ନର୍ମାଲ ଡେଲିଭରି ପାଇଁ କିଛି ମହତ୍ଵପୂର୍ଣ Tips, ଗର୍ଭବତୀ ମାନେ ନିଶ୍ଚୟ ଜାଣି ରଖନ୍ତୁ (Dr Supriya Puranik)

କହିବାକୁ ଗଲେ ସମସ୍ତେ ନର୍ମାଲ ଡେଲିଭରି କରିବା ପାଇଁ ଚାହାନ୍ତି । କିନ୍ତୁ ବେଳେ ବେଳେ କିଛି ସମସ୍ଯା ସାମ୍ନାକୁ ଆସିବା କାରଣରୁ ବାଧ୍ୟ ହୋଇ ଡାକ୍ତର ଅପରେସନ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ନର୍ମାଲ ଡେଲିଭରି କରିବା ପାଇଁ କିଛି ମହତ୍ଵପୂର୍ଣ ଟିପ୍ସ ଦେବୁ । ଯାହାକୁ କରିବା ଦ୍ଵାରା ଆପଣଙ୍କ ନର୍ମାଲ ଡେଲିଭରି ହୋଇପରେ । ନର୍ମାଲ ଡେଲିଭରି ପାଇଁ ଆପଣଙ୍କର ଭଲ ସ୍ଟ୍ରେଂଥ ଥିବା ଦରକାର ।

ନିଜର ସ୍ଟ୍ରେଂଥ ଭଲ ରଖିବା ପାଇଁ ହିମୋଗ୍ଲୋବିନର ମାତ୍ରା ଭଲ ଥିବା ଦରକାର, କ୍ୟାଲସିୟମ ଔଷଧର ସେବନ କରିବା ଦରକାର, ଭିଟାମିନ D ର ମାତ୍ରା ବି ଠିକ ଥିବା ଦରକାର ଓ ଥାଇରଡର ମାତ୍ରା ବି ଭଲ ହୋଇଥିବା ଦରକାର । ଦ୍ଵିତୀୟ କଥା ହେଉଛି ଷ୍ଟାମିନା । ଷ୍ଟାମିନା ଭଲ ରଖିବା ପାଇଁ ସବୁଦିନ ଏକ୍ସରସାଇଜ କରିବା ଉଚିତ । ନର୍ମାଲ ଡେଲିଭରି ଚାହୁଁଛନ୍ତି ତେବେ ଆପଣ ପ୍ରଥମ ମାସ ଠାରୁ ହିଁ ଏକ୍ସରସାଇଜ କରିବା ଆରମ୍ଭ କରି ଦିଅନ୍ତୁ ।

କିନ୍ତୁ ଆପଣ କୌଣସି ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇ ଏକ୍ସରସାଇଜ କରନ୍ତୁ । ତୃତୀୟ କଥା ହେଉଛି ଟେନସନ । ଆପଣ tଟେନସନ ଠାରୁ ଦୂରେଇ ରୁହନ୍ତୁ । କାରଣ ଆପଣ ଯେତେବେଳେ ଅଧିକ ଟେନସନ ନିଅନ୍ତି ତେବେ ଶରୀରରେ ବହୁତ ପ୍ରକାରର ପରିବର୍ତ୍ତନ ଆସିଥାଏ । ଯାହା ଶିଶୁ ଉପରେ ବି ପ୍ରଭାବ ପକାଇ ପାରେ । ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ସବୁ ଏକ୍ସରସାଇଜ କରିଲେ ପିଲାର ମୁଣ୍ଡ ପେଟର ତଳ ଆଡକୁ ଯିବାରେ ସାହାର୍ଯ୍ୟ କରିବ ।

୩୬ ସପ୍ତାହ ଏକ୍ସରସାଇଜ ମଧ୍ୟରେ ଆପଣ ଚାଲିବା ଆରମ୍ଭ କରି ଦିଅନ୍ତୁ । ପ୍ରଥମେ ଅଳ୍ପ ସମୟ ପାଇଁ ଚାଲିବା ଆରମ୍ଭ କରନ୍ତୁ । ଧୀରେ ଧୀରେ ଏହି ସମୟକୁ ବଢାଇ ଚାଳନ୍ତୁ । ୨୦ ରୁ ୪୫ ମିନିଟ ପର୍ଯ୍ୟନ୍ତ ଚାଳନ୍ତୁ । ଏହା ଦ୍ଵାରା ଶରୀରରେ ରକ୍ତର ପ୍ରବାହ ସଠିକ ମାତ୍ରାରେ ହେବ । ମହିଳାଙ୍କ ଷ୍ଟାମିନା ଓ ସ୍ଟ୍ରେଂଥ ବଢିବ । ଯଦି ଆପଣ ଲେବର ଯନ୍ତ୍ରଣା ଠାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆପଣ ବ୍ରିଥିଙ୍ଗ ଏକ୍ସରସାଇଜ କରନ୍ତୁ । ଆପଣ ଯୋଗ ବି କରି ପାରିବେ ।

ଯେମିତି କି ବଟରଫ୍ଲାଇ ଏକ୍ସରସାଇଜ, କିଗେଲ ଏକ୍ସରସାଇଜ, ପାଣି ଭିତରେ ବି ଏକ୍ସରସାଇଜ କରି ପାରିବେ । ଏହି ସବୁ ଏକ୍ସରସାଇଜ ବହୁତ ଜରୁରୀ ଅଟେ ନର୍ମାଲ ଡେଲିଭରି ପାଇଁ ।ଡେଲିଭରି ସମୟରେ ଆପଣଙ୍କର ହାଇଡ୍ରେସନ ଭଲ ରହିବା ଦରକାର । ସେଥିପାଇଁ ବାରମ୍ବାର ଆପଣ ଲିକୁଇଡ ନିଅନ୍ତୁ । ଆପଣ ଟେନସନ ଫ୍ରୀ ରୁହନ୍ତୁ ଓ ପରିବାର ସହିତ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *