ଦୁଇ ଦିନ ତଳେ ବାହା ହୋଇ ଥିଲେ ଆଉ ଆଜି ୨୦ ମହଲାରୁ ବାପା ଖସି ପଡିଲେ । ଓୟୋ ପ୍ରତିଷ୍ଠାତା ରିରେଶଙ୍କ ଜୀବନରେ ଖୁସି ଦୁଇ ଦିନ ପରେ ଆସି ଗଲା ଦୁଃଖ । ଘରକୁ ଆସିଲା ସ୍ତ୍ରୀ ହେଲେ ସବୁ ଦିନ ପାଇଁ ଚାହି ଗଲେ ବାପା । ହଁ ଦର୍ଶକ ବନ୍ଧୁ ଓୟୋ କମ୍ପାନୀର ଫାଉଣ୍ଡର ରିତେଶ ଅଗ୍ରୱାଲଙ୍କର ବାପା ମୃତ୍ୟୁ ବରଣ କରିଛନ୍ତି । କୁହାଯାଉଛି ଯେ ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲଙ୍କ ମୃତ୍ୟୁ ଗୁରୁଗ୍ରାମର ଏକ ଉଚ୍ଚ ବିଲଡିଙ୍ଗରୁ ଖସିଯିବା କାରଣରୁ ହୋଇଛି ।
ତେବେ ଦୁଇ ପ୍ରହାର ତଥା ୧ଟାଏ ସମୟରେ ଡିଏଲଏଫରେ ୨୦ ତମ ମହଲାରୁ ଖସି ପଡି ଥିଲେ ରମେଶ ଅଗ୍ରୱାଲ । ଏହା ଫଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ହେଲେ ଏହାର ଦୁଇ ଦିନ ପୂର୍ବରୁ ରିତେଶଙ୍କ ବାହାଘର ଶେଷ ହୋଇଛି ଯାହା କି ସାରା ଭାରତ ଜାଣିଛି । ଆଉ ଏବେ ଏଭଳି ଏକ ଦୁଃଖ ସମୟ ଦେଖିବାକୁ ପଡିଛି ରିତେଶଙ୍କୁ ।
ତେବେ ଆପଣ ମାନେ ଜାଣି ଥିବେ ରିତେଶ ଅଗ୍ରୱାଲ କିଭଳି ଓୟୋ ପ୍ରତିଷ୍ଠା କରି ଚର୍ଚ୍ଚାରେ ରହିଛନ୍ତି । ଆଉ ତାଙ୍କର ଏଭଳି ସଫଳତାକୁ ନେଇ ସବୁବେଳେ ଆଲୋଚନା କରା ଯାଉ ଥିଲା । ତେବେ ତାଙ୍କ ବାହାଘର ଯେତେବେଳେ ଆସି ଥିଲା ସେତେବେଳେ ମଧ୍ୟ ଚର୍ଚାର ବିଷୟ ପାଲଟି ଥିଲେ ଓୟୋ ପ୍ରତିଷ୍ଠାତା ରିତେଶ । ହେଲେ ଏବେ ତାଙ୍କ ବାହାଘରର ଦୁଇ ଦିନ ପରେ ବାପାଙ୍କର ଏଭଳି ଜୀବନ ଚାଲି ଯାଇଛି ।
ମିଡିଆ ରିପୋର୍ଟସ ଅନୁସାରେ ରିତେଶଙ୍କ ବାପା ବାଲକୁନିରେ ଥିଲେ ଆଉ ସେତିକି ବେଳେ ସେ ଖସି ଯାଇଥିଲେ ଯାହା ଦ୍ଵାରା ତାଙ୍କ ଜୀବନ ଚାଲି ଯାଇଛି । ତେବେ କୁହା ଯାଉଛି ଯେଉଁ ସମୟରେ ଏହି ଘଟଣା ଘଟି ଥିଲା ସେତିକି ବେଳେ ଘରେ ପରିବାର ସଦସ୍ୟ ଉପସ୍ଥିତ ରହି ଥିଲେ । ଦର୍ଶକ ବନ୍ଧୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ମଧ୍ୟ ଆରମ୍ଭ କରି ଦେଇଛି ।
ସବୁ ଠାରୁ ବଡ କଥା ଦୁଇ ଦିନ ପୂର୍ବେ ରିତେଶ ଅଗ୍ରୱାଲଙ୍କ ବିବାହ ହୋଇଥିଲା ହେଲେ ଏବେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଛି । ପରିବାରର ଖୁସିର ମାହୋଲ ଏବେ ଦୁଃଖରେ ପରିଣତ ହୋଇ ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।