ବନ୍ଧୁ ବାନ୍ଧବ ସହ ଠାରି ଠାରି କଥା ହେଉଥିଲା ବୋହୂ…ଦୂରରୁ ଦେଖିଦେଲା ଶାଶୁ, ପାଖକୁ ଆସି…

ଘରକୁ ବୋହୁ ଆସିଛି ହେଲେ କଥା କହି ପାରୁନାହିଁ । ସବୁକିଛି ଖାଲି ଠାରିକୁ ନୂଆ ବୋହୁଟି କହୁଛି । ହଁ ଆଜ୍ଞା ପୁଅ ବାହା ହୋଇ ଘରକୁ ବୋହୁଟିଏ ଆଣିଛି । ହେଲେ ବୋହୁଟି କିଛି କଥା କହିପାରୁନି । ଯାହାକୁ ଯାହା କହିବା କି କିଛି କମ କରିବାର ଥିବ । ସେ ସବୁ କଥାକୁ ବୋହୁ ଠାର ମାଧ୍ୟମରେ କହୁଛି । ଏପରିକି ଘରକୁ ବନ୍ଧୁବାନ୍ଧବ ଆସିଲେ ବି ବୋହୁଟି ନିଜର ଠାର ଦ୍ଵାରା ସୁନ୍ଦର ଭାବରେ ଲୋକଙ୍କୁ ବୁଝାଇ ଦେଉଛି । ତେବେ ଏ ନେଇ ବୋହୁଟିର ଶାଶୁ ଏପରି କିଛି ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ଶାଶୁଙ୍କର କହିବା ଆଧାରରେ ମୋ ପୁଅ ବାହା ହେଲା ପରେ ମୋ ଘରକୁ ବୋହୁ ଆସିଛି । ମୋ ପାଇଁ ମୋ ଝିଅ ଯେମିତି ମୋ ବୋହୁବି ଠିକ ସେମିତି । ବୋହୁକୁ ମୋର ଝିଅ କରି ରଖିବୀ । ବୋହୁ ମୋର କଥା କହିପାରୁନି । ହେଲେ ସେ ଯାହା ଠାର ଦ୍ଵାରା କହୁଛି ମୁଁ ସେଥିରୁ ବୁଝି ଯାଉଛି । ମୁଁ ଯାହା ଠାରିକି କୁହେ, ମୋ ବୋହୁ ତାହାକୁ ବୁଝିକି ତୁରନ୍ତ କରିଦିଏ ।

ତେବେ ଜଣେ ଝିଅ ଜିଏକି ଭଲରେ କଥା କହି ପାରୁନାହିଁ କି ଶୁଣି ମଧ୍ୟ ଠିକରେ ପାରୁନାହାନ୍ତି ତେବେ ଏଭଳି ଝିଅକୁ ବୋହୁ କାହିଁକି କରିଥିଲ ଯିଏ କହୁଛି । ଶାଶୁ ଜଣଙ୍କ କହିଥିଲେ । ମୋ ପୁଅ ସେହି ଝିଅକୁ ଭଲ ପାଉଥିଲା । ପୁଅକୁ ବୁଝାଇଲା ପରେ ପୁଅ କହିଥିଲା ସେ ଝିଅ ମୋ ଜୀବନ ତା’ ଜୀବନର ମୁଁ ସାଥି ହେବାକୁ ଚାହେଁ । ତେଣୁ ମୋ ପୁଅର ଯେଉଁଥିରେ ଖୁସି ମୋର ମଧ୍ୟ ସେଥିରେ ଖୁସି । ମୋ ବୋହୁକୁ ମୁଁ ମୋ ଝିଅ ପରି କରି ରଖିବୀ ।

ବୋହୁ କଥା କହିପାରୁନଥିଲେ କଣ ହେଲା ? ବୋହୁର ଠାରରେ ଆମେ ସବୁ ବୁଝିଯିବୁ । ତେବେ ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନିଳଗିରି ଜିରିତାଳ ଗ୍ରାମରେ ଦେଖିବାକୁ ମିଳିଛି । ମହେଶ୍ଵର ନାମକ ଏକ ଯୁବକ ରୁକ୍ମିଣୀ ନାମକ ଏକ ଯୁବତୀନୁ ବାହା ହୋଇ ତାଙ୍କ ଜୀବନସାଥି ରୂପେ ବାଛି ନେଇଛନ୍ତି । ତେବେ ଆମେ ମଧ୍ୟ ଆଶା କରୁଛୁ । ଉଭୟଙ୍କର ବୈବାହିକ ଜୀବନ ବହୁତ ଭଲରେ ରହୁ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *