ବନ୍ଧୁଗଣ ସମୟ ର ଗତି ରେ କେତେବେଳେ ଯେ କଣ ଘଟିଯିବ ତାହା କେହି ଜାଣି ପାରନ୍ତି ନାହିଁ । ଭବିଷ୍ୟତ ରେ ହେବାକୁ ଥିବା ଘଟଣା ର ଅନୁମାନ କେହିବି ଆକଳନ କରି ପାରନ୍ତି ନାହିଁ । କେଉଁ ମୁହୂର୍ତ୍ତରେ କିଭଳି ଦୁର୍ଘଟଣା ଘଟିଯିବ ତାହାର ପୂର୍ବ ସୂଚନା ମିଳିବା କଷ୍ଟସାଧ୍ୟ ଅଟେ । ତେବେ ବର୍ତ୍ତମାନ ଏକ ଏଭଳି ଖବର ସାମ୍ନା କୁ ଆସିଛି ଯାହା ଜାଣିଲେ ଆପଣ ହୁଏତ ଆଚମ୍ବିତ ହୋଇଯିବେ ।
ତେବେ ସୂଚନାଯୋଗ୍ୟ,ବିଦ୍ୟାଳୟ ରେ ପାଠପଢ଼ା ଚାଲିଥିବା ବେଳେ ବଜ୍ରପାତ ଘଟି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କୁଟୁରାପସି ପ୍ରାଥମିକ ବିଦ୍ୟାଳୟ ରେ । ଅପରାହ୍ନ ପ୍ରାୟ ୧ଟା ସମୟରେ ବଜ୍ରପାତ ଯୋଗୁଁ ଶ୍ରେଣୀ କୋଠରୀ ରେ ପାଠ ପଢ଼ୁଥିବା ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ଶରେ ର ୧୭ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଆହତ ହୋଇଛନ୍ତି ।
ଏହା ମଧ୍ଯରୁ ୭ ଜଣ ଛାତ୍ରଛାତ୍ରୀ ଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ୧୦୮ ଆମ୍ବୁଲାନ୍ସ ରେ ଆଣି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ଅନ୍ୟ ପଟେ ବଜ୍ରପାତ ଯୋଗୁଁ ବିଦ୍ୟାଳୟ ର ଶ୍ରେଣୀ କୋଠରୀ ର ଛାତ କଣା ହୋଇଯାଇ ଥିବା ବେଳେ ଚଟ୍ଟାଣ ଫାଟି ଫାଳଫାଳ ହୋଇ ଯାଇଛି ।
ଏହା ସହିତ ବିଦ୍ୟୁତ ଉପକରଣ ର ଜିନିଷ ଗୁଡ଼ିକ ପୋଡ଼ି ନଷ୍ଟ ହୋଇ ଯାଇଛି । ଅନ୍ୟ ପଟେ ଚିକିତ୍ସାଧୀନ ଛାତ୍ରଛାତ୍ରୀ ଙ୍କ ଶରୀର ଜଳାପୋଡ଼ା ହେଉଥିବା ସହିତ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବା ସୂଚ ମିଳିଛି । ଖବର ପାଇବା ପରେ ଚିକିତ୍ସାଳୟରେ ଦେବଗଡ଼ ବିଧାୟକ, ଏସ୍ପି, ତହସିଲଦାର ପ୍ରମୁଖ ପହଞ୍ଚି ଛାତ୍ରଛାତ୍ରୀ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଦେଖିଛନ୍ତି ।
ତେବେ ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଏହି ସମ୍ବନ୍ଧରେ ଜାଣିବା ପରେ ଲୋକମାନେ ଉକ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଙ୍କ ଆରୋଗ୍ୟ କାମନା କରିଛନ୍ତି ଏବଂ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।