“କାର ଖାନା” ପାଇଁ ରାସ୍ତାରେ ବଢୁଛି ଭିଡ଼, ଚିନ୍ତାରେ ପଡ଼ିଲେଣି… ଦୁଇ ଯା’Neha ଓ Rashmita

ଗାଡି ପଛକୁ ଗାଡି କାର ଖାନା ପାଖରେ ଯମୁଛି ଲୋକଙ୍କ ଗହଳି ! ଖବର ମୁତାବକ ରାଜଧାନୀର କାର ଖାନା ପାଇଁ ସମୟ ହେଲେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଏପରିକି ଲୋକମାନେ ଧାଡିରେ ଆସି ଖାଇବାକୁ ମଧ୍ୟ ପଛାଉ ନାହାନ୍ତି । ଟେଷ୍ଟ ରେ ଏପରି ଚମତ୍କାର ରହିଛି ଲୋକ ଲମ୍ବା ଧାଡିରେ ବହୁ ସମୟ ଧରି ଛିଡା ହୋଇକି ଖାଦ୍ୟ ଖାଉଛନ୍ତି । ତେବେ ଏସବୁ ମଧ୍ୟରେ କିନ୍ତୁ ରାସ୍ତାରେ ପ୍ରବଳ ଭିଡ ହେଉଛି । ଯେଉଁ କାରଣରୁ ସାଧାରଣରେ ଗାଡିମଟର ଯିବାଆସିବା ପାଇଁ ସମସ୍ଯା ଦେଖାଯାଉଛି ।

ତେବେ ନିଜର ଖାଦ୍ୟ ବ୍ୟବସାୟ ପସରା ଖୋଲିବା ପାଇଁ ଏକ ଉପଯୁକ୍ତ ସ୍ଥାନଟି ଯୋଗାଇଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ 2 ଯା’ ନେହା ଓ ରଶ୍ମିତାଙ୍କ ହାତ ରନ୍ଧା ଖାଇବାକୁ ବର୍ତ୍ତମାନ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ସରକାରଙ୍କ ସାହାଜ୍ଯରେ ଅନେକ ମହିଳା ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ସେମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ସରକାରଙ୍କ ତରଫରୁ ପ୍ରଦାନ କରାଯାଉଛି ।

ତେଣୁ ସେହିପରି କାର ଖାନାକୁ ମଧ୍ୟ ଉପଯୁକ୍ତ ସ୍ଥାନଟି ଦେବା ପାଇଁ ଓ ପ୍ରୋତ୍ସାହନ ଦେବାକୁ ଅନୁରୋଧ କରିଛନ୍ତି 2 ଯା’ ନେହା ଓ ରଶ୍ମିତା । ତେବେ କାର ଖାନାର ନେହା ନିଜର ପ୍ରତିକ୍ରିୟାରେ କହିଛନ୍ତି । ଯେ ସରକାର ସାଧାରଣ ମହିଳା ମାନଙ୍କୁ ଶଶକ୍ତିକରଣ  ପାଇଁ ଏତେ ସବୁ ମିଶନ ଶକ୍ତି ଦ୍ଵାରା ସାହାଜ୍ଯ କରୁଛନ୍ତି । ତେବେ ସେଥିରୁ ମୁଁ ଅନୁପ୍ରଣୀତ ହୋଇ ଏଭଳି କିଛି ପ୍ରୟାସ କରି ରୋଷେଇ କରି ଲୋକ ମାନଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଡ଼ ଦେବାର ପ୍ରଚେଷ୍ଟା କରିଥିଲି।

ତେଣୁ ରୋଡସାଇଡରେ ଆମେ ଖାଦ୍ୟର ପସରା ମେଲାଇଛୁ । ହେଲେ ରୋଡ ଭିଡ କରିବାର ଆମର ଉଦ୍ଧେଶ୍ୟ ନାହିଁ । ହେଲେ ଆମ କାର ଖାନା ପାଇଁ ଏକ ଭଲ ସ୍ଥାନଟିଏ ଦରକାର । ଯେଉଁଠାରେ ଆମେ କାର ଖାନା ଦ୍ଵାରା ଲୋକଙ୍କୁ ଆହୁରି ସୁବିଧା ଦରରେ ଖାଇବାକୁ ଦେବୁ । ହେଲେ ଏଥିପାଇଁ ସରକାରଙ୍କ ସାହାଜ୍ଯ ଆମକୁ ନିହାତି ଭାବେ ଦରକାର ପଡୁଛି । ତେଣୁ ସରକାରଙ୍କୁ ଆମର ଏତିକି ଅନୁରୋଧ ରହିବ । ସେ ଆମ ପାଇଁ ଭଲ ସ୍ଥାନଟିଏ ବ୍ୟବସ୍ଥା କରନ୍ତୁ । ତେବେ ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *