ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ସମସ୍ତ ସ୍ଥାନରେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଶ୍ଚୟ ଜାଣିଥିବେ ।
ଦ୍ରୌପଦୀ ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଆଉ ଦ୍ରୌପଦୀ ହେଉଛନ୍ତି ଆମ ଓଡିଶାର ପ୍ରଥମ ମହିଳା ଯିଏ ଏତେ ବଡ ପଦବୀ ଗ୍ରହଣ କରିଛନ୍ତି । ଆମ ଓଡିଶାରେ କେହି ବି ମହିଳା ଏତେ ବଡ ପଦବୀରେ ବସି ନଥିଲେ । ତେବେ ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ ଅତି ସୁନ୍ଦର ଭାବରେ ନିଜ ଦାୟିତ୍ଵ ନିର୍ବାହ କରୁଛନ୍ତି । ସେ ନିଜ ସ୍ଵାମୀ ଆଉ ଦୁଇ ପୁଅଙ୍କୁ ହରାଇ ଛନ୍ତି ଆଉ ନିଜ ଜୀବନରେ ବହୁତ ଦୁଃଖ କଷ୍ଟ ସହି ଛନ୍ତି ।
ତେବେ ଗତ କାଲି ଦ୍ରୌପଦୀ ଓଡିଶାକୁ ଆସିଛନ୍ତି । ସେ ପ୍ରଥମେ ପୁରୀ ଜଗନ୍ନାଥ ମନ୍ଦିର ଯାଇଥିଲେ ଆଉ ଆଜି ସେ ନିଜ ଗାଁକୁ ଯାଇଛନ୍ତି । ତାଙ୍କ ଗାଁରେ ଥିବା ଏକ ସ୍କୁଲକୁ ସେ ଯାଇଛନ୍ତି । ସେହି ସ୍କୁଲକୁ ଯାଇ ଦ୍ରୌପଦୀ ଏପରି କିଛି କଥା କହିଛନ୍ତି ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଦ୍ରୌପଦୀ କହିଛନ୍ତି-‘ମୁଁ ଯେତେବେଳେ ଚାକିରି କରୁଥିଲି ଏ ସ୍କୁଲକୁ ଆସିଛି କାରଣ ମୋ ସମ୍ପର୍କୀୟ ସବୁ ଏଇଠି ଆସୁଥିଲେ ।
ସେତେବେଳେ ଆଜିକାର ପରିସ୍ଥିତି ନଥିଲା । ମୁଁ ଏହା ପରେ ମୋ ସ୍କୁଲକୁ ଯିବି ଆଉ ମୋ ହଷ୍ଟେଲକୁ ବି ଯିବି । ସେତେବେଳେ ସ୍କୁଲ ମାଟି ଘର ଥିଲା ଛପର ଥିଲା ଏବେ ତ ପକ୍କା ଘର ହେଇ ଯାଇଛି । ଏବେ ପରିସ୍ଥିତି ବହୁତ ସୁଧୁରିଛି ଆଉ ତମେ ମାନେ ଏହି ପରିସ୍ଥିତିରେ ଭଲ ପାଠ ପଢ । ମୋ ଜୀବନରେ କେହି ରୋଲ ମଡେଲ ନଥିଲେ ମୋ ରୋଲ ମଡେଲ ଥିଲେ ମୋ ଜେଜେ ମା ।
ମୋ ଜେଜେ ମା ବହୁତ ସାହସୀ ଥିଲେ । ଲୋକ ମାନଙ୍କର ଯେକୌଣସି ଅସୁବିଧାରେ ମୋ ଜେଜେ ମା ସହାୟତା କରିବାକୁ ଯାଉଥିଲେ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।