Cyclone Alert: ଓଡିଶା ଆଡକୁ ମାଡି ଆସୁଛି ବାତ୍ୟା ‘Asani’, ଦେଖନ୍ତୁ କେଉଁ ତାରିଖରେ ଏହା କରିବ ଲ୍ୟାଣ୍ଡଫଲ ଓ କେତେ କି.ମି. ବେଗରେ ବହିବ ପବନ ?

ନମସ୍କାର ବନ୍ଧୁଗଣ ତେବେ ଲଘୁଚାପ ବାତ୍ୟାର ରୂପ ନେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ବାତ୍ୟା ଆକଳନ ହୋଇନଥିବା ଆଇଏମଡି ଡିଜି ମୃତ୍ୟୁ ମହାପାତ୍ର ପ୍ରକାଶ କରିଛନ୍ତି । ବାତ୍ୟା ନେଇ ଏପର୍ଯ୍ୟନ୍ତ କିଛି ଆକଳନ କରାଯାଇନି ବୋଲି ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବବୋଲି ଆଇଏମଡ଼ି ପକ୍ଷରୁ ସୂଚନା ମିଳିଛି ।

ତେବେ ଲଘୁଚାପ ସୃଷ୍ଟି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏନେଇ ସୋଆ ପାଣିପାଗ ମୁଖ୍ୟ ଶରତ ସାହୁ ସୂଚନା ଦେଇଛନ୍ତି । ଆସନ୍ତା ୨୨ ତାରିଖରେ ଏହା ବାତ୍ୟାର ରୂପ ନେବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ଠାରୁ ୨୦୦ କିମି ଦୂରରୁ ବାଙ୍ଗଲାଦେଶ ଆଡ଼କୁ ମୁହାଁଇବ । ୨୩ ତାରିଖ ପୂର୍ବାହ୍ନରେ ବାଙ୍ଗଲାଦେଶରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି ।

ତେବେ ଏ ସମ୍ପର୍କରେ ୨୦ ତାରିଖରେ ସ୍ପଷ୍ଟ ଭାବରେ ଜଣାପଡ଼ିବ । ଏହାକୁ ନେଇ ଓଡ଼ିଶାବାସୀ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଶରତ ସାହୁ । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଭାରତ ମହାସାଗରଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ । ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବାତ୍ୟା ନେଇ ଆକଳନ କରାଯାଇ ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଭାରତ ମହାସାଗରଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରାଯାଇଛି । ହେଲେ ଏହା ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା କିମ୍ବା ବାତ୍ୟା ହେବାର କୌଣସି ସୂଚନା ନ ଥିବା ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଲଘୁଚାପ ସୃଷ୍ଟି ହେଲେ ଏହା ବାତ୍ୟାର ରୂପ ନେବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏ ଯାଏ ବାତ୍ୟା ସମ୍ପର୍କରେ କୌଣସି ଆକଳନ କରାଯାଇ ନ ଥିବା ସେ ସୂଚନା ଦେଇଛନ୍ତି ।

ତେବେ ଏହି ସମ୍ପର୍କରେ ଅଧିକ ସୂଚନା ଦେବାକୁ ଯାଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଗତ ୧୦ ତାରିଖରେ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳ ଓ ଆଖପାଖ ଭାରତ ମହାସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ୧୩ ତାରିଖରୁ ତାହା କେନ୍ଦ୍ରୀୟ ବିଷୁବରେଖା ଆଖପାଖ ଭାରତ ମହାସାଗର ଅଞ୍ଚଳରେ ସକ୍ରିୟ ରହିଥିଲା । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଏକ ଲଘୁଚାପ ସୃଷ୍ଟି ହେବ ।

ହେଲେ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇନି । ପୂର୍ବ ଟ୍ରାକ୍‌ ରେକର୍ଡ ଅନୁଯାୟୀ, ମାର୍ଚ୍ଚରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାହାର ସେପରି ପ୍ରଭାବ ଓଡ଼ିଶା ଉପରେ ପଡ଼ିନାହିଁ । ସାଧାରଣତଃ ମାର୍ଚ୍ଚରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥାଏ, ତାହା ଓଡ଼ିଶା ଆଡ଼କୁ ମୁହାଁଇବାକୁ ଅନୁକୂଳ ହୋଇ ନ ଥାଏ । ତେଣୁ ମାର୍ଚ୍ଚରେ ବାତ୍ୟା ଓଡ଼ିଶା ମୁହାଁ ହେବା କେବେ ପରିଲକ୍ଷିତ ହୋଇନି । ସେହି ଦୃଷ୍ଟିରୁ ଓଡ଼ିଶା ଉପରେ ଏହି ଲଘୁଚାପ କ୍ଷେତ୍ରର ପ୍ରଭାବ ବିଶେଷ ପଡ଼ିବ ନାହିଁ ବୋଲି କୁହାଯାଇପାରେ । ଆଗାମୀ ୫ ଦିନ ଯାଏ ବି ଓଡ଼ିଶାରେ ବାତ୍ୟା କିମ୍ବା ବର୍ଷାର କୌଣସି ସୂଚନା ନ ଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।

ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇକ୍ୟୁଟୋରିଆଲ୍ ଭାରତ ମହାସାଗରରେ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ନିମ୍ନ ଚାପ ସୃଷ୍ଟି ହେବାର ସମ୍ଭାବନା ସହିତ ବଙ୍ଗୋପସାଗରରେ ଚଳିତ ମାସରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ତଥାପି ଏହାର ତୀବ୍ରତା ସ୍ତର ଏବଂ ସାଇକ୍ଲୋନନ୍ ଗଠନର ସମ୍ଭାବନା ବିଷୟରେ ପୂର୍ବାନୁମାନ ଏପର୍ଯ୍ୟନ୍ତ କରାଯାଇ ନାହିଁ । ଭାରତ ପାଣିପାଗ ବିଭାଗ (ଆଇଏମଡି) ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ସରକାରୀ ପୂର୍ବାନୁମାନ କରିନାହିଁ

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପାସୁପାଲକ କହିଛନ୍ତି ଯେ ଏନସିଇପି ଜିଏଫଏସ ମଡେଲ ସମ୍ଭାବ୍ୟ ବ୍ୟବସ୍ଥାର ପରିବର୍ତ୍ତନ ହେବାର ସମ୍ଭାବନାକୁ ସୂଚିତ କରିଛି ଏବଂ ଏହା ଭାରତ ଉପକୂଳରେ ପଡିପାରେ ନାହିଁ । ଗତ କିଛି ବର୍ଷ ମଧ୍ୟରେ ମାର୍ଚ୍ଚ ମାସରେ ଘୂର୍ଣ୍ଣିବଳୟର  ହୋଇନାହିଁ । ତେବେ ଜଳବାୟୁ ପରିବର୍ତ୍ତନ  ଭାରତର ଉପକୂଳ ଆଡକୁ ଗତି ହୋଇପାରେ ବୋଲି ସେ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *