Cyclone Alert: ଓଡ଼ିଶାକୁ ପୁଣି ମାଡି ଆସୁଛି ବାତ୍ୟା ‘Asani’, ଦେଖନ୍ତୁ କେବେ ଓ କେଉଁଠି ଏହା କରିବ ଲ୍ୟାଣ୍ଡଫଲ

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁଣି ଓଡିଶା କୁ ବାତ୍ୟା ଭୟ । ମାର୍ଚ୍ଚ ରେ ଆସୁଅଛି ବାତ୍ୟା, ଏବଂ ତାହା ଉପକୂଳ ରେ କରିପରେ ନିଜର ଗତିପଥ ପରିବର୍ତ୍ତନ । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ପୁଣି ଘୂର୍ଣ୍ଣୀବଳୟ । ୨୪ ଘଣ୍ଟା ରେ ଭାରତ ମହାସାଗର ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ପୂର୍ବାନୁମାନ କରିଅଛି । ଏହି ସୂଚନା ପାଇବା ପରେ ଉପକୂଳ ଲୋକ ଙ୍କ ମନରେ ଛନକା ପଶିଯାଇଅଛି । କାରଣ ବାରମ୍ବାର ଓଡିଶା ଉପକୁଳାମୁହାଁ ହେଉଅଛି ବାତ୍ୟା ।

ଏହା ଫଳରେ ଅନେକ କିଛି କ୍ଷୟକ୍ଷତି ମଧ୍ୟ ହେବାରେ ଲାଗିଛି । ଥରେ ବାତ୍ୟା ଆସିଲେ ଓଡିଶା ରେ ଯେ କେତେ କ୍ଷତି ହେଉଛି ତାହା ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ଆସନ୍ତା ୨୨ ତାରିଖ ରେ ବାତ୍ୟା ଘୂର୍ଣ୍ଣୀବଳୟ ବାତ୍ୟା ର ରୂପ ନେବ ବୋଲି ପାଣିପାଗ ବିଜ୍ଞାନୀ ମାନେ କହିଛନ୍ତି ।

ହେଲେ ଆଶ୍ଵସ୍ତି କର ବିଷୟ ଏହା ଯେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିବା ସହ ଓଡିଶା ଉପକୂଳ ଠାରୁ ୨୦୦ କି.ମି ଦୂରରେ ଏହା ଗତିପଥ ପରିବର୍ତ୍ତନ କରିବ । ମାତ୍ର ଏହା କେଉଁଠାରେ ଗତିପଥ ପରିବର୍ତ୍ତନ କରିବ ସେ ନେଇ ଏ ପର୍ଯ୍ୟନ୍ତ ସୂଚନା ମିଳିନାହିଁ । ପାଣିପାଗ ବିଭାଗ ର ସୂଚନା ଅନୁସାରେ ଗତିପଥ ପରିବର୍ତ୍ତନ କରିବା ପରେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତିକରି ବାଙ୍ଗଲାଦେଶରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଉଅଛି ।

ଏହାର ପ୍ରଭାବରେ ଉପକୂଳ ଓଡିଶା ରେ ପାଗ ମେଘୁଆ ରହିବା ସହିତ ସ୍ଥାନେ ସ୍ଥାନେ ସ୍ୱଳ୍ପ ରୁ ମାଧ୍ୟମ ଧରଣର ବର୍ଷା ହୋଇପାରିବ । କିନ୍ତୁ ଆଭ୍ୟନ୍ତରୀଣ ଓଡିଶା ରେ ଗ୍ରୀଷ୍ମ ପ୍ରଭାବ ଜାରି ରହିବ । ତେବେ ବର୍ତମାନ ସୁଦ୍ଧା ପାଣିପାଗ ବିଭାଗ ବାତ୍ୟା ହେବ ବୋଲି କୌଣସି ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ସୋ-ସି-ଆ-ଲ ମି-ଡି-ଆ ରେ ଏହି ବାତ୍ୟା କୁ ନେଇ ବେସ ଚର୍ଚ୍ଚା ଆରମ୍ଭ ହୋଇଛି । ମାତ୍ର ବାତ୍ୟା କେଉଁଠି ହେବ ? କେବେ ହେବ ?

ଏବଂ ତାହାର ପ୍ରଭାବ କେତେ ରହିବ ? ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯିବ ବୋଲି କୁହାଯାଉଅଛି । ଏଣୁ ବାତ୍ୟା କୁ ନେଇ କୌଣସି ଗୁଜବ ଉପରେ ବିଶ୍ଵାସ ନ କରି ପାଣିପାଗ ବିଭାଗ ର ତଥ୍ୟକୁ ବିଶ୍ଵାସ କରିବା ଆବଶ୍ୟକ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଉପରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *