ପ୍ରବଳ ଅଣ୍ଟା ବିନ୍ଧା ହେଉଛି କି ? ଘରେ କରନ୍ତୁ ଏହି ଫିଜିଓଥେରାପି (Dr Akhandal Prasad Acharya)

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନର ସମୟରେ ପ୍ରାୟତଃ ଅଧିକାଂଶ ଲୋକ ଅଣ୍ଟା ବିନ୍ଧା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଣ୍ଟାରେ ପ୍ରଥମେ ଆମର ଚର୍ମ ଅଛି ତା ପରେ ଆମର ମାଂସ ପେଶୀ ଅଛି ଓ ତା ପରେ ମେରୁଦଣ୍ଡ ହାଡ ଅଛି । ଏହି ମେରୁଦଣ୍ଡ ହାଡ ଗୁଡିକ ମଧ୍ୟରେ ବିଭିନ୍ନ ଡିସ୍କ ଅଛି । ବନ୍ଧୁଗଣ ଅଣ୍ଟା ବିନ୍ଧାର ଅନେକ କାରଣ ରହିଛି । ହେଲେ ୯୦ ପ୍ରତିଶତ ଲୋକଙ୍କୁ ମାଂସ ପେଶୀ ପାଇଁ ଅଣ୍ଟା ବିନ୍ଧା ହୋଇଥାଏ ।


ଯେଉଁ ମାନେ ସାଧାରଣତଃ ଅଧିକ ସମୟ ପର୍ଯ୍ୟନ୍ତ ବସିକି କାମ କରୁଛନ୍ତି ତା ହେଲେ ଆପଣଙ୍କ ମାଂସ ପେଶୀ ଜନିତ ଅଣ୍ଟା ବିନ୍ଧା ହୋଇପାରେ । ତେବେ ଅଣ୍ଟା ବିନ୍ଧାର ଅନେକ କାରଣ ରହିଛି । ସେଥି ମଧ୍ୟରୁ ଗୋଟିଏ ହେଲା ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରହିବା । ଯାହା ଦ୍ୱାରା ଏହି ସମସ୍ୟା ଅଧିକ ଦେଖା ଯାଇଥାଏ । ବେଳେ ବେଳେ ଶରୀରର ଓଜନ ଅଧିକ ହେବାରୁ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ ।

ତେବେ ପ୍ରଥମେ ତ ନିଜ ଅଣ୍ଟା ବିନ୍ଧା ର କାରଣ କଣ ଜାଣନ୍ତୁ ସମସ୍ତ ଙ୍କ ଅଣ୍ଟାବିନ୍ଧା ସମାନ ହୋଇ ନଥାଏ ସମସ୍ତ ଙ୍କ ଅସୁବିଧା ଅନ୍ୟ ଜଣଙ୍କ ଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ । ତେଣୁ ଆପଣ ଏଣୁ ତେଣୁ କଥା ଶୁଣି କିମ୍ବା ୟୁଟିୟୁବ ରେ ଭିଡିଓ ଦେଖି କୌଣସି ଉପଚାର କିମ୍ବା ଯୋଗ ବ୍ୟାୟାମ କରନ୍ତୁ ନାହିଁ ଏହା ଦ୍ୱାରା ଏହି ଅଣ୍ଟା ବିନ୍ଧା ବଢ଼ିପାରେ ଏବଂ ଶରୀରରେ ଅନ୍ୟ ସମସ୍ୟା ମାନ ମଧ୍ୟ ଦେଖା ଦେଇ ପାରେ ।


ତେଣୁ ଅଣ୍ଟା ବିନ୍ଧା ହେଲେ ନିଜର ଜଣେ ଭଲ ଫିଜିଓଥେରାପିଷ୍ଟ ଙ୍କ ପାଖକୁ ଯାଆନ୍ତୁ ତେବେ ସେ ଆପଣଙ୍କ ଶରୀରର ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଆପଣଙ୍କ ପାଇଁ କଣ ଉଚିତ କିମ୍ବା କଣ ଅନୁଚିତ ତାହା କହିବେ ସେମାନେ ହୁଏତ ଆପଣ ଙ୍କ ମୁଣ୍ଡ ଠାରୁ ଆରମ୍ଭ କରି ଗୋଡ଼ ପାଦ ପର୍ଯ୍ୟନ୍ତ ସବୁ ଚେକ କରିବେ କିମ୍ବା ଆପଣଙ୍କ ର ଏକ୍ସରେ ମଧ୍ୟ ବାହାର କରି ପାରନ୍ତି । ତେବେ ଏହା ପରେ ଆପଣଙ୍କ ସମସ୍ୟା ଜାଣିବା ପରେ ଆପଣ ଙ୍କୁ କେଉଁ ଯୋଗ କିମ୍ବା ବ୍ୟାୟାମ କରିବା ଆବଶ୍ୟକ ତାହା ଆପଣ ଙ୍କୁ ଜଣାଇବେ ।

ତେବେ ସବୁ ବାୟାମ ସମସ୍ତଙ୍କ ପାଇଁ ନଥାଏ । ତେବେ ଏହା ଛଡା ଆପଣ କାନ୍ଧାରାସନ କରି ପାରିବେ ଏଥିପାଇଁ ଚଟାଣରେ ସିଧା ଶୋଇ ରହି ଦୁଇ ହାତକୁ ଶରୀରର ଦୁଇ ପାଖରେ ରଖନ୍ତୁ । ଦୁଇ ଗୋଡ଼କୁ ସିଧା ଚଟାଣରେ ରଖିବେ । ଦୁଇ ଗୋଡ଼କୁ ଆଣ୍ଠୁ ପାଖରୁ ଭାଙ୍ଗନ୍ତୁ ଯେପରି ଦୁଇ ପାଦର ତଳ ପାଖ ଚଟାଣରେ ଲାଗି ରହିବ । ପ୍ରଶ୍ୱାସ ଛାଡ଼ି ଅଣ୍ଟା ଓ ପେଟ ଉପରକୁ ଉଠାଇବାକୁ ଚେଷ୍ଟା କରନ୍ତୁ ଏବଂ ଦୁଇ ହାତକୁ ପାଦର ଦୁଇ ଗୋଇଠିକୁ ଧରି ରଖନ୍ତୁ । କିଛି କ୍ଷଣ ଏହି ଆସନରେ ରହିବା ପରେ ଧୀରେ ଧୀରେ ପୂର୍ବ ଅବସ୍ଥାକୁ ଫେରନ୍ତୁ ।


କିମ୍ବା ଭୁଜାଙ୍ଗସନ ମଧ୍ୟ କରି ପାରିବେ । ତେବେ ଏଥିରେ ତଳକୁ ମୁହଁ କରି ସିଧା ଶୋଇ ରୁହନ୍ତୁ । ଦୁଇ ହାତକୁ ଆଗକୁ ଓ ପାପୁଲିକୁ ଭୂଇଁକୁ ଲଗାଇ ରଖନ୍ତୁ । ହାତକୁ ଧୀରେ କାନ୍ଧ ପାଖକୁ ଆଣି ଛାତି ଓ ପେଟକୁ ଧୀରେ ଧୀରେ ଉପରକୁ ଉଠାଇ ପଛକୁ ଅଧା ଢ଼ଳି କିଛି ସମୟ ରୁହନ୍ତୁ । ମୁହଁକୁ ଆକାଶ ଆଡ଼କୁ ରଖିବେ ଅର୍ଥାତ୍ ଉପରକୁ ଅନାଇବେ । କିନ୍ତୁ ଏହା ଆପଣ ନିଜ ଡାକ୍ତର ଙ୍କ ଠାରୁ ପରାମର୍ଶ ନେଇ କରିବେ । ତାଛଡା ନିଜର ଭୁଲ ଜୀଵନ ଶୈଳୀ କୁ ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *