ନମସ୍କାର ବନ୍ଧୁଗଣ ତେବେ ଯଦି ଆପଣଙ୍କ ପରିୟଡ୍ ମିସ୍ ହୋଇ ଯାଇଛି ଏବଂ ଆପଣ ଗର୍ଭବତୀ ଅଛନ୍ତି କି ନାହିଁ, ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି, ତା’ ହେଲେ ଏଠାରେ ଆମେ ଆପଣଙ୍କୁ କିଛି ଲକ୍ଷଣ ବିଷୟରେ କହିବୁ, ଯାହା ନିଶ୍ଚିତ କରିଦେବ ଯେ ଆପଣ ଗର୍ଭବତୀ ଅଛନ୍ତି କି ନାହାନ୍ତି। ଯଦିଓ ପ୍ରେଗନାନ୍ସି ଟେଷ୍ଟରୁ ଏହାର ଚିହ୍ନଟ କରାଯାଇ ପାରିବ, କିନ୍ତୁ ଅନେକ ବାର ହର୍ମୋନାଲ ପରିବର୍ତ୍ତନ ହେତୁ ମଧ୍ୟ ପରିୟଡ୍ ଅନିୟମିତ ହୋଇଥାଏ। ବିଶେଷ କରି ଥାୟରଏଡ୍ ବଢ଼ିବା ସ୍ଥିତିରେ ପରିୟଡ୍ ଅନିୟମିତ ହୋଇଯାଏ ।
ଏମିତିରେ ପରିୟଡ୍ ମିସ୍ ହେବା ହିଁ ଗର୍ଭଧାରଣର ଏକମାତ୍ର ଲକ୍ଷଣ ହୋଇ ପାରିବ ନାହିଁ । ଆପଣ କନ୍ସିଭ କରିଛନ୍ତି ଏବଂ ମା’ ହେବାକୁ ଯାଉଛନ୍ତି, ଏହା କେତେଗୁଡ଼ିଏ ଲକ୍ଷଣରୁ ମଧ୍ୟ ଜାଣି ହେବ। ତେବେ ପରିୟଡ୍ ମିସ୍ ହେବା ସହିତ ଯଦି ଆପଣଙ୍କୁ ହଠାତ୍ କ୍ଳାନ୍ତ ବା ଥକ୍କାପଣ ଅନୁଭବ ହେଉଛି, ତା’ ହେଲେ ବୁଝି ଯାଆନ୍ତୁ ଆପଣ ଗର୍ଭବତୀ ଅଛନ୍ତି। ଗର୍ଭାବସ୍ଥାରେ ଶରୀରରେ କିଛି ହରମୋନ୍ ଦ୍ରୁତ ଗତିରେ ବଢ଼ିଥାଏ, ଯେଉଁ କାରଣରୁ ଥକ୍କାପଣ ଅନୁଭବ ହୋଇଥାଏ । ତେବେ ଗର୍ଭାବସ୍ଥାର ପ୍ରାରମ୍ଭ ଦିନଗୁଡ଼ିକରେ ବାନ୍ତି ଆସିବା ସ୍ୱାଭାବିକ କଥା।
କିଛି ମହିଳାଙ୍କଠାରେ ମଧ୍ୟ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖା ଦେଇଥାଏ । ଗର୍ଭାବସ୍ଥା ସହିତ ମହିଳାଙ୍କ ଶରୀରରେ କିଛିଟା ପରିବର୍ତ୍ତନ ଦେଖା ଦେଇଥାଏ । ଯେପରି, ସ୍ତନରେ ଯନ୍ତ୍ରଣା ହେବା, ଏହାର ଆକାରରେ ପରିବର୍ତ୍ତନ ଇତ୍ୟାଦି । ଏହି ସବୁ ଲକ୍ଷଣ ମଧ୍ୟ ସୂଚାଇ ଦେଇଥାଏ ଯେ ଆପଣ ମା’ ହେବାକୁ ଯାଉଛନ୍ତି । ଏହା ଛଡା ଗର୍ଭାବସ୍ଥାରେ ବାରମ୍ବାର ପରିସ୍ରା ଲାଗିଥାଏ ।
ଯଦି ଆପଣଙ୍କ ସହିତ ବି ଏମିତି ଘଟୁଛି, ତା’ ହେଲେ ଆପଣ ପ୍ରେଗନାନ୍ସି ଟେଷ୍ଟ କରି ପାରିବେ । ତେବେ ବର୍ତ୍ତମାନ ସମୟରେ ପ୍ରେଗନାଣ୍ଟ ଟେଷ୍ଟ କରିବାକୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡୁନି। କାହିଁକିନା ଏବେ ମେଡିସିନ୍ ଦୋକାନରେ ପ୍ରେଗନନାନ୍ସି ଟେଷ୍ଟ କିଟ୍ ମିଳିଲାଣି । ଯାହାଦ୍ୱାରା ଆପଣ ମାତ୍ର କେଇ ମିନିଟରେ ଜାଣିପାରିବେ ଆପଣ ଗର୍ଭବତୀ କି ନୁହଁନ୍ତି । ଏଥିପାଇଁ ଆପଣଙ୍କୁ କିଟ୍ରେ କେବଳ ପରିସ୍ରାର କିଛି ବୁନ୍ଦା ପକାଇବାକୁ ହେବ ଏବଂ କିଛି ମିନିଟ୍ ଭିତରେ ଆପଣ ରେଜଲ୍ଟ ପାଇଯିବେ।
ତେବେ ବେଳେବେଳେ ଏହି ରେଜଲ୍ଟ ଭୁଲଭାଲ ଆସିଥାଏ। ଜଲଦି ଟେଷ୍ଟ କରିବା କାରଣରୁ ଭୁଲଭାଲ ଫଳ ବାହାରିଥାଏ ତେଣୁ ଆପଣଙ୍କୁ ପ୍ରେଗନେନ୍ସୀ ଟେଷ୍ଟ କରିବାର ଉଚିତ ସମୟ ଜାଣିବା ନିହାତି ଆବଶ୍ୟକ। ତେବେ ପ୍ରେଗନାନ୍ସୀ ଟେଷ୍ଟ କରିବାର ସବୁଠାରୁ ଭଲ ସମୟ ହେଉଛି ଆପଣଙ୍କ ପିରିୟଡ ବା ମାସିକ ଧର୍ମ ଯେତେବେଳେ ବିଳମ୍ବ ହୋଇଥାଏ।
ଆପଣ ପିରିୟଡ୍ ମିସ୍ ହେବାର ଗୋଟିଏ ଦିନ ପରେ ବି ଆପଣ ଟେଷ୍ଟ କରିପାରିବେ। କିଛି ଟେଷ୍ଟ କିଟ ଆପଣଙ୍କ ପିରିୟଡକୁ ପୂରା ହେବାର ଚାରି ୫ ଦିନ ପୂର୍ବରୁ ହିଁ ପଜିଟିଭ୍ ଦେଖାଇଦିଏ । କିନ୍ତୁ ପିରିୟଡ୍ ମିସ୍ ହେବା ପରେ ଟେଷ୍ଟ କରିବା ଦ୍ୱାରା ଆପଣଙ୍କୁ ଭୁଲ ରେଜଲ୍ଟ ମିଳିନପାରେ । ଯଦି ଆପଣଙ୍କ ମାସିକ ଧର୍ମ ଠିକ୍ ସମୟରେ ହେଉନଥାଏ ତାହେଲେ ସଠିକ ପରିଣାମ ପାଇଁ ଆପଣଙ୍କୁ ୩୫ ରୁ ୪୦ ଦିନ ପଯ୍ୟର୍ନ୍ତ ଅପେକ୍ଷା କରିବାକୁ ପଡିବ।
ତେବେ କିଛି ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ସକାଳ ସମୟରେ ପ୍ରେଗନାନ୍ସୀ ଟେଷ୍ଟ କରିବା ଦ୍ୱାରା ଆପଣଙ୍କୁ ଅଧିକ ସଠିକ୍ ରେଜଲ୍ଟ ମିଳିଥାଏ । କାହିଁକିନା ସକାଳ ସମୟର ପ୍ରଥମ ପରିସ୍ରାରେ ଏଚସିଜି ସାନ୍ଦ୍ରତା ମଧ୍ୟ ଅଧିକ ହୋଇଥାଏ । ଏହାର ଅର୍ଥ ଯଦି ଆପଣ ଗର୍ଭବତୀ ତାହେଲେ ଆପଣଙ୍କୁ ପଜିଟିଭ୍ ପରିଣାମ ମିଳିବାର ସମ୍ଭାବନା ବହୁତ ଅଧିକ ଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।