Sumit ଓ Tapaswini ଙ୍କ ବିବାହ ବିବାଦରେ ମୁହଁ ଖୋଲିଲେ ସାମାଜସେବୀ Madhumita, କହିଲେ କିଛି ଏମିତି ଶୁଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ମାମଲା ଦୀର୍ଘ ଏକ ମାସ କାଳ ହୋଇଗଲାଣି ହେଲେ ଏହି ମାମଲାର କୌଣସି ସମାଧାନ ବାହାରି ନାହିଁ । ତେବେ ବନ୍ଧୁଗଣ ତପସ୍ଵିନୀ ନିଜ ସ୍ଵାମୀଙ୍କ ସହ ରହିବାକୁ ଚାହୁଁ ଥିବା ବେଳେ ସୁମିତ ତାଙ୍କ ସହ ରହିବା ପାଇଁ ଚାହୁଁ ନାହାନ୍ତି । ବନ୍ଧୁଗଣ ଏହି ମାମଲାଟି ବର୍ତ୍ତମାନ ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି । ତେବେ ଏହି ମାମଲାକୁ ନେଇ ଏବେ ଜନସାଧାରଣ ମାନନକ ଉତ୍ତେଜନା ସହ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି ।


ବନ୍ଧୁଗଣ ଏହି ମାମଲାକୁ ନେଇ ଏବେ ସମାଜସେବୀ ମଧୁମିତା ନିଜ ମୁହଁ ଖୋଲିଛନ୍ତି । ମଧୁମିତା ଏହି ମାମଲା ଚାଲିଥିବା ବେଳେ ତପସ୍ଵିନୀଙ୍କ ପାଖକୁ ଯାଇ ତାଙ୍କୁ ସମର୍ଥନ କରିଥିଲେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ମଧୁମିତାଙ୍କ ପ୍ରତିକ୍ରିୟା ବିଷୟରେ । ମଧୁମିତା ଏହି ମାମଲା ବିଷୟରେ କହିଛନ୍ତି-‘ଏଠି କାହାକୁ ବି ଆରୋପ ବା ପ୍ରତ୍ୟାରୋପ କରିହେବ ନାହିଁ  ।

ଆଗକୁ ମଧୁମିତା କହିଛନ୍ତି-‘ଆଉ ପ୍ରମିଳା ମ୍ୟାଡମ ମୋ ଠାରୁ ବୟସରେ ବଡ ହେବେ ତାଙ୍କୁ ବି ମୁ ଦୋଷ ଦେଇ ପାରିବି ନାହିଁ ସେ ଡିମ୍ପଲ ପାଇଁ ଦୀର୍ଘ ଏକ ମାସ କାଳ ଲାଗିଛନ୍ତି । ସେମାନେ ସୁମିତ ଘର ସାମ୍ନାରେ ଶୀତ କାକରରେ ବସି ରହିଛନ୍ତି ହେଲେ ସୁମିତ ଘର ସାମ୍ନାରେ ବସିଲେ ଏହାର ସମାଧାନ ହୋଇଯିବ ବୋଲି ମାନେ ନାହିଁ । ସୋସିଆଲ ମିଡିଆରେ ବହୁତ ଲୋକ କହୁଛନ୍ତି ସେଇଟା ହେଉଛି ସୁମିତ ବାପାର ଘର ସେଇଠି ବସିବା ଦରକାର ନାହିଁ’ ।

ଆଗକୁ ମଧୁମିତା କହିଛନ୍ତି-‘ ହେଲେ ମୁ ଯେତିକି ବୁଝିଛି ସେଇଟା ତା ବାପା ଘର ନୁହେଁ ସେଇଟା ହେଲା ସୁମିତଙ୍କ ଜେଜେ ବାପାଙ୍କ ଘର । ତେବେ ଜେଜେ ବାପା ସମ୍ପତ୍ତିରେ ସୁମିତଙ୍କ ଭାଗ ଅଛି ଓ ସୁମିତଙ୍କ ପାଇଁ ଡିମ୍ପଲଙ୍କର ବି ଭାଗ ଅଛି । ସବୁ କିଛି ଠିକ ଥିଲା ହେଲେ ସେମାନେ ଯେଉଁ ୪୯୮ କେସ କରିଦେଲେ ସେଇଟା ତାଙ୍କ ପାଇଁ କାଳ ହୋଇଗଲା । ଯଦି ଏହି ମାମଲାରେ କାଉନ୍ସଲିଙ୍ଗ କରାଯାଇଥାନ୍ତା ଓ ଯଦି କାଉନ୍ସଲିଙ୍ଗରେ ଫେଲ ହୋଇଥାନ୍ତେ ତା ହେଲେ ୪୯୮ କେସ ଲଗାଇଥାନ୍ତେ’ ।

ଆଗକୁ ମଧୁମିତା କହିଛନ୍ତି-‘ଯେହେତୁ ସେ ୪୯୮ କେସ କରିଦେଲେ ତା ପରେ ବାପା ପୁଅଙ୍କ ମାନ ସମ୍ମାନ ହାନି ହେଲା । ପୁଅ ମାନଙ୍କର ବି ଇଗୋ ଅଛି ସେହି ଇଗୋ ପାଇଁ ସେମାନେ ତାକୁ ନେଉଆ ନାହାନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମଧୁମିତା ଏହି ମାମଲାକୁ ନେଇ ଏକ ବଡ ପ୍ରତିକ୍ରିୟା ରଖିଛନ୍ତି ତେବେ ମଧୁମିତାଙ୍କ ପ୍ରତିକ୍ରିୟା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *