OYO ହୋଟେଲରେ ପ୍ରେମିକ ସହ ଥିଲା ପ୍ରେମିକା । ଆଉ ତା ପରେ ଯାହା ଘଟିଲା…

ନମସ୍କାର ବନ୍ଧୁଗଣ । Oyo ହୋଟେଲରେ ପ୍ରେମିକ ସହ ଥିବା ବେଳେ ଚାଲିଗଲା ପ୍ରେମିକାର ଜୀବନ । ରାୟଗଡାର ପ୍ରେମିକ ଓ ପୁରୀ ର ପ୍ରେମିକା ମିଶି ବ୍ରହ୍ମପୁର ର ଏକ Oyo ହୋଟେଲ କୁ ଆସିଥିଲେ । ଦୁହିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହେବା ପରେ ଅସୁସ୍ଥ ହୋଇ ପଡିଥିଲା ପ୍ରେମିକା । ଆଉ ଏହା ପରେ ପ୍ରେମିକାକୁ ନେଇ ମେଡିକାଲ ଯାଇଥିଲା ପ୍ରେମିକ । କିନ୍ତୁ ମେଡିକାଲ ରେ ଡାକ୍ତର ପ୍ରେମିକା କୁ ମୃତ ଘୋଷଣା କରିଲେ ।

ଆଉ ଏହି ଘଟଣା ବାବଦରେ ଜାଣିବା ପରେ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଦୁହିଙ୍କ ମଧ୍ୟରେ କଣ ସମ୍ପର୍କ ଥିଲା ଆମେ ଜାଣିନୁ କିନ୍ତୁ ଆମ ଝିଅକୁ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖି ପ୍ରେମିକ ମାରି ଦେଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । Oyo  ହୋଟେଲ ରେ ଯୁବତୀ କୁ ଦୁଷ୍କର୍ମ ପରେ ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି ଯୁବତୀ ର ପରିବାର ଲୋକେ ।

ଗୋଲତଥାନା ଅନ୍ତର୍ଗତ ହଳଦିଆପଦ ଛକ ନିକଟରେ ଥିବା Oyo ହୋଟେଲରେ ଏଭଳି କିଛି ଘଟଣା ଘଟିଥିବା ନେଇ ଅଭିଯୋଗ ହେବା ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଚନ୍ଦନ ଅଞ୍ଚଳର ଏହି ଯୁବତୀ ଜଣକ ରାୟଗଡା ଅଞ୍ଚଳର ଜଣେ ପୁରୁଷ ବନ୍ଧୁ ଙ୍କୁ ଦେଖା କରିବା ପାଇଁ ବ୍ରହ୍ମପୁର ହଳଦିଆପଦ ନିକଟରେ ଥିବା Oyo ହୋଟେଲ କୁ ଆସିଥିଲେ ।

କିନ୍ତୁ ହୋଟେଲ ରେ ଥିବା ସମୟରେ ଯୁବତୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଗଲା । ଆଉ ଏହା ପରେ ପୁରୁଷ ବନ୍ଧୁ ଯୁବତୀ ଙ୍କୁ ମେଡିକାଲ ନେଇ ଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପ୍ରେମିକାର ଜୀବନ କେମିତି ଚାଲିଗଲା ତାହାକୁ ନେଇ ପୋଲିସ ଯାଞ୍ଚ ଚାଲିଛି । ଯୁବତୀ ର ପରିବାର ଲୋକେ କହୁଛନ୍ତି ଶାରୀରିକ ସମ୍ପର୍କ ରଖି ଜୀବନରୁ ମାରି ଦେଇଛି ପ୍ରେମିକ । ଅନ୍ୟ ପଟେ କୁହା ଯାଉଛି ଅଚାନକ କୌଣସି କାରଣରୁ ପ୍ରେମିକା ଅସୁସ୍ଥ ହୋଇ ପଡିଥିଲା ।

ତେବେ ପ୍ରକୃତରେ ଯୁବତୀଙ୍କର ମୃତ୍ୟୁ କେମିତି ହେଲା ତାକୁ ନେଇ ଅନେକ ସନ୍ଦେ ବଡିବାରେ ଲାଗିଛି । ଯୁବତୀର ମୃତ ଦେହକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠା ଯାଇଛି । ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ହୁଏ ତ ସତ ସାମ୍ନା କୁ ଆସିପାରେ ଯେ ଯୁବତୀ ଙ୍କର ମୃତ୍ୟୁ କେମିତି ହୋଇଛି । ତେବେ ସେ ଯାହା ବି ହେଇ ପ୍ରେମିକ ସହ Oyo ହୋଟେଲ କୁ ଆସି ପ୍ରେମିକାର ମୃତ୍ୟୁ ହେବା ଘଟଣାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *