର ଯନ୍ତ୍ରଣା ଦୂର ହୋଇଗଲା । ମୂର୍ତ୍ତି କାରିଗର ଯୋଗୀରାଜ ନିଜର ନିଖୁଣ ଭାବେ ମୂର୍ତ୍ତି ଗଢିବା ପାଇଁ ଅନେକ ପ୍ରଶଂଷା ପାଇଛନ୍ତି । ହେଲେ ଯେତେବେଳେ ଯୋଗୀରାଜ ପ୍ରଭୁ ରାମଲାଲାଙ୍କ ମୂର୍ତ୍ତି ଗଢିଛନ୍ତି । ସେତେବେଳେ ସାରା ଭାରତର ଦ୍ରୁଷ୍ଟି ତାଙ୍କ ଉପରେ ରହିଛି । ତେଣୁ ମୂର୍ତ୍ତି କାରିଗର ଯୋଗୀରାଜ ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି । ସାରା ଦେଶରେ ସେ ନିଜର ନିଖୁଣ ମୂର୍ତ୍ତିର କଳାକୃତି ପାଇଁ ନିଜର ଏକ ସ୍ଵତନ୍ତ୍ର ପରିଚୟ ଗଢି ପରିଛନ୍ତି ।

ତେବେ ସେ କେବେବି ସ୍ଵପ୍ନରେ ସୁଦ୍ଧା ଭାବିନଥିଲେ । ଯେ ତାଙ୍କ ହାତ ତିଆରି ମୂର୍ତ୍ତିକୁ ଅଯୋଧ୍ୟାରେ ପୂଜା କରାଯିବ । ସାରା ଦେଶର ଲୋକ ତାଙ୍କୁ ତାଙ୍କର ମୂର୍ତ୍ତି କାରିଗରୀ ପାଇଁ ଜାଣିବେ । ଯେତେବେଳେ ଯୋଗୀରାଜଙ୍କ ହାତ ତିଆରି ପ୍ରଭୁ ରାମ ମୂର୍ତ୍ତିକୁ ଅଯୋଧ୍ୟାରେ ସ୍ଥାପନ କରାଯିବ ବୋଲି ଚୟନ କରାଯାଇଥିଲା । ସେତେବେଳେ ଏହି କଥା ଶୁଣି ସେ ବହୁତ ଆନନ୍ଦିତ ହୋଇଯାଇଥିଲେ । ଯେତେବେଳେ କି ତାଙ୍କ ଆଖିରେ ଖୁସିର ଲୁହ ମଧ୍ୟ ଝରିଯାଇଥିଲା ।

ସେ ନିଜର ସବୁ ଶକ୍ତି ଓ ସମୟ ପ୍ରଭୁ ରାମଙ୍କ ମୂର୍ତ୍ତି ଗଢିବାରେ ଲଗାଇଦେଇଥିଲେ । ରାତି ରାତି ଅନିଦ୍ରା ହୋଇ ପ୍ରଭୁ ରାମଲାଲାଙ୍କର ମୂର୍ତ୍ତିକୁ ଅତି ନିଖୁଣ ଭାବେ ତିଆରି କରିଥିଲେ । ଏହି ମୂର୍ତ୍ତିକୁ ଗଢିବା ପାଇଁ ଏକ ନିର୍ଦ୍ଧିଷ୍ଟ ଶୀଳାର ଆବଶ୍ୟକ ଥିଲା । ଯେତେବେଳେ ଯୋଗୀରାଜ ସେହି କଠିନ ପଥରକୁ ଭାଙ୍ଗୁଥିଲେ । ସେତେବେଳେ ତାଙ୍କ ଆଖିରେ ସେଥିରୁ କିଛି ପଡିଯାଇଥିଲା ।

ଯେଉଁ କାରଣରୁ ସେ ନିଜର ଆଖିରା ଅପରେସନ କରାଇ ପୁଣି ଥରେ ମୂର୍ତ୍ତି ଗଢିବାରେ ଲାଗିପଡିଥିଲେ । ଯେତେବେଳେ ସେ ମୂର୍ତ୍ତି ଗଢୁଥିଲେ । ସେତେବେଳେ ତାଙ୍କ ଆଖିରେ ଯନ୍ତ୍ରଣା ମଧ୍ୟ ଅନୁଭୂତ ହେଉଥିଲା । ହେଲେ ଯେତେବେଳେ ସେ ପ୍ରଭୁଙ୍କ ମୁହଁକୁ ଚାହିଁଦେଉଥିଲେ । ସେତେବେଳେ ତାଙ୍କ ଆଖି ଯନ୍ତ୍ରଣା ସବୁ କୁଆଡେ ଯେମିତି ଉଭାନ ହୋଇଯାଉଥିଲା । ସେ ପ୍ରଭୁଙ୍କ ମୁଖ ଦର୍ଶନ କରି ନିଜର ସବୁ କଷ୍ଟ ଯନ୍ତ୍ରଣାକୁ ଭୁଲି ଯାଉଥିଲେ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, ଶେୟାର କରିବା ସହ କମେଣ୍ଟରେ ଜୟ ଶ୍ରୀରାମ ଲେଖିକି ଜଣାନ୍ତୁ । ଧନ୍ୟବାଦ    

Leave a Reply

Your email address will not be published. Required fields are marked *