Post Office ର ଦମଦାର Scheme ! ମାତ୍ର 50 ଟଙ୍କା ଜମା କରି ପାଇ ପାରିବେ 35 ଲକ୍ଷ ଟଙ୍କା ! ଜାଣନ୍ତୁ କେମିତି ?

ବନ୍ଧୁଗଣ ପୋଷ୍ଟ ଅଫିସରେ କରାଯାଉଥିବା ନିବେଶକୁ ସୁରକ୍ଷିତ ବୋଲି କୁହାଯାଏ । ସାଧାରଣତଃ ଯେକୌଣସି ବିନିଯୋଗ ସହିତ ବିପଦ ଜଡିତ ରହିଥାଏ ହେଲେ ପୋଷ୍ଟ ଅଫିସରେ ସୁରକ୍ଷିତ ନିବେଶ ସହିତ ଭଲ ରିଟର୍ନ ବି ମିଳେ । ଯଦି ଆପଣ ବି ଏଭଳି ନିବେଶ କରିବାକୁ ଚାହାଁନ୍ତି ଯେଉଁଠି ଭଲ ଲାଭ ରହିଛି ତା ହେଲେ ପୋଷ୍ଟ ଅଫିସ ଆପଣଙ୍କ ପାଇଁ ସର୍ବତମ ଉପାୟ । ପୋଷ୍ଟ ଅଫିସ ଛୋଟ ସଞ୍ଚୟ ଯୋଜନା ଆପଣ ମାନଙ୍କ ପାଇଁ ସର୍ବତମ ଅପସନ ହୋଇପାରେ ଆଉ ସବୁଠାରୁ ବଡ କଥା ଏଠି ରିଟର୍ନ ଭଲ ମିଳିବା ସହ ରିକ୍ସ ଫ୍ୟାକ୍ଟର ବି କମ ଅଛି ।

ପୋଷ୍ଟ ଅଫିସର ଗ୍ରାମ ସୁରକ୍ଷା ଯୋଜନା ଆପଣ ମାନଙ୍କୁ ଲାଭ ଯୋଗାଇବ । ଇଣ୍ଡିଆନ ପୋଷ୍ଟ ଦ୍ଵାରା ଦିଆଯାଇଥିବା ଏହି ସୁରକ୍ଷା ଯୋଜନା ଏମିତି ଏକ ବିକଳ୍ପ ଯେଉଁଥିରେ ଆପଣ କମ ବିପଦ ସହ ଭଲ ରିଟର୍ନ ପାଇପାରିବେ । ଏହି ଯୋଜନାରେ ଆପଣ ମାନଙ୍କୁ ପ୍ରତିମାସରେ ମାତ୍ର ୧୫୦୦ ଟଙ୍କା ଜମା କରିବାକୁ ପଡିବ । ଆଉ ନିୟମିତ ଭାବରେ ରାସୀ ଜମା କରିବା ଫଳରେ ଆପଣଙ୍କୁ ପରବର୍ତ୍ତୀ ସମୟରେ ୩୧ ରୁ ୩୫ ଲକ୍ଷ ଟଙ୍କାର ଲାଭ ମିଳିବ ।

ତେବେ ଏହି ଟଙ୍କା ନିବେଶ କରିବାର କିଛି ନିୟମ ରହିଛି । ୧୯ ରୁ ୫୫ ବର୍ଷ ବୟସ ମଧ୍ୟରେ ଯେକୌଣସି ଭାରତୀୟ ନାଗରିକ ଏହି ଯୋଜନାରେ ନିବେଶ କରିପାରିବେ । ଏହି ଯୋଜନା ଅନ୍ତର୍ଗତ ସର୍ବ ନିମ୍ନ ବୀମା ରାସୀ ୧୦ ହଜାର ରୁ ୧୦ ଲକ୍ଷ ଟଙ୍କା ହୋଇପାରେ । ଏହି ଯୋଜନାର ପ୍ରିମିୟମ ଟଙ୍କା ଆପଣ ମାସିକ, ତ୍ରୈମାସିକ, ଛ ମାସିକ କିମ୍ବା ବାର୍ଷିକ ହିସାବରେ ଦେଇପାରିବେ । ଆଉ ପ୍ରିମିୟମ ଦେବା ପାଇଁ ଆପଣ ମାନଙ୍କୁ ୩୦ ଦିନର ଛାଡ ମିଳିବ । ଏହି ଯୋଜନାରେ ଆପଣ ଲୋନ ମଧ୍ୟ ନେଇପାରିବେ ।

ଏହି ଯୋଜନା ନେବାର ୩ ବର୍ଷ ପରେ ଆପଣ ସରେଣ୍ଡର ବି କରିପାରିବେ ହେଲେ ସରେଣ୍ଡର କଲେ ଆପଣ କୌଣସି ପରିସ୍ଥିତିରେ ଲାଭ ପାଇପାରିବେ ନାହିଁ । ଯଦି ଜଣେ ବ୍ୟକ୍ତି ୧୯ ବର୍ଷ ବୟସରେ ଏହି ଯୋଜନାରେ ନିବେଶ କରନ୍ତି ଓ ୧୦ ଲକ୍ଷ ଟଙ୍କାର ପଲିଶି କିଣନ୍ତି ତା ହେଲେ ତାଙ୍କର ମାସିକ ପ୍ରିମିୟମ ୫୫ ବର୍ଷ ପାଇଁ ୧୫୧୫ ଟଙ୍କା ରହିବ, ୫୮ ବର୍ଷ ପାଇଁ ୧୪୬୩ ଏବଂ ୬୦ ବର୍ଷ ପାଇଁ ୧୪୧୧ ଟଙ୍କା ହେବ ।

ଏଭଳି ପରିସ୍ଥିତିରେ ପଲିଶି କରିଥିବା ବ୍ୟକ୍ତି ୫୫ ବର୍ଷ ପାଇଁ ୩୧ ଲକ୍ଷ ୬୦, ୫୮ ବର୍ଷ ପାଇଁ ୩୩ ଲକ୍ଷ ୪୦ ହଜାର ଓ ୬୦ ବର୍ଷ ପାଇଁ ୩୪ ଲକ୍ଷ ୬୦ ହଜାର ଟଙ୍କା ପାଇପାରିବେ । ଯଦି ଆପଣ ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁ ଛନ୍ତି ତା ହେଲେ ଆପଣ ନିକଟସ୍ଥ ପୋଷ୍ଟ ଅଫିସକୁ ଯାଇ ସୂଚନା ପାଇପାରିବେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *