‘ପ୍ଳିଜ୍ ବୋଉ ମୋତେ କ୍ଷମା କରିଦେବୁ, ମୁଁ ଏ ଜନ୍ମରେ ତୋ ଋଣ ସୁଝି ପାରିଲିନି, ହେଲେ ଆର ଜନ୍ମରେ ମୁଁ ତୋ…’ ମୃତ୍ୟୁ ପୂର୍ବରୁ ପିଲାଟି ଲେଖିଗଲା କିଛି ଏମିତି, ଶୁଣି ଭିଜୁଛି ଆଖି…

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଖବର ସମସ୍ତଙ୍କ ମନକୁ ଭାବବିହୁଳ କରିଛି । ଏକ କମ ବର୍ଷର ପିଲାଟି ଆତ୍ମହତ୍ୟା କରିଛି । ତେବେ ଏହି ପିଲାର ନାମ କଣ ଆଉ ସେ କଣ ପାଇଁ ଆତ୍ମହତ୍ୟା କରିଛି ତାହା ତ ଜଣା ନାହିଁ ହେଲେ ସେ ଆଦ୍ୟନ୍ତ କଲେଜର ଛାତ୍ର ଥିଲେ । ଯୁବକଙ୍କ ମୃତ ଦେହ ପାଖରୁ ତାଙ୍କର ଶେଷ ଚିଠି ଜବତ ହୋଇଛି । ସେହି ଚିଠିରେ ଯୁବକ ଜଣକ ଲେଖିଛନ୍ତି-‘ପ୍ଳିଜ ବୋଉ ମୋତେ କ୍ଷମା କରିଦେବୁ ।

ମୋ ପ୍ରତି ତୋର ଯେଉଁ ଆଶା ଭରସା ଥିଲା ମୁଁ ତାକୁ ପୂରଣ କରିପାରିଲିନି । ତୁ ମୋତେ ଜନ୍ମ ଦେଇଥିବାରୁ ମୋ ବୋଉ ତୋତେ ବହୁତ ଧନ୍ୟବାଦ ପ୍ଳିଜ ମୋ ପାଇଁ ତୁ ଜମା ବି ମନ ଦୁଃଖ କରିବୁନି । ତୁ ମନ ଦୁଃଖ କଲେ ମୋତେ ବିଲୁକୁଲ ବି ଭଲ ଲାଗିବ ନାହିଁ । ମୋର ଆତ୍ମାକୁ ଶାନ୍ତି ମିଳିବ ନାହିଁ । ମୋର ଆତ୍ମାକୁ ଶାନ୍ତି ମିଳିବ ନାହିଁ । ସିଧୁର ଠିକ ଭାବରେ ଯତ୍ନ ନେବୁ ବୋଉ । ବାପାଙ୍କର ବି ଭଲସେ ଯତ୍ନ ନେବୁ ।

ତୁ ବାପାଙ୍କୁ ବୁଝେଇ ଦେବୁ ତାଙ୍କ ପୁଅ ତାଙ୍କ ପାଖରେ ସବୁବେଳେ ଅଛି । ସମସ୍ତଙ୍କୁ ଭଲରେ ରଖିବୁ ଲୋ ବୋଉ । ମୁଁ ନାହିଁ ବୋଲି ତୁ ଜମାରୁ ବି ମନ ଦୁଃଖ କରିବୁ ନାହିଁ । ଆଲୋ ବୋଉ ମୁଁ ତୋ ପାଖରେ ସବୁବେଳେ ରହିଛି ଆଉ ରହିଥିବି । ହଁ ତୁ ମୋତେ ଦେଖି ପାରିବୁନି ସତ ହେଲେ ମୋତେ ତୁ ଅନୁଭବ କରିପାରିବୁ ।

ହେଲେ ଆର ଜନ୍ମରେ ମୁଁ ପୁଣି ଥରେ ତୋ କୋଳକୁ ମୁଁ ଜନ୍ମ ନେଇ ଆସିବି । ମୋର ଜୀବନ ହାରିବା ନିଷ୍ପତ୍ତି ପଛର କାହାଣୀ ମୁଁ କହିପାରିବିନି ଲୋ ବୋଉ । ମୋର ଏଭଳି ନିଷ୍ପତ୍ତି ପାଇଁ ଆଦ୍ୟନ୍ତ କଲେଜ ଦାୟୀ ନୁହେଁ । ବୋଉ, ମୁଁ ଏ ଜନ୍ମରେ ସିନା ତୋର ରୁଣ ସୁଜି ପାରିଲିନି ।

ମୋ କଲେଜ ନାମରେ କେହି କେସ କରିବ ନାହିଁ । କେସ କଲେ ଏହି କଲେଜରେ ପଢୁ ଥିବା ମୋ ସାଙ୍ଗ ଏବଂ ଭାଇ ମାନଙ୍କର ଭବିଷ୍ୟତ ଅନ୍ଧାର ହୋଇଯିବ । ସେମାନେ ଯେଉଁ ଲକ୍ଷ ନେଇ ଆସିଛନ୍ତି ତାକୁ ସେମାନେ ପୂରଣ କରିପାରିବେ ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *