10 ବର୍ଷ ଧରି ମିଛ ବାହାଘର ଥିଲା, ଏହି ବାହାଘର ହୃଦୟହୀନ କଷ୍ଟଦାୟକ ଥିଲା…Anubhav Barsha

10 ବର୍ଷର ସମ୍ପର୍କରେ ପଡିଲା ପୂର୍ଣ୍ଣଛେଦ ! ବର୍ଷା ଓ ଅନୁଭବଙ୍କ ଛାଡପତ୍ରକୁ ମିଳିଲା ମଞ୍ଜୁରୀ ! ହଁ ଆଜ୍ଞା କେନ୍ଦ୍ରପଡା ସାଂସଦ ତଥା ସୁପରଷ୍ଟାର ଅନୁଭବଙ୍କୁ ଛାଡପତ୍ରର ମଞ୍ଜୁରୀ ମିଳିଯାଇଛି । ନିଜେ ଅଭିନେତା ଅନୁଭବ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏପରି କିଛି ପୋଷ୍ଟ କରି ଜଣାଇଛନ୍ତି । ଯେଉଁଥିରେ ସେ ନିଜର ବିବାହ ବିଚ୍ଛେଦ ସମ୍ପର୍କ ବିଷୟରେ ସୂଚନା ଦେଇଛନ୍ତି । ତେବେ ଅନୁଭବଙ୍କ ଲେଖା ଅନୁଯାଇ ତାଙ୍କ ବିବାହର 10 ବର୍ଷ ପୂରଣ ପୂର୍ବରୁ ତାଙ୍କୁ ଛାଡପତ୍ରର ନିର୍ଦ୍ଧେଶନାମା ମିଳିଛି ।

ତେବେ କୋର୍ଟର ଛାଡପତ୍ରକୁ ନେଇ ଥିବା ଏକ ପେପରକୁ ମଧ୍ୟ ସେ ନିଜ ଲେଖା ସହ ଆଟାଚ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ଏଠାରେ ସ୍ପଷ୍ଠ ଭାବେ କହିବାକୁ ଗଲେ । ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କରେ ଫାଟ ପଡିଛି । ତେବେ ଅନୁଭବ ଏପରି ମଧ୍ୟ ନିଜର ହୃଦୟର କଥାକୁ ସୋସିଆଲ ମିଡିଆରେ ଲେଖି ଜଣାଇଛନ୍ତି । ବର୍ଷା ସହ ତାଙ୍କର ଯେଉଁ 10 ବର୍ଷର ବିବାହ ସମ୍ପର୍କ ଥିଲା । ତାହା ଥିଲା ମିଛ ।

ଅନୁଭବ ଓ ବର୍ଷା ଉଭୟ ଉଭୟଙ୍କୁ ବାହା ହୋଇଥିବା କଥା ତ ସମସ୍ତେ ଜାଣିଥିଲେ । ହେଲେ ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ର ସମ୍ପର୍କ କିନ୍ତୁ ତାଙ୍କ ଭିତରେ ନଥିଲା ବୋଲି ଅନୁଭବ ସବୁବେଳେ କହି ଆସିଛନ୍ତି । ବିବାହ ପରେ ତାଙ୍କ ମଧ୍ୟରେ ଯେଉଁ ସମୟ ବିତିଯାଇଛି । ତାହା ଥିଲା ହୃଦୟହୀନ ଓ କଷ୍ଟଦାୟକ ସମ୍ପର୍କ । ତେବେ ବହୁ ଦିନର ସଂଘର୍ଷ ତଥା ଦୀର୍ଘ ଅପେକ୍ଷା ପରେ ସବୁ ଅପେକ୍ଷାର ଅନ୍ତ ଘଟିଛି ।

କାରଣ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ତାଙ୍କୁ କୋର୍ଟ ପକ୍ଷରୁ ଛାଡପତ୍ରର ମଞ୍ଜୁରୀ ମିଳିଯାଇଛି । ଯାହାକୁ ଖୋଦ କେନ୍ଦ୍ରପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ନିଜର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟରେ ଲୋକଙ୍କ ସହ ଶେୟାର କରି ଜଣାଇଛନ୍ତି । ଯେଉଁଥିରେ ଅନୁଭବ ବର୍ଷାଙ୍କ ଠାରୁ ଛାଡପତ୍ର ନେବାର ମଞ୍ଜୁରୀ ପାଇ ମଧ୍ୟ ବର୍ଷାଙ୍କର ଶୁଭ କାମନା କରି ତାଙ୍କୁ ରୋଜ ଡେ’ ର ଶୁଭେଚ୍ଛା ଜଣାଇଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *