ବର୍ଷାଙ୍କ ଉପରେ ରାଗ, ନ୍ୟାୟ ମାଗିଲେ Anubhav, ଲେଖିଲେ ‘ଦୟାକରି ନ୍ୟାୟ ଦିଅନ୍ତୁ ନହେଲେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ନ୍ୟାୟ ଦାବି କରି ବିଜେଡି ସାଂସଦ ଅନୁଭବ ମହାନ୍ତି ବର୍ତ୍ତମାନ ଆଗକୁ ଆସିଛନ୍ତି । ସତରେ କଣ ପତ୍ନୀ ବର୍ଷା ଙ୍କ ପାଇଁ ଜୀବନ ହାରିଦେଲେ ରାଉରକେଲା ର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ ? ଯୌତୁକ ନିର୍ଯାତନା ମାମଲା କୁ ସହି ନ ପାରି ରାହୁଲ ଆତ୍ମହତ୍ୟା ବାଟକୁ ବାଛିନେଲେ କି ? ଜାମଶେଦପୁର ଥାନାରେ ରାହୁଲ ଙ୍କର ଭାଇ ଏହିଭଳି ଅଭିଯୋଗ କରିବା ପରେ ଚର୍ଚ୍ଚା ଜୋରରେ ହୋଇଛି । ତେବେ ରାହୁଲ ଙ୍କର ମୃ-ତ୍ୟୁ ମାମଲାରେ ଫ୍ରଣ୍ଟଲାଇନ କୁ ଆସିଛନ୍ତି କେନ୍ଦ୍ରାପଡାର ବିଜେଡି ସାଂସଦ ।

ଟ୍ଵିଟ କରି ଅନୁଭବ ନିଜେ ରାହୁଲ ଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି । ବୁଧବାର ରାତି ୯ ଟାରେ ହଟାତ ସାଂସଦ ଅନୁଭବ ମହାନ୍ତି ଟ୍ଵିଟ କରି କହିଲେ ଯେ ମୁଁ ଅନୁରୋଧ କରୁଛି ରାଉରକେଲା ଏସିପି ଙ୍କୁ ଦୟା କରି ଏହି ହୃଦୟ ବିଦାରକ ବିଷୟ ଉପରେ ଦ୍ରୁଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବେ । ଏହି ଭଲ ମଣିଷ ଙ୍କୁ ନ୍ୟାୟ ମିଳିନାହିଁ । ଅନ୍ତତ ପକ୍ଷେ ତାଙ୍କ ଶଶୁର ଘର ଲୋକଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଲେ ତାଙ୍କ ଆତ୍ମା କୁ କିଛି ମାତ୍ରାରେ ଶାନ୍ତି ମିଳିପାରେ ।

ଏହି ଟ୍ଵିଟର ମାମଲା ରେ ଅନୁଭବ ମହାନ୍ତି justice for rahul ଲେଖିବା ସହିତ ରାଉରକେଲା ଏସପି, ଓଡିଶା ମୁଖ୍ୟମନ୍ତ୍ରୀ, ଓଡିଶା ଡିଜିପି, ଝାଡଖଣ୍ଡ ପୋଲିସ ଏବଂ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ କୁ ଟ୍ୟାଗ କରିଛନ୍ତି । ଶଶୁର ଘର ଲୋକେ ଯୌତୁକ ନିର୍ଯାତନା ମାମଲା ୪୯୮A ରେ ଫସାଇ ଦେଇଥିବାର ଅଭିଯୋଗ ରେ ରାହୁଲ ଆତ୍ମହତ୍ୟା କରିବାର ଉଲ୍ଲେଖ ରହିଅଛି ।

ଜୀବନ ହାରିବା ପୂର୍ବ ରୁ ରାହୁଲ ଏକ ଭି-ଡି-ଓ କରି କହିଥିଲେ ଯେ ସେ ଆତ୍ମହତ୍ୟା ଭଳି ପଦକ୍ଷେପ କାହିଁକି ନେଉଛନ୍ତି ବୋଲି କହିଥିଲେ । MEN’S DAY OUT ରେ ପ୍ରକାଶିତ ଖବର ଅନୁସାରେ ଝାରଖଣ୍ଡ ଜାମଶେଦପୁର ର ବର୍ଷା ଙ୍କୁ ବିବାହ କରିଥଲେ ରାଉରକେଲା ର ରାହୁଲ ଅଗ୍ରୱାଲ । ଉଭୟଙ୍କର ଜାଆଁଳା ପିଲା ମଧ୍ୟ ଅଛନ୍ତି । ବର୍ଷା ଏବଂ ରାହୁଲ ଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲେ ମଧ୍ୟ ବର୍ଷା ଙ୍କ ଘର ଲୋକ ରାହୁଲ ଙ୍କ ବିରୋଧରେ ଯୌତୁକ ମାମଲା ଦାଖଲ କରିଛନ୍ତି ।

ଯାହାକୁ ନେଇ ରାହୁଲ ଙ୍କର ବାପା ମା’ ବାରମ୍ବାର ଜାମସେଦପୁର ଥାନା କୁ ଧାଉଞ୍ଚନ୍ତି । ମାନସିକ ଚାପ ରେ ରାହୁଲ ଏଭଳି ପଦକ୍ଷେପ ଉଠାଇଛନ୍ତି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ଏବଂ ରାହୁଲ ଙ୍କୁ ତାଙ୍କ ପିଲା ମାନଙ୍କୁ ମଧ୍ୟ ଦେଖିବାକୁ ଦେଉନଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ରାହୁଲ ଭିଡିଓ କରି ସେ କହିଛନ୍ତି ଯେ ଦୋଷୀ ଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଜାଊ ।

ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *