ନୂଆ ନୂଆ ବହା ହୋଇଥିବା Odia Celebrity ମାନଙ୍କ ସ୍ୱାମୀ ମାନେ କଣ କରନ୍ତି ?

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି। ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ। ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି।

ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ। ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି। ତେବେ ଆସନ୍ତୁ ଓଲିଉଡ ଜଗତ ର କିଛି ନାମୀ ଦାମୀ ଅଭିନେତ୍ରୀ ମାନଙ୍କ ର ଜୀଵନ ସାଥୀ ଙ୍କ ବିଷୟରେ ଜାଣିନେବା।

୧- ପ୍ରଥମ ରେ ହେଉଛନ୍ତି ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼ୀ। ଦୀପ୍ତିରେଖା ଗୀତ ଗାଇବା ସହ କିଛି ଧାରାବାହିକ ରେ ଅଭିନୟ ମଧ୍ୟ କରିଛନ୍ତି ତେବେ ଲୋକମାନେ ତାଙ୍କ ଗୀତ କୁ ଖୁବ ପସନ୍ଦ ମଧ୍ୟ କରନ୍ତି। ସେ ମଧ୍ୟ ୨୦୨୦ ରେ ସୋମ୍ୟରଞ୍ଜନ ଶତପଥୀ ଙ୍କୁ ବିବାହ କରିଥିଲେ ଏବଂ ସେ ଜଣେ ବ୍ୟବସାୟୀ ଅଟନ୍ତି।

୨- ଦ୍ଵିତୀୟ ରେ ହେଉଛନ୍ତି ଜ୍ୟାକଲିନ ପରିଡା। ତେବେ ଜ୍ୟାକଲିନ ହେଉଛନ୍ତି ଜଣେ ଅଭିନେତ୍ରୀ ସେ ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି ଏବଂ ରିୟାଲିଟି ସୋ ରଜ କୁଇନ ର ବିଜେତା ମଧ୍ୟ ହୋଇଛନ୍ତି। ତେବେ ସେ ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଛନ୍ତି ସେ ମଧ୍ୟ ଅନେକ ଧରାବାହିକ ରେ ନିଜର ସୁନ୍ଦର ଅଭିନୟ କରୁଥିବାର ନଜର ଆସିଛନ୍ତି।


୩- ତୃତୀୟ ରେ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା। ତେବେ ଅର୍ଚ୍ଚିତା ଅନେକ ଓଡ଼ିଆ ସିନେମା ରେ ନିଜର ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ ରେ ବାସ କରିଛନ୍ତି। ତେବେ ସେ ଓଡ଼ିଆ ଅଭିନେତା ସବ୍ୟସାଚୀ ଙ୍କୁ ଗତ ବର୍ଷ ବିବାହ କରିଥିଲେ ତେବେ ସବ୍ୟସାଚୀ ବର୍ତ୍ତମାନ ସମାଜ ସେବା ମଧ୍ୟ କରୁଛନ୍ତି।

୪- ଚତୁର୍ଥ ରେ ହେଉଛନ୍ତି ଶୁଭସ୍ମିତା। ତେବେ ଶୁଭସ୍ମିତା ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଧାରାବାହିକ ରେ ଅଭିନୟ କରିଥିବାର ଦେଖିଥିବେ ସେ ନିଜର ଅଭିନୟ ଜରିଆରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ତେବେ ସେ ଭୁବନେଶ୍ୱର ର ଜଣେ ଶିଳ୍ପପତି ଙ୍କୁ ବିବାହ କରି ବହୁତ ଖୁସିରେ ଅଛନ୍ତି।


୫- ପଞ୍ଚମ ରେ ହେଉଛନ୍ତି ମାହି। ତେବେ ମୁଁ ବି ଅର୍ଦ୍ଧାଙ୍ଗିନୀ ରେ ଆପଣ ମାହି ଙ୍କୁ ଦେଖିଥିବେ ତେବେ ସେ କିଛି ସିନେମା ରେ ମଧ୍ୟ ନଜର ଆସିଛନ୍ତି। ତେବେ ସେ ଅଭିନେତା ତୁଷାର ଙ୍କୁ ଯିଏ ଚନ୍ଦନ ନାମରେ ମଧ୍ୟ ବେଶ ପରିଚିତ ତାଙ୍କୁ ନିକଟରେ ହିଁ ବିବାହ କରିଥିଲେ ଏବଂ ଦୁହିଁଙ୍କ ଯୋଡି କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି।

Leave a Reply

Your email address will not be published. Required fields are marked *