‘ମୁଁ ମାନ୍ୟବର, ମତେ ଟିକିଏ ସମୟ ଦରକାର…’ Niranjan Pujari ଙ୍କ ନିଆରା ଉତ୍ତର, ମଜାଳିଆ କଥା କହିଲେ, ମୋହନ ମାଝୀଙ୍କୁ ପ୍ରମୋସନ ଦେଲେ

ମନ୍ତ୍ରୀ ଅଭିଜ୍ଞାତା ରହିଛି କିନ୍ତୁ ସ୍ୱାସ୍ଥ୍ୟ ବିଭାଗରେ ନୂଆ, ନିରଞ୍ଜନ ପୂଜାରୀଙ୍କର ନିଆରା ଉତ୍ତର, ମଜାଳିଆ କଥା କହିଲେ ମୋହନ ମାଝୀଙ୍କୁ ପ୍ରମୋଶନ ଦେଲେ, ମୋହନ ଥିଲେ ପୂର୍ବ ମେଣ୍ଟର ଉପମୁଖ୍ୟ ସଚେତକ, ସିରିୟସ ମନ୍ତ୍ରୀଙ୍କ ହାଲୁକା ମନ୍ତବ୍ୟ । ଦର୍ଶକ ବନ୍ଧୁ ସ୍ୱାସ୍ଥ୍ୟ ଏବଂ ଅର୍ଥ ବିଭାଗ ସମ୍ଭାଳୁ ଥିବା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ସମସ୍ତେ ଜଣେ ସିରିୟସ ମନ୍ତ୍ରୀ କୁହନ୍ତି ।

କିନ୍ତୁ ସୋମବାର ବିଧାନସଭା ପ୍ରଶ୍ନକାଳରେ ମନ୍ତ୍ରୀଙ୍କୁ ଏକ ଭିନ୍ନ ଅନ୍ଦାଜରେ ଶୁଣିବାକୁ ମିଳି ଥିଲା । ବିଧାନସଭାରେ ବଜେଟ ଆଗତ ହୋଇ ସାରିଛି । ସେଥିପାଇଁ ମାନ୍ୟବର ମନ୍ତ୍ରୀ ଟିକେ ହାଲୁକା ଅଛନ୍ତି । ସୋମବାର ପ୍ରଶ୍ନକଳାରେ ସ୍ୱାସ୍ଥ୍ୟ ବିଭାଗୀୟ ଆଲୋଚନାରେ ମନ୍ତ୍ରୀ ମଜାଳିଆ ଢଙ୍ଗରେ ଉତ୍ତର ରଖିଥିଲେ ଯାହାକି ପରେ ମନ୍ତ୍ରୀ ଚଟ କି ସୁଧାରୀ ଦେଇ ଥିଲେ ।

ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅବ୍ୟବସ୍ଥାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କିଛି ପ୍ରଶ୍ନ କରିଥିଲେ । ହସ୍ପିଟାଲରେ ବେଡ ନଥିବା ନେଇ ସେ ପ୍ରଶ୍ନ କରିଥିଲେ । ମୋହନ କହିଥିଲେ-‘ସରକାର କହୁଛନ୍ତି ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନାମାନ ପ୍ରଦାନ କରିଛନ୍ତି । ତା ଭିତରେ ନିଶ୍ଚିତ ଭାବରେ ଥିବ ବିଶ୍ଵ ସ୍ତରୀୟ ଆମର ଏସିବି ମେଡିକାଲକୁ କରିବା ପାଇଁ ଏବଂ ତା ଭିତରେ ଏମ୍ସ ପ୍ଲସ କରିବା ପାଇଁ ବି ଯୋଜନା ଥିବ ।

ହେଲେ ଆଜି ମୁଁ ବାଚସ୍ପତି ମହୋଦୟାଙ୍କୁ ଆହ୍ଵାନ କରିବାକୁ ଚାହେଁ କି ବର୍ତ୍ତମାନ ଆମେ ଯିବା କି ଏସିବି ମେଡିକାଲକୁ । ଏସିବି ମେଡିକାଲରେ ବେଡ ବ୍ୟବସ୍ଥା ନାହିଁ ଏବଂ ଜିଲ୍ଲା ହେଡ କ୍ଵାଟରରେ ବି ଆପଣଙ୍କ ଅଧିକ ବେଡର ବ୍ୟବସ୍ଥା ନାହିଁ’ । ଏହା ଶୁଣିବା ପରେ ନିରଞ୍ଜନ ପୂଜାରୀ ଉତ୍ତର ଦେଇ କହିଲେ-‘ବିରୋଧୀ ଦଳର ଚିଫ ହୋଇ ଜଣେ ଅଭିଜ୍ଞ ବିଧାୟକ । ଦୁଇ ଜଣ ଆମେ 2000 ମସିହାରେ ଏକ ସାଙ୍ଗରେ ବିଧାୟକ ହୋଇଥିଲୁ । ସେ ସେତେବେଳେ ଡେପୁଟି ଚିଫ ଥିଲେ ଆଉ ସେତେବେଳେ ସେ ଶାସିତ ଦଳରେ ଥିଲେ ।

ଆଉ ଏବେ ସେ ପ୍ରମୋଶନ ପାଇଁ ଚିଫ ହେଇଛନ୍ତି ତା ବି ବିରୋଧୀ ଦଳରେ । ତେଣୁ ନୂଆ ହିସାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ଦାୟିତ୍ଵ ଦେଇଛନ୍ତି । ଆମେ ଆଗକୁ ବେଡ ସଂଖ୍ୟା ବଢେଇବୁ ବୋଲି ମୁଁ ଆଗରୁ ଆବେଦନ କରିଛି । ମୋତେ ଟିକେ ସମୟ ଦରକାର’ । ତା ହେଲେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *