ଫୋନ କଲେ ବିଧାୟକ Rudra Moharathy, ଗାଁରେ ପହଞ୍ଚିଲା ପାଣି ଟ୍ୟାଙ୍କର…ଲୋକେ କହିଲେ ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରୁଦ୍ର ପ୍ରତାପ ମହାରଥୀ ହେଉଛନ୍ତି ବିଜେଡି ଦଳର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ଏକ ମାତ୍ର ପୁତ୍ର । ଗତ କିଛି ମାସ ତଳେ ପ୍ରଦୀପ ଏହି ଦୁନିଆ ଛାଡି ଚାଲିଯାଇଥିଲେ ଆଉ ଏହା ପରେ ବିଜେଡି ଦଳ ପ୍ରଦୀପଙ୍କ ପୁଅ ରୁଦ୍ର ପ୍ରତାପଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦେଇଥିଲା ।

ବନ୍ଧୁଗଣ ଜନତାଙ୍କ ପୂର୍ଣ୍ଣ ସମର୍ଥନରେ ରୁଦ୍ର ପ୍ରଥମ ଚେଷ୍ଟାରେ ପିପିଲି ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି । ରୁଦ୍ର ବିଧାୟକ ହେବା ପରେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି । ସେ ପ୍ରତି ଗାଁ ଗାଁ ବୁଲି ଲୋକ ମାନଙ୍କର ସମସ୍ୟାର ସମାଧାନ କରୁଛନ୍ତି । ତେବେ ବନ୍ଧୁଗଣ ଏଭଳି ସମୟରେ ରୁଦ୍ରଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ  ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏବେ ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି । ହୀରାକୁଦ ଡ୍ୟାମ 40 ଗେଟ ଖୋଲିବା ପରେ ଏବେ ଲୋକ ମାନେ ଚିନ୍ତାରେ ପଡିଛନ୍ତି ।

ପୂର୍ବରୁ ମହାନଦୀ ଅବବାହିକାରେ ବଡ ବନ୍ୟା ଆସିଥିଲା ତେବେ ଏଥର କମ ପାଣି ଆସିଥିଲେ ମଧ୍ୟ ସ୍ଥିତି ଅଧିକ ଜଟିଳ ହୋଇଛି । ସମ୍ଭାବ୍ୟ ବନ୍ୟାର ପ୍ରଭାବ ପୁରୀର ଅନେକ ଅଞ୍ଚଳରେ ଦେଖିବାକୁ ମିଳିଛି ଆଉ ଏଭଳି ସମୟରେ ରୁଦ୍ର ବନ୍ୟା ପ୍ରଭାବିତ ସମସ୍ତ ଅଞ୍ଚଳ ବୁଲି ସମୀକ୍ଷା କରୁଛନ୍ତି । ସେ ଅନେକ ବନ୍ୟା ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି ଆଉ ଏହା ସହ ସେମାନଙ୍କର ଖାଇବା ପିଇବା ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ତେବେ ବନ୍ଧୁଗଣ ଏବେ ଏକ ଅଞ୍ଚଳରେ ପିଇବା ପାଣିକୁ ନେଇ ଅନେକ ସମସ୍ୟା ଦେଖିବାକୁ ମିଳିଛି । ସେଠାରେ ରୁଦ୍ର ହଠାତ ପହଞ୍ଚି ପିଇବା ପାଣି ପଠେଇବା ପାଇଁ ଫୋନରେ ଏକ ଅଧିକାରୀଙ୍କୁ କହୁଛନ୍ତି । ରୁଦ୍ର ଫୋନ କରିବାର କିଛି ସମୟ ପରେ ଗାଁରେ ପାଣି ଆସି ପହଞ୍ଚୁଛି । ରୁଦ୍ରଙ୍କର ଏହି କାମ ଉପରେ ସମସ୍ତ ଲୋକ ବେସ ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *