‘ବ୍ରା, ପ୍ୟାଣ୍ଟିର ପୋଷ୍ଟର ତ ଲାଗୁଛି, ତାକୁ ରାସ୍ତାରେ ଫାଡି ଦେଉନ, ତୁମେ କେବଳ ଅଭିନେତ୍ରୀଙ୍କ…’ Rani ଙ୍କୁ ସପୋର୍ଟ କରି କଣ କହିଲେ Diptirekha

ଦର୍ଶକ ବନ୍ଧୁ ଗତ କାଲି ଥିଲା କାଳୀପୂଜା ଭସାଣି । ତେବେ ଗତ କାଲି ସମସ୍ତ ସ୍ଥାନରେ ଅତି ଧୁମଧାମର ସହ କାଳୀପୂଜା ଭସାଣି ପାଳନ କରିଥିବା ବେଳେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ମଧ୍ୟ ଦେଖିବାକୁ ମିଳିଛି । ଗତ କାଲି କାଳୀପୂଜା ପର୍ବ ଅବସରରେ ଭଦ୍ରକ ଜିଲ୍ଲାରେ ଏକ ଯାତ୍ରା ପରିବେଷଣ ହୋଇଥିଲା । ଚରମ୍ପା ଅଞ୍ଚଳରେ ରାଜନନ୍ଦିନୀ ଗ୍ରୁପ ଯାତ୍ରା ପରିବେଷଣ କରୁଛି । ରାଜନନ୍ଦିନୀ ଯାତ୍ରା ପାର୍ଟିର ରାନୀ ନାମକ ଜଣେ ଅଭିନେତ୍ରୀ ନୃତ୍ୟ ପରିବେଷଣ କରିଥିଲେ ।

କିନ୍ତୁ ସେହି ନୃତ୍ୟକୁ ଅଶ୍ଳୀଳ ବୋଲି କହି ଜଣେ ମହିଳା ଦର୍ଶକ ବିରୋଧ କରିଥିଲେ । ଏମିତି କି ମହିଳା ଦର୍ଶକ ଜଣକ ରାନୀଙ୍କ ଉପରେ ଜୋତା ବି ଫିଙ୍ଗି ଥିଲେ । ଏହା ପରେ ଯାତ୍ରା କିଛି ସମୟ ପର୍ଯ୍ୟନ୍ତ ବନ୍ଦ ହୋଇଥିଲା ଯାତ୍ରା ଅନୁଷ୍ଠାନର କର୍ମୀ ମାନେ ମହିଳାଙ୍କୁ ବୁଝା ସୁଝା କରିବା ପରେ ଯାତ୍ରା ପୁଣି ଆରମ୍ଭ ହୋଇଥିଲା । ତେବେ ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

ଆଉ ଏହାରି ମଧ୍ୟରେ ଦିପ୍ତିରେଖା ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦିପ୍ତିରେଖା କହିଛନ୍ତି-‘ପ୍ରଥମ କଥା ହେଉଛି ସେ ଜଣେ କଳାକାର ତାଙ୍କୁ ଯାହା ନିର୍ଦ୍ଦେଶ ଦିଆଯାଏ ସେ ସେଇଆ କରନ୍ତି ।

ଆଉ ଦ୍ଵିତୀୟ କଥା ହେଉଛି ଏଇଟା ଯାତ୍ରା ଆପଣ ଯେଉଁ କହୁଛନ୍ତି ସେ ନଗ୍ନ ନାଚ କରୁଥିଲେ ମୁଁ ଭି ଦେଖିଛି କ୍ଲିପକୁ ।ଯାତ୍ରା ଯେହେତୁ ଏଥିରେ ଏସବୁ ଡ୍ୟାନ୍ସ ରୁହେ ହେଲେ ତା ମାନେ ନୁହେଁ ଯେ, ସେ ଲେଡି ଜଣକ ତାଙ୍କ ଉପରେ ଜୋତା ଫୋପାଡିବେ । ସେ ଜୋତା ଫୋପାଡିଲେ ଏଇଟା ହେଉଛି ଏକ ନିନ୍ଦନୀୟ କଥା ମୁଁ ଏହାକୁ କେବେ ସପୋର୍ଟ କରିବିନି । ଆପଣ ପେଣ୍ଡାଲ ପାଖରେ ବସିଥିଲେ ବୋଲି ଜୋତା ମାଡ ପକାଇ ଦେଲେ ।

ଆପଣ ରାସ୍ତାରେ ଯାଉଥିବେ କେତେକ ବ୍ୟାନରରେ ଝିଅ ମାନଙ୍କର ନଗ୍ନ ଫଟୋ ଲାଗିଛି ସେଥିରେ ଜୋତା ମାଡ କରୁ ନାହାନ୍ତି । କେତେକ ବ୍ରାର ବିଜ୍ଞାପନ ହେଉଛି ଚଡିର ବିଜ୍ଞାପନ ହେଉଛି ତାକୁ ଯାଇ ଜୋତା ମାଡ କରୁନ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *