ଦାନ୍ତ ପୋକ ଖାଇଛି କି ? (Cavity) କେମିତି ପାଇବେ ରକ୍ଷା ? Dr Ellena Mishra

ବନ୍ଧୁଗଣ ଏହି ଦୁନିଆରେ ଥିବା ଅଧିକାଂଶ ଲୋକ ଦାନ୍ତ ପୋକ ଖାଇବା ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଦାନ୍ତ ପୋକ ଖାଇଲେ ଦାନ୍ତ ମୂଳରେ ବହୁତ କଷ୍ଟ ହୋଇଥାଏ ଯାହାଫଳରେ ବ୍ୟକ୍ତି କୌଣସି କାମ କରିପାରେ ନାହିଁ । ତେବେ ବନ୍ଧୁଗଣ ଯଦି ଆପଣ ମାନଙ୍କର ଦାନ୍ତ ବି ପୋକ ଖାଇଯାଇଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ ଦାନ୍ତ ପୋକ ଖାଇବାର କାରଣ ଓ ଏହାର ଚିକିତ୍ସା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଯଦି ଆମର ପାଟି ଟିକେ ଏସିଡିକ ଅଛି ବା ଆମ ପାଟିର ପିଏଚ ଯଦି 5.5ରୁ କମି ଯାଇଥାଏ ସେହି କେସରେ ଆମ ପାଟିରେ କ୍ୟାବିଟି ହେବାର ସମ୍ଭାବନା ଅଧିକ ରହିଥାଏ । ଏହା ଛଡା ଯଦି ଆମ ପାଟିରେ ଲାଳ କମ ରହୁଛି ତା ହେଲେ ମଧ୍ୟ କ୍ୟାବିଟିସ ହେବାର ସମ୍ଭାବନା ରହିଛି । ଏହା ସହିତ ଗ୍ଯାସ ସମସ୍ୟା, ଏଚ ଆଇ ଭି ଓ ଜେନେଟିକ କେସରେ ବି କ୍ୟାବିଟିସ ହୋଇଥାଏ ।

ସାଧାରଣତଃ କ୍ୟାବିଟିସ ଗୁଡିକ ଆମ ଦୁଇ ଦାନ୍ତ ମଝିରେ ଦେଖା ଯାଇଥାଏ । ତେଣୁ ବନ୍ଧୁଗଣ ଆମ ମାନଙ୍କୁ ଭଲ ଭାବରେ ଦାନ୍ତକୁ ବ୍ରସ କରିବା ଆବଶ୍ୟକ । ତେବେ ଆପଣ ମାନଙ୍କୁ ପ୍ରତି ୬ ମାସକୁ ଥରେ ଡେଣ୍ଟେଷ୍ଟଙ୍କ ପାଖକୁ ଯିବା ଦରକାର କାରଣ ଆମେ ଜାଣି ପାରୁନି ଆମ ଦାନ୍ତରେ କ୍ୟାବିଟିସ ହୋଇଛି ନା ନାହିଁ । ଯଦି ଆପଣ ଡେଣ୍ଟେଷ୍ଟ ପାଖକୁ ଯିବେ ନାହିଁ ତା ହେଲେ ଆପଣ ଜାଣି ପାରିବେ ନାହିଁ ଯେ ଆପଣଙ୍କ ଦାନ୍ତରେ କ୍ୟାବେଟିସ ହୋଇଛି ନା ନାହିଁ ।

ଯଦି ଆପଣଙ୍କ ଦାନ୍ତରେ କ୍ୟାବିଟିସ ହେବା ଆରମ୍ଭ ହୋଇଥିବ ତା ହେଲେ ମଧ୍ୟ ଆପଣଙ୍କୁ ଡାକ୍ତର ଆପଣଙ୍କ ଦାନ୍ତକୁ କଣା ନକରି କେମିତି କ୍ୟାବିଟିସ ଦୂର ହେବ ତାର ପରାମର୍ଶ ଦେବେ । ଯଦି ଆପଣ ଦାନ୍ତର ଯତ୍ନ ନେବେ ନାହିଁ ତା ହେଲେ କ୍ୟାବିଟିସ ଆମର ଡେଣ୍ଟେନ ଆଡକୁ ଯାଏ । ଏହାଦ୍ବାରା କେତେ ଜଣଙ୍କୁ କଷ୍ଟ ବା ଯନ୍ତ୍ରଣା ହୋଇଥାଏ ଓ କେତେ ଜଣଙ୍କୁ କୌଣସି ଯନ୍ତ୍ରଣା ହୋଇ ନଥାଏ । ହେଲେ ଏହି କେସରେ ଆମ କ୍ୟାବିଟି ଆଉ ଭଲ ହେଇ ପାରିବ ନାହିଁ ।

ଏହି କେସରେ ଆପଣ ଡେଣ୍ଟେଷ୍ଟଙ୍କ ପାଖକୁ ଗଲେ ଆପଣଙ୍କ ଦାନ୍ତକୁ କଣା କରାହେବ ନହଲେ ଦାନ୍ତକୁ କଢା ହୋଇ ଫିଲିଙ୍ଗ କରାହେବ । ଯଦି ଫିଲିଙ୍ଗ କରିବା ପରେ ବି ଆପଣ ନିଜ ଦାନ୍ତର ଯତ୍ନ ନନେବେ ତା ହେଲେ ଆପଣଙ୍କୁ ବହୁତ ଯନ୍ତ୍ରଣା ସହିବାକୁ ପଡିବ । ତା ହେଲେ ବନ୍ଧୁଗଣ ଦାନ୍ତ ସହ ଜଡିତ ଏହି ସବୁ କଥା ଗୁଡିକର ଧ୍ୟାନ ନିଶ୍ଚୟ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତୁ,

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *