କାଶ୍ମୀର ଠାରୁ ଅଧିକ ସୁରକ୍ଷାରେ ରହିଛି ଅଯୋଧ୍ୟାର ରାମମନ୍ଦିର । ସ୍ପେଶାଲ କମାଣ୍ଡୋଙ୍କ ଘେରରେ ରହିଛି ରାମ ମନ୍ଦିର ।

କାଶ୍ମୀର ଠାରୁ ଅଧିକ ସୁରକ୍ଷାରେ ରହିଛି ରାମ ମନ୍ଦିର । ସ୍ପେଶାଲ କମାଣ୍ଡୋ ମାନଙ୍କର ନଜରରେ ରହିଛି ଅଯୋଧ୍ୟା । ଆତଙ୍କବାଦୀ ମାନଙ୍କୁ ଜଗିବା 10 ହଜାର କ୍ୟାମେରା । ଆଉ ଉପରେ ରହିବ ଡ୍ରୋନ ଯିଏ କି ସବୁ ପ୍ରକାରର ତଥ୍ୟ ଦେବ । ହଁ ଦର୍ଶକ ବନ୍ଧୁ ଅଯୋଧ୍ୟା ଆକାଶରେ ଉଡିବେ ଡ୍ରୋନ । ପୁରା ଅଯୋଧ୍ୟା କ୍ୟାମେରା ଲେନ୍ସ ରେ କଏଦ ହୋଇ ରହିବ । କିଏ ବି କ୍ୟାମେରା ଆଗରୁ ହଟି ପାରିବ ନାହିଁ ।

ଏତେ ସୁରକ୍ଷା ଅଯୋଧ୍ୟାକୁ ଦିଆ ଯାଇଛି ଯେ ଏବେ ଲୋକ କହୁଛନ୍ତି କାଶ୍ମୀର ବି ପଛରେ ପଡି ଯାଇଛି । ସେନା ମାନଙ୍କର ଏବେ ପୁରା ନଜର ରାମ ମନ୍ଦିର ଉପରେ । ସ୍ନାଇପର ଠାରୁ ଆରମ୍ଭ କରି ସ୍ପେଶାପ ଫୋର୍ସ ସବୁ ମୁତୟନ ହୋଇଛନ୍ତି ରାମ ମନ୍ଦିରର ଆଖ ପାଖରେ । ସେନା ଚାରି ଆଡେ ଘେରାଉ ହୋଇ ରହିଛି । ଭାରତୀୟ ସେନା ମାନେ ରଖିଛନ୍ତି ନିଜର ତୀକ୍ଷଣ ନଜର ।

ଖାଲି ସେନା ନୁହନ୍ତି ପୁରା ଅଯୋଧ୍ୟା କୁ 10 ହଜାର କ୍ୟାମେରା ଓ ଡ୍ରୋନ ଜଗି ରହିଛନ୍ତି । ଅଯୋଧ୍ୟାରେ ବୋହୁଥିବା ସରାୟୋ ନଦୀ ଉପରେ ମଧ୍ୟ ରହିଛି କଡା ନଜର । ତନତନ କରି ଯାଞ୍ଚ କରା ଯାଇଛି । ଯେଉଁ ଯେଉଁ ଦିଗରେ ଆତଙ୍କବାଦୀ ମାନେ ପ୍ରବେଶ କରିବାର ସମ୍ଭାବନା ରହିଛି ସେହି ସବୁ ସ୍ଥାନରେ କଡା ସୁରକ୍ଷା ବଳ ତିଆରି କରା ଯାଇଛି । ଉତ୍ତର ପ୍ରଦେଶର ଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ ଅଯୋଧ୍ୟା ଜିଲ୍ଲା ରେ 10 ହଜାର ରୁ ଅଧିକ କ୍ୟାମେରା ଲଗା ଯାଇଛି ।

ଏହା ଛଡା ପୋଲିସ ବାହିନୀ କୁ ସାହାର୍ଯ୍ୟ କରିବା ପାଇଁ ଅତ୍ୟାଧୁନିକ ଉପକାର ମଧ୍ୟ ଯୋଗାଇ ଦିଆ ଯାଇଛି । ଏହି ବ୍ୟବସ୍ଥା ସାହାର୍ଯ୍ୟ ରେ କୌଣସି ଦ୍ରୋଣ କୁ ନିୟନ୍ତ୍ରଣ କରିବା ସହଜ ହେବ ବୋଲି ସେ କହିଛନ୍ତି । ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡ ରେ ଅତିରିକ୍ତ ଫୋର୍ସ ମୁତୟନ କରା ଯାଇଛି । ଏହା ସହ ନିରନ୍ତର ପୋଲିସ ମୁତୟନ କରାଯିବ ବୋଲି ଦିଦ୍ଜି ଶ୍ରୀ କୁମାର କହିଛନ୍ତି ।

ଅଯୋଧ୍ୟା ଓ ପଡୋଶୀ ଲୋକ ମାନଙ୍କ ସମନ୍ଵୟ ରେ ଏହି କାର୍ଯ୍ୟ କ୍ରମ କୁ ଐତିହାସିକ କରିବାକୁ ପ୍ରୟାସ ଜାରି ରହିଛି ବୋଲି ଡିଜି କହିଛନ୍ତି । ସୁରକ୍ଷା ପାଇଁ ବିଶ୍ଵର ସବୁଠାରୁ ଅତ୍ୟାଧୁନିକ ଜ୍ଞାନ କୌଶଳ ର ବ୍ୟବସ୍ଥା ସ୍ଥାପନ କରା ଯାଇଛି । ଓ ଏହା ଅଯୋଧ୍ୟାରେ ସୁରକ୍ଷାର ପ୍ରମୁଖ ଅଂସ ବୋଲି ଉତ୍ତର ପ୍ରଦେଶର ଏସ୍ପି ବଂଶବାଲ କହିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *