ନଦୀରେ ଚତ୍ମକାର ଦୃଶ୍ୟ… ପାଣି ଭିତରୁ ବାହାରିଲା ରାମଲାଲଙ୍କ ଭଳି ଦିଶୁଥିବା ମୂର୍ତ୍ତୀ… ଲୋକେ ଦେଖି ଆଶ୍ଚର୍ଯ୍ୟ…

ନଦୀ ଭିତରେ ଦିଶିଲା ଚମତ୍କାର ଦୃଶ୍ୟ ! ପାଣି ଭିତରୁ ବାହାରିଲା ରାମଲାଲାଙ୍କ ମୂର୍ତ୍ତି ! ହଁ ଆଜ୍ଞା ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସରିଛି । ଦୀର୍ଘ 500 ବର୍ଷର ଅପେକ୍ଷାର ଅନ୍ତ ଘଟିବା ପରେ ପ୍ରଭୁ ରାମଲାଲା ନିଜର ଜନ୍ମ ଭୂମୀ ଅଯୋଧ୍ୟାରେ ବିରାଜମାନ ହୋଇଛନ୍ତି । ତେବେ ଯେଉଁ ସମୟରେ ପ୍ରଭୁ ରାମଲାଲାଙ୍କର ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କରାଯାଇ ତାଙ୍କର ମୂର୍ତ୍ତିକୁ ସମସ୍ତଙ୍କୁ ଦର୍ଶନ କରାଯାଇଥିଲା । ତାପରେ ସେହି ମୂର୍ତ୍ତି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଥିଲା ।

ଯୁଆଡେ ଦେଖ ଖାଲି ରାମଲାଲାଙ୍କ ବିଗ୍ରହ ସବୁଆଡେ ଘୁରି ବୁଲୁଥିଲା । ପ୍ରଭୁ ରାମଲାଲାଙ୍କ ମୂର୍ତ୍ତିକୁ ଦେଖି ମଧ୍ୟ ଭକ୍ତ ଭାବବିହ୍ଵଳ ହୋଇ ପଡୁଥିଲେ । ହେଲେ ଏବେ ଆଉ ଏକ ଖବର ଚର୍ଚା ହେବାରେ ଲାଗିଛି । ଖବର ମୁତାବକ ରାମଲାଲାଙ୍କ ମୂର୍ତ୍ତି ପରି ଆଉ ଏକ ମୂର୍ତ୍ତି ନଦୀ ମଧ୍ୟରୁ ଉଦ୍ଧାର କରାଯାଇଛି । ହଁ ଆଜ୍ଞା ଅବିକଳ ରାମଲାଲାଙ୍କ ମୂର୍ତ୍ତି ପରି ମୂର୍ତ୍ତିଟି ଦେଖାଯାଉଛି । ତେବେ କର୍ଣ୍ଣାଟକ ରାଜ୍ୟର ରାଇଚୁର ଜିଲ୍ଲାର ଏକ ଗ୍ରାମର କୃଷ୍ଣ ନଦୀରୁ ଭଗବାନ ରାମଙ୍କର ଏକ ମୂର୍ତ୍ତି ମିଳିଛି ।

ତେବେ ମୂର୍ତ୍ତିଟି ବହୁତ ପୁରୁଣା ହୋଇଥିବା ବେଳେ ମୂର୍ତ୍ତିରେ 10 ଅବତାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ତେବେ ସେହି ନଦୀ ମଧ୍ୟରୁ ରାମଙ୍କର ମୂର୍ତ୍ତି ସହ ଏକ ପ୍ରାଚୀନ ଶିବଲିଙ୍ଗ ମଧ୍ୟ ସେଠାରୁ ଉଦ୍ଧାର କରାଯାଇଛି । ତେବେ ଏଠାରେ କହିବା ପାଇଁ ଚାହିଁବୁ । ନଦୀରୁ ମିଳିଥିବା ପ୍ରାଚୀନ ରାମମୂର୍ତ୍ତିଟି ଅଯୋଧ୍ୟାର ରାମଲାଲାଙ୍କ ମୂର୍ତ୍ତି ଭଳି ଦେଖାଯାଉଛି । ତେବେ କୃଷ୍ଣ ନଦୀ ଅବବାହିକାରେ ମିଳିଥିବା ରାମଙ୍କର ଏହି ପଥର ମୂର୍ତ୍ତିର ଅନେକ ବିଶେଷ ଗୁଣ ରହିଛି ।

ତେବେ ନଦୀରୁ ଉଦ୍ଧାର କରାଯାଇଥିବା ଏହି ପ୍ରାଚୀନ ପ୍ରଭୁ ରାମଙ୍କର ମୂର୍ତ୍ତିରେ 10 ଅବତାର ପଥରରେ ଖୋଦିତ ହୋଇ ରହିଅଛି । ତେଣୁ ଏହି ମୂର୍ତ୍ତି ଅତ୍ୟନ୍ତ ମୂଲ୍ୟବାନ ଅଟେ । ପ୍ରଭୁ ରାମଙ୍କର ଏହି ମୂର୍ତ୍ତିରେ ସତେ ଯେପରି ସ୍ଵୟଂ ଭଗବାନ ଦର୍ଶନ ଦେଇଛନ୍ତି ବୋଲି ଜଣା ପଡୁଛି । ପ୍ରଭୁଙ୍କର ଏହି ମୂର୍ତ୍ତିମାରେ 4 ଟି ବାହୁ ରହିବା ସହ ଦୁଇ ହାତରେ ଶଙ୍ଖ, ଚକ୍ର ଓ ଦୁଇ ହାତରେ ବରଦାନ ମୁଦ୍ରା ରହିଛି । ତେବେ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *