ଓଡିଶାର ସବୁଠୁ ଲୋକପ୍ରିୟ ଯୋଡି ସିଦ୍ଧାନ୍ତ ଓ ରଚନା କାହିଁକି ବାହା ହେଲେନି ? ଏହା ପଛରେ ରହିଛି ଏହି ବଡ କାରଣ

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଓଡିଶାର ଏକ ଐତିହାସିକ ପ୍ରେମ କାହାଣୀ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀଙ୍କ ବିଷୟରେ କହିବାକୁ ଯାଉଛୁ । ଉଭୟଙ୍କ 12 ବର୍ଷର ପ୍ରେମ କଣ ପାଇଁ ପାଣି ଫଟକା ଭଳି ଫାଟି ଯାଇଥିଲା ତାହା ବିଷୟରେ ଆମେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀଙ୍କୁ ନିଶ୍ଚୟ ଜାଣିଥିବେ ।

ଉଭୟ ରଚନା ଓ ସିଦ୍ଧାନ୍ତ ଓଲିଉଡ ଇଣ୍ଡଷ୍ଟ୍ରିର ପପୁଳାର କଳାକାର ଅଟନ୍ତି । ସିଦ୍ଧାନ୍ତ ଏବଂ ରଚନା ଏକା ସହ ପ୍ରଥମେ ପଥର ଖସୁଛି ବଡ ଦେଉଳୁରେ କାମ କରିଥିଲେ । ଏହି ଫିଲ୍ମରେ ଉଭୟ ରଚନା ଏବଂ ସିଦ୍ଧାନ୍ତ ପରସ୍ପରକୁ ସାକ୍ଷାତ କରିଥିଲେ ଆଉ ଏହି ଫିଲ୍ମର ସୁଟିଙ୍ଗ ସମୟରେ ଉଭୟଙ୍କ ପ୍ରେମ ଆରମ୍ଭ ହୋଇଯାଇଥିଲା । ସେହି ସମୟରେ ଏହି ପଥର ଖସୁଛି ବଡ ଦେଉଳୁ ଫିଲ୍ମଟି ସୁପର ହିଟ ହୋଇଥିଲା ।

ଏହା ପରେ ସିଦ୍ଧାନ୍ତ ଏବଂ ରଚନାଙ୍କ ପ୍ରେମ କାହାଣୀ ଲୋକ ଲୋଚନକୁ ଆସିଗଲା । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରଚନା ବାନାର୍ଜୀ ତା ପରଠାରୁ ସବୁ ଚଳଚିତ୍ର ଭୁଲିଗଲେ । ସେ କେବଳ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ମିଶି ଗୋଟିଏ ପରେ ଗୋଟିଏ ହିଟ ଚଳଚିତ୍ରରେ କାମ କରି ଚାଲିଲେ । ଉଭୟଙ୍କ ଯୋଡିକୁ ସମସ୍ତେ ବହୁତ ପସନ୍ଦ କରିଲେ ଆଉ ସିଦ୍ଧାନ୍ତ ଏବଂ ରଚନାଙ୍କ ବିବାହ ହେଇଯାଉ ବୋଲି ମଧ୍ୟ ସମସ୍ତେ ଇଛା କରିଲେ ।

ମିଡିଆ ରିପୋର୍ଟସ ଅନୁସାରେ 1994 ମସିହାରୁ 2004 ମସିହା ପର୍ଯ୍ୟନ୍ତ ଉଭୟ ସିଦ୍ଧାନ୍ତ ଏବଂ ରଚନା 10 ବର୍ଷ ପାଇଁ ଏକାଠି ରହିଥିଲେ । ଦୁଇଜଣଙ୍କ ବାହାଘର ମଧ୍ୟ ସ୍ତିର ହେଇଯାଇଥିଲା ସେମାନଙ୍କର ଶେଷ ଚଳଚିତ୍ର ଥିଲା ସରପଞ୍ଚ ବାବୁ ଏହି ଚଳଚିତ୍ରଟି 2003 ମସିହାରେ ରିଲିଜ ହୋଇଥିଲା । ଏହା ପରେ ସିଦ୍ଧାନ୍ତ ଏବଂ ରଚନାଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଆଉ ଏହା ପରେ ଦୁହେଁ ପରସ୍ପର ଠାରୁ ଅଲଗା ହେଇଗଲେ । ଏହା ପରେ ରଚନା ହିନ୍ଦୀ ଚଳଚିତ୍ର ଏବଂ ବଙ୍ଗାଳୀ ଚଳଚିତ୍ରରେ କାମ କରିଲେ ଆଉ ସିଦ୍ଧାନ୍ତ ଓଡିଆ ଅଭିନେତ୍ରୀ ମାମା ମିଶ୍ରଙ୍କ ସହ ବିବାହ କରିଲେ । ତେବେ ଏଭଳି ଭାବରେ ଦୁହେଁ ପରସ୍ପର ଠାରୁ ସବୁଦିନ ପାଇଁ ଅଲଗା ହେଇଗଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସିଦ୍ଧାନ୍ତ ଏବଂ ରଚନାଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *