ବନ୍ଧୁଗଣ ପ୍ରତ୍ୟକ ଭାରତୀୟଙ୍କ ଦୁର୍ବଳତା ହେଉଛି ସୁନା ଏବଂ ଘର ଖଣ୍ଡିଏ । ସମସ୍ତେ ଚାହାଁନ୍ତି ନିଜ ଜୀବନ କାଳ ଭିତରେ ଅନନ୍ୟ ଘର ଖଣ୍ଡିଏ ତିଆରି କରିବେ ଆଉ ସେହି ଘରେ ଶାନ୍ତିରେ ଜୀବନ ଅତିବାହିତ କରିବେ । ହେଲେ ସେହି ଘରକୁ ଭାଙ୍ଗିବା ପାଇଁ ଯଦି କୌଣସି ନିର୍ଦ୍ଦେଶ ଆସେ ତା ହେଲେ ନିଶ୍ଚୟ ସ୍ଵାଭାବିକ ଭାବରେ ଯିଏ ଘର ମାଲିକ ଥିବ ତାର ଛାତି ଫାଟି ଯିବ । ତେବେ ଏଭଳି ଏକ ଘଟଣାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି ଏବଂ ଘର ଭାଙ୍ଗିବା ପାଇଁ ଯେତେବେଳେ ନିର୍ଦ୍ଦେଶ ଆସିଛି
ସେତେବେଳେ ବ୍ୟକ୍ତି ଜଣକ ଘର ଭାଙ୍ଗିବାକୁ ଦେବେନି ବୋଲି କହିଛନ୍ତି । ବ୍ୟକ୍ତି କହିଛନ୍ତି ସେଇଟା ହେଉଛି ମୋର ସ୍ଵପ୍ନର ଘର ମୋତେ ଟିକେ ସମୟ ଦିଅନ୍ତୁ ମୁଁ ଘର ଘୁଞ୍ଚାଇ ଦେବି । ଆପଣ ମାନେ ମାଟିରେ ଦବି ଯାଇଥିବା ଘରକୁ ଉପରକୁ ଉଠେଇବାର ଦୃଶ୍ୟ ଦେଖିଛନ୍ତି । ହେଲେ ଗୋଟେ ଦୁଇ ମହଲା ଘରକୁ ଏକ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା କଥା ଶୁଣିଛନ୍ତି କି ।
ରାସ୍ତାରେ ପଡିଥିବା ଘରକୁ ନ ଭାଙ୍ଗି ଘୁଞ୍ଚାଇ ଦେଇଛନ୍ତି ପଞ୍ଜାବର ଜଣେ କୃଶକ । ରାସ୍ତା ଠାରୁ ଘରକୁ ପ୍ରାୟ ୫୦୦ ଫୁଟ ଘୁଞ୍ଚାଇ ଦିଆ ଯାଉଛି । ଆଉ ଏହା ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ପଞ୍ଜାବ ସଙ୍ଗରୁରେ ଦେଖିବାକୁ ମିଳିଛି କିଛି ଆଶ୍ଚର୍ଯ୍ୟ ଜନକ ଘଟଣା । ଏଠାରେ ଜଣେ କୃଶକ ନିଜ ଦୁଇ ମହଲା କୋଠାକୁ ସୁରକ୍ଷିତ ଭାବରେ ୫୦୦ ଫୁଟ ଦୂରକୁ ଉଠାଇ ନେଇଛନ୍ତି ।
ସୂଚନା ଅନୁସାରେ କୃଶକଙ୍କ ଘର ଯେଉଁଠି ଥିଲା ସେହି ବାଟ ଦେଇ ଏକ ଏକ୍ସପ୍ରେସ ୱେ ଯିବ । ଏନେଇ ସରକାର ଜାଗା ଖାଲି କରାଉ ଛନ୍ତି ଆଉ ଏହି କ୍ରମରେ ଦୁଇ ମହଲା କୋଠା ଭନଗିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏନେଇ ପଞ୍ଜାବ ସରକାର ଘର ମାଲିକଙ୍କୁ କ୍ଷତି ପୂରଣ ଦେବା ପାଇଁ ମଧ୍ୟ ଘୋଷଣା କରିଥିଲେ । ହେଲେ ଏଥିରେ ରାଜି ହୋଇ ନଥିଲେ ଘର ମାଲିକ ଶୁକବିନ୍ଦର ସିଂହ ସୁଖୀ ।
ଘର ମାଲିକ ଜିଦ ଧରି ଥିଲେ ଯେ, ସେ ତାଙ୍କ ଘର ଭାଙ୍ଗିବା ପାଇଁ ଦେବେ ନାହିଁ । କାରଣ ଏହି ଘରେ ତାଙ୍କର ବର୍ଷ ବର୍ଷର କଷ୍ଟ ଅର୍ଜିତ ଧନ ଲାଗିଛି । ନିଜ ଘରକୁ ରାସ୍ତା ଠାରୁ ଘୁଞ୍ଚାଇ ଦେବା ପାଇଁ ଅନୁମତି ସେ ମାଗିଥିଲେ ଆଉ ଏବେ ସେ ନିଜ ଘରକୁ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ଵାରା ଘୁଞ୍ଚାଇ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।