ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ନବେ ଦଶକ ରେ ଓଡ଼ିଆ ଆଲବମ ବିଷୟ ରେ ନିଶ୍ଚିତ ଭାବରେ ଶୁଣିଥିବେ । କାରଣ ସେତେବେଳେ ଦର୍ଶକ ସିନେମା ଭଳି ଆଲବମ ଙ୍କୁ ମଧ୍ୟ ସେତିକି ଭଲ ପାଉଥିଲେ । ତେବେ ସେହି ଆଲବମ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରୁଥିଲେ ଏବଂ ଭଲ ପାଇବା ମଧ୍ୟ ଦେଉଥିଲେ । ତେବେ ସେହି ଭଳି ଜଣେ ଅଭିନେତ୍ରୀ ହେଉଛନ୍ତି କାଜଲ ମିଶ୍ର ।
ତେବେ ଆସନ୍ତୁ ଆଲବମ କୁଇନ କାଜଲ ମିଶ୍ର ଙ୍କ ଜୀବନ ବିଷୟରେ କିଛି ଆଲୋଚନା କରିବା ଏବଂ ତାଙ୍କ ପରିବାର ସମ୍ପର୍କରେ ମଧ୍ୟ ଜାଣିବା । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତ୍ରୀ କାଜଲ ନିଜର କ୍ୟାରିୟର ଓଡ଼ିଆ ଆଲବମ ରୁ ଆରମ୍ଭ କରିଥିଲେ । ଏହା ପରେ ସେ ସିନେମା ଏବଂ ଧାରାବାହିକ ରେ ମଧ୍ୟ କାମ କରିଥିଲେ ।
ତେବେ ୨୦୧୧ ମସିହାରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କ ସ୍ୱାମୀ ହେଉଛନ୍ତି ଦୁଷ୍ମନ୍ତ ପଣ୍ଡା ଯିଏ କି ନିଜେ ଜଣେ ଅଭିନେତା ଏବଂ ଅନେକ ସିନେମା ଏବଂ ଧାରାବାହିକ ରେ ମଧ୍ୟ ସେ ନଜର ଆସିଛନ୍ତି । କାଜଲ ଏବଂ ଦୁଷ୍ମନ୍ତ ଙ୍କର ଗୋଟିଏ ଝିଅ ସନ୍ତାନ ମଧ୍ୟ ଅଛି ଯାହାର ନାମ ଐଶ୍ଵୟା ପଣ୍ଡା । ତେବେ କାଜଲ ହେଉଛନ୍ତି ମଝିଆ ଝିଅ ତାଙ୍କ ର ଜଣେ ବଡ ଭାଇ ଏବଂ ଜଣେ ସାନ ଭାଇ ଅଛନ୍ତି ।
କାଜଲ ନିଜ କ୍ୟାରିୟର ରେ ୨୦୦ ରୁ ମଧ୍ୟ ଉର୍ଦ୍ଧ୍ବ ଆଲବମ ରେ ଅଭିନୟ କରିଛନ୍ତି । ତାଙ୍କର କିଛି ଲୋକପ୍ରିୟ ଆଲବଲ ହେଉଛି , “ଓଢଣୀ ଉଡେଇ ଦେଲିଲୋ”, “ନେଇଯାରେ ମେଘ ମୋତେ” ଇତ୍ୟାଦି । ତେବେ ସେ ୨୦୦୫ ମସିହାରେ “ଧର୍ମର ହେବ ଜୟ” ସିନେମା ରୁ ନିଜ ସିନେମା କ୍ୟାରିଆର ଆରମ୍ଭ କରିଥିଲେ । ସେ ୧୦ ରୁ ଉର୍ଦ୍ଧ୍ବ ସିନେମା ରେ କାମ କରିବା ସହ କିଛି ଧାରାବାହିକ ରେ ମଧ୍ୟ କାମ କରିଛନ୍ତି ।
କାଜଲ ଅନେକ ପୁରସ୍କାର କିମ୍ବା ଆୱାର୍ଡ ମଧ୍ୟ ପାଇଛନ୍ତି ସେଥି ମଧ୍ୟରୁ ଜୟଦେବ ଆୱାର୍ଡ “ଚକା ଚକା ଭଉଁରୀ” ରେ ବେଷ୍ଟ ସପୋଟିଙ୍ଗ ପାଇଁ ପାଇଥିଲେ । ସେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ତାରିଣୀ ଆଖିର ତାରା ଧାରାବାହିକ ରେ ନଜର ଆସିଥିଲେ ଏବଂ ଏବେବି ସେ ପୂର୍ବ ଭଳି ଖୁବ ସୁନ୍ଦର ଅଭିନୟ କରୁଛନ୍ତି ଏବଂ ଦର୍ଶକ ଙ୍କ ମନୋରଞ୍ଜନ କରୁଛନ୍ତି । ତେବେ ଆପଣ ମାନଙ୍କୁ ଅଭିନେତ୍ରୀ କାଜଲ କିପରି ଲାଗନ୍ତି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।