Breaking News: ଜାନୁୟାରୀ ମାସର ଏହି ତାରିଖରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ School ! ଗଣଶିକ୍ଷା ମନ୍ତ୍ରୀ Sameer Ranjan Das ଙ୍କ ବଡ ଘୋଷଣା !

ବନ୍ଧୁଗଣ ଗତ ଦେଢ ବର୍ଷ ହେବ ଦେଶରେ କରୋନା ମହାମାରୀ ପାଇଁ ସ୍କୁଲ ବନ୍ଦ ରହିଥିଲା । କରୋନା ମହାମାରୀ ପାଇଁ ସଂପୂର୍ଣ୍ଣ ଦେଶରେ ଲକଡାଉନ ଜାରି କରଯାଇଥିଲା । ଏହି ଲକଡାଉନ ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ଓ ଶିକ୍ଷା କ୍ଷେତ୍ରରେ ଉପରେ ବହୁତ ଖରାପ ପ୍ରଭାବ ପକାଇ ଥିଲା । ଦୀର୍ଘ ଦିନ ଧରି କରୋନା ମହାମାରୀ ପାଇଁ ସ୍କୁଲ ବନ୍ଦ ଥିଲା ଓ ଛାତ୍ର ଛାତ୍ରୀ ମାନେ ଅନଲାଇନ ପାଠ ପଢୁଥିଲେ ।

ହେଲେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଦୀର୍ଘ ଦିନ ପରେ ଏବ ସ୍କୁଲ ଫିଟିବାକୁ ଯାଉଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଛାତ୍ର ଛାତ୍ରୀ ମାନେ ସ୍କୁଲ ଆସିବେ ଓ ପାଠ ପଧିବେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ସମୀର ରଞ୍ଜନ ଦାସ ।

ତେବେ ଗତ କିଛି ମାସ ହେବ କରୋନା କଟକଣାକୁ ଆଖି ଆଗରେ ରଖି ସ୍କୁଲ ଖୋଲିବା ପ୍ରକ୍ରିୟା ଚାଲିଥିଲା । କରୋନା କଟକଣାକୁ ଆଖି ଆଗରେ ରଖି ପ୍ରଥମେ କଲେଜ, ୟୁନିଭର୍ସିଟି, ଷଷ୍ଠ ରୁ ଦଶମ କ୍ଳାସ ଖୋଲି ଥିଲା । ହେଲେ ବର୍ତ୍ତମାନ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଏକ ବଡ ଘୋଷଣା କରିଛନ୍ତି । ତେବେ ଆସନ୍ତା ଜାନୁୟାରୀ ୩ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବାକୁ ଯାଉଛି । 

ଆସନ୍ତା ୩ ତାରିଖରେ ପାଖାପାଖି ୨୭ ହଜାର ସ୍କୁଲ ଖୋଲିବ ଓ ଛାତ୍ର ଛାତ୍ରୀ ମାନେ ପାଠ ପଧିବେ । ବନ୍ଧୁଗଣ ଅନଲାଇନ ପାଠ ପଢାରେ ଅନେକ ଛାତ୍ର ଛାତ୍ରୀ ଅସୁବିଧାର ସାମ୍ନା କରୁଥିଲେ ହେଲେ ବର୍ତ୍ତମାନ ତାଙ୍କୁ ଆଶ୍ଵସ୍ତି ମିଳିବ । ବନ୍ଧୁଗଣ ସ୍କୁଲ ଖୋଲିବା ପରେ ସମସ୍ତ ଗାଇଡଲାଇନର ପାଳନ କରାଯିବ । ସମସ୍ତ ଛାତ୍ର ଛାତ୍ରୀ ମାସ୍କ ପିନ୍ଧି ସ୍କୁଲ ଆସିବେ ଏହା ସହିତ ସ୍କୁଲକୁ ସାନିଟାଇଜ କରାଯିବ ।

ଆସନ୍ତା ୩ ତାରିଖରୁ ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ପାଠ ପଢାଯିବ । ବନ୍ଧୁଗଣ ଏହା ସହିତ ଆସନ୍ତା ୫ ତାରିଖରୁ ୯ ତାରିଖ ମଧ୍ୟରେ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ହେବ । ଯେଉଁ ସବୁ ସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷା ହେବ ସେହି ସ୍କୁଲ ଗୁଡିକରେ ପ୍ରଥମରୁ ପଞ୍ଚମ ଶ୍ରେଣୀ କ୍ଳାସ ସ୍ଥଗିତ ରହିବ ଓ ଆସନ୍ତା ୧୦ ତାରିଖରୁ ସେମାନଙ୍କ ପାଇଁ ସ୍କୁଲ ଫିଟିବ ।

ଏହା ସହିତ ମଧ୍ୟାନ ଭୋଜନକୁ ନେଇ ଯେଉଁ ଗାଇଡଲାଇନ କରଯାଇଥିଲା ସେହି ଗାଇଡଲାଇନ ମଧ୍ୟ ବର୍ତ୍ତମାନ ଜାରି ରହିଛି । ତା ହେଲେ ବନ୍ଧୁଗଣ ଆସନ୍ତା ଜାନୁୟାରୀ ୩ ତାରିଖରୁ ସକାଳ ୯ ଟାରେ ସ୍କୁଲ ଆରମ୍ଭ ହେବ ଓ ଦିନ ୧୨ଟାରେ ସ୍କୁଲ ବନ୍ଦ ହେବ । ତେବେ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *