ଓଡିଶା ଆକାଶରେ ଦେଖା ଦେଲା ବିରଳ ଦୃଶ୍ୟ, ଆକାଶରୁ ଖସି ପଡିଲା ତାରା, ଭୟରେ ଲୋକ… ଦେଖନ୍ତୁ Exclusive ଭିଜୁଆଲ

ଆଜି ସନ୍ଧ୍ୟା ସମୟରେ ଓଡିଶା ଆକାଶରେ ଏକ ବିରଳ ଦ୍ରୁଶ୍ଯ ଦେଖିବାକୁ ମିଳିଛି । ଆଜି ଓଡିଶା ଆକାଶରେ ଦେଖାଗଲା ଏକ ବିରଳ ଉଜ୍ଜ୍ଵଳ ଲାଇଟ । ରାଜ୍ୟର ଏକାଧିକ ଜିଲ୍ଲାରେ ସମାନ ଭାବେ ଓ ସମାନ ସମୟରେ ଏହି ବିରଳ ଲାଇଟ ଦେଖିବାକୁ ମିଳିଛି । ଯାହାକୁ ନେଇ ସାରା ରାଜ୍ୟ ଏବେ ଭୟଭୀତ ଅବସ୍ଥାରେ ଅଛି । ଏହି ଲାଇଟ କଣ ଅଟେ, କିଏ ପକାଉଛି ଓ ଏହା କେଉଁଠାରୁ ଆସୁଛି ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା, ସମସ୍ତଙ୍କ ମନରେ ଏହି ସମାନ ପ୍ରଶ୍ନ ଉଙ୍କି ମାରୁଛି ।

ଅନ୍ୟପଟେ ପ୍ଲାନେଟୋରି ବୈଜ୍ଞାନିକ ଶୁଭେନ୍ଦୁ ପଟନାୟକ ଏନେଇ କୌଣସି ତଥ୍ୟ ନଥିବା କଥା କହିଛନ୍ତି । ଓଡିଶା ଆକାଶରେ ଏହି ଲାଇଟ ଦେଖି ଲୋମ ମାନଙ୍କ ମନରେ ଏବେ ଭୟ ଦେଖିବାକୁ ମିଳିଛି । ଅନୁମାନ କରା ଯାଉଛି କି ଏହା କୌଣସି ବିପଦର ସଙ୍କେତ ଦେଉ ନାହିଁ  ତ ? କିମ୍ବା ଏହା ମହାକାଶର ଏକ ଜାଗତିକ ଦୃଶ୍ୟ ହୋଇଥାଇ ପାରେ ବୋଲି ଅନୁମାନ କରା ଯାଉଛି ।

ତେବେ ଏହାକୁ ନେଇ ଲୋକମାନେ କହିଛନ୍ତି କି ଆଗରୁ ସେମାନେ କେବେ ବି ଏପରି ଦୃଶ୍ୟ ଆକାଶରେ ଦେଖି ନଥିଲେ ଅନ୍ୟପଟେ ଅନୁମାନ କରା ଯାଉଛି କି ଏହା କୌଣସି ଉଲ୍କା ପିଣ୍ଡ ହୋଇପାରେ । ତେବେ ଏହାକୁ ନେଇ ଜଣେ ଯୁବତୀ କହିଛନ୍ତି କି ଆମେ ଯାଜପୁର ମେଡିକାଲକୁ ଆସିଲା ବେଳେ ଆକାଶରେ ଏକ ଉଜ୍ଵଳ ଆଲୋକ ଦେଖି ଆକର୍ଷିତ ହୋଇଥିଲୁ । ଆମେ କିଛି ସମୟ ସେହି ଠାରେ ଠିଆ ହୋଇ ଆଲୋକଟି କଣ ବୋଲି ଦେଖୁଥିଲୁ ।

ଆମ ସହିତ ଅନ୍ୟ କିଛି ଲୋକ ମଧ୍ୟ ଠିଆ ହୋଇ ଦେଖୁଥିଲେ । କିଛି ସମୟ ପରେ ଲାଇଟ ଟି ଉଭାନ ହୋଇଗଲା । ଆଉ ଜଣେ ଯୁବତୀ ବି କହିଛନ୍ତି କି ଆମେ ରାସ୍ତାରେ ଯାଉଥିବା ସମୟରେ ହଠାତ ସେହି ଲାଇଟ କୁ ଆକାଶରେ ଦେଖିଥିଲୁ । ଲୋକ ମାନେ ଏହାକୁ ଦେଖି ଭୟଭୀତ ହୋଇ ପଡିଛନ୍ତି । କିଛି ଲୋକ ମାନେ ତ ଏକାଠି ହୋଇ ଚିତ୍କାର କରୁଛନ୍ତି । ଗାଁ ର ଲୋକ ମାନେ ଏହାକୁ ଦେଖି ହୁଳହୁଳି ପକେଇ ଘଣ୍ଟ ବଜାଉଛନ୍ତି ।

ବହୁତ ଲୋକମାନେ ଜାଣି ବି ପାରୁ ନାହାନ୍ତି କି ଏହା କଣ ? ଉଲ୍କା ପିଣ୍ଡ ନା ଧୂମକେତୁ, କିଛି ଜଣା ପଡୁନି । ତେବେ ଏହି ବିରଳ ଆଲୋକ ଟି କଣ ଏ ପର୍ଯ୍ୟନ୍ତ କିଛି ସୂଚନା ମିଳି ପାରୁନି । ଯାହାକୁ ନେଇ ଲୋକମାନେ ଏବେ ଭୟରେ ଅଛନ୍ତି । ଏହା କୌଣସି ବିପଦର ସଙ୍କେତ ଦେଉ ନାହିଁ ତ ? ତେବେ ଆପଣଙ୍କୁ କଣ ଲାଗୁଛି ନିଶ୍ଚୟ ନିଜର ମତାମତ ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *