ଓଡିଆ ଅଭିନେତ୍ରୀ Jyoti Mishra ଜୀବନର କିଛି ଅଜଣା କଥା (Biography)

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଦିଗଜ ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଜ୍ୟୋତି ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଏବଂ ଆମ ଓଡିଶାରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଜ୍ୟୋତି ମିଶ୍ରଙ୍କ ପରିବାର ଏବଂ ତାଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ।

ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ଜ୍ୟୋତି ମିଶ୍ରଙ୍କ ଜନ୍ମ 22 ଫେବୃୟାରିରେ ହୋଇଥିଲା । ବର୍ତ୍ତମାନ ସେ ନିଜ ପରିବାର ସହ ଭୁବନେଶ୍ଵରରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ସ୍ଵାମୀ ଏବଂ ତାଙ୍କ ପୁଅ ଅଛନ୍ତି । ଜ୍ୟୋତି ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟରେ ପାଠ ପଢୁଥିଲେ ।

ପାଠ ପଢା ଶେଷ ହେବା ପରେ ସେ 1998 ମସିହାରେ ନିଜ ଅଭିନୟ କାରିୟରର ଆରମ୍ଭ କଲେ। ସେ ପ୍ରଥମେ ଆଲବମ ଅଭିନେତ୍ରୀ ରୂପେ ଅଭିନୟ ଜୀବନୀ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଆଲବମରୁ ହିଁ ସେ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । 1998 ମସିହାରେ ସେ ଶୋଭାଗ୍ୟବତୀ କଥା ଚିତ୍ରରେ ମୁଖ୍ୟ ଅଭିନେତ୍ରୀ ରୂପେ କାମ କରିଥିଲେ ।

ଏହା ପରେ ସେ 1999 ମସିହାରେ ଓଡିଆ ଇଣ୍ଡଷ୍ଟ୍ରିର ସୁପର ହିଟ ଫିଲ୍ମ ‘ତୋ ଆଖି ମୋ ଆଇନା’ରେ କାମ କରିଥିଲେ । ଏହି ଫିଲ୍ମରେ ସେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ନଜର ଆସିଥିଲେ । ଏହା ପରେ ସେ 2006 ମସିହାରେ ‘ତୁ ଏକା ଆମ ସାହା ଭରସା’ ଫିଲ୍ମରେ କାମ କରିଥିଲେ । କେବଳ ଏତିକି ନୁହେଁ ବନ୍ଧୁଗଣ ସେ ଅନେକ ବଙ୍ଗାଳୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଜ୍ୟୋତି ମିଶ୍ର 15ରୁ ଉର୍ଦ୍ଧ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି ।

ସେ ଓଡିଆ, ବଙ୍ଗାଳୀ, ତେଲୁଗୁ ଏବଂ ଛତିଶଗଡି ଫିଲ୍ମରେ ଅଭିନୟ କରିଛନ୍ତି । ବିବାହ ପରେ ଜ୍ୟୋତି ଓଡିଆ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଗଲେ । ହେଲେ ବର୍ତ୍ତମାନ ସେ ପୁଣି ଓଡିଆ ଇଣ୍ଡଷ୍ଟ୍ରିକୁ ଫେରି ଛନ୍ତି । ଖୁବ ଶୀଘ୍ର ଆପଣ ମାନେ ତାଙ୍କୁ ବଡ ପରଦାରେ ଦେଖିବାକୁ ପାଇବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଜ୍ୟୋତି ମିଶ୍ର କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *