ରୋଷ୍ଟରଙ୍କୁ ଝାଡିଲେ କାରଖାନା ଭାଉଜଙ୍କ ସ୍ୱାମୀ କହିଲେ… ସୀମା ଭିତରେ ରହି ରୋଷ୍ଟିଂ କର Car Khana

ସୀମା ଭିତରେ ରହି ରୋଷ୍ଟିଙ୍ଗ କର… କାର ଖାନା ଯାହାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚା । ତେବେ କାର ଖାନାର ଖାନାକୁ ନେଇ ଯେତିକି ଚର୍ଚା । କାର ଖାନା ସମ୍ଭାଳୁ ଥିବା 2 ଯା’ ଙ୍କୁ ନେଇ ମଧ୍ୟ ସେତିକି ଚର୍ଚା ହେବାରେ ଲାଗିଛି । ଏହାରି ଭିତରେ କାର ଖାନାର ନେହା ମ୍ଯାଡାମଙ୍କୁ ନେଇ ତାଙ୍କର ଡ୍ରେସିଙ୍ଗ ଷ୍ଟାଇଲକୁ ନେଇ ମଧ୍ୟ ଅନେକ କିଛି ରୋଷ୍ଟର ତାଙ୍କୁ ରୋଷ୍ଟିଙ୍ଗ କରିବାରେ ଲାଗିପଡିଛନ୍ତି । ଯାହାକୁ ନେଇ ଗଣ ମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ନେହାଙ୍କ ସ୍ଵାମୀ ।

ତେବେ ତାଙ୍କ ସ୍ଵାମୀଙ୍କ କହିବା ଅନୁଯାଇ ଲୋକଙ୍କୁ ସୁବିଧାରେ ଖାଇବା ଯୋଗାଇଦେବା ଥିଲା ଆମ କାର ଖାନାର ମୂଳ ଉଦ୍ଧେଶ୍ୟ । ତେଣୁ ବହୁତ ଲୋକ କାର ଖାନାର ଖାଇବା ପାଇଁ ଆମକୁ ଭଲ କହୁଛନ୍ତି । ଆମ ସପର୍ଟରେ ଅଛନ୍ତି । ହେଲେ କିଛି ରୋଷ୍ଟର ମାନେ ନିଜର ଭିୟୁ ପାଇଁ ଲୋକଙ୍କର ପର୍ସୋନାଲକୁ ନେଇ ରୋଷ୍ଟିଙ୍ଗ କରୁଛନ୍ତି । ଯେତେବେଳେ ପ୍ରଥମେ ପ୍ରଥମେ ଏମିତି ଅସଭ୍ୟ ଭଳି ରୋଷ୍ଟିଙ୍ଗ କରୁଥିଲେ । ସେତେବେଳେ ଆମକୁ ଖରାପ ଲାଗୁଥିଲା ।

ହେଲେ ତାପରେ ଆମେ କିଛି ଲୋକଙ୍କର ନେଗେଟିଭ କଥା ଠାରୁ ନିଜକୁ ଦୂରେଇ ରଖି ନିଜ କାମ ଉପରେ ବର୍ତ୍ତମାନ ଅଧିକ ଫୋକୋଷ କରୁଛୁ । ତେଣୁ ଯେଉଁ ମାନେ ଭଲ ଲୋକ ସେମାନେ ଆମକୁ ସପର୍ଟ କରୁଛନ୍ତି । ଆଉ ବାକି କିଛି ଲୋକ ଯିଏ ଯାହା କହୁଛି ସେଥିରେ ଆମର କିଛି ଫରକ ପଡେ ନାହିଁ । ମୋ ସ୍ତ୍ରୀ ନେହା ଯାହା ବି ଡ୍ରେସ ପିନ୍ଧନ୍ତି । ସେଥିରେ ମୋର କିଛି ପ୍ରୋବ୍ଲେମ ନାହିଁ । ବାହାର ଲୋକ କିଏ କଣ କହିବ ସେଥିରେ କିଛି ଫରକ ପଡେ ନାହିଁ ।

ହେଲେ ଯେଉଁ କିଛି ରୋଷ୍ଟର ମାନେ ନିଜର ଲାଇକ୍, ଭିୟୁ ପାଇଁ ରୋଷ୍ଟିଙ୍ଗ କରୁଛନ୍ତି । ସେମାନେ ନିଜ ସୀମା ଭିତରେ ରହି ରୋଷ୍ଟିଙ୍ଗ କରିବା ଉଚିତ । ନିଜ ସୀମା ଡେଇଁ ଅନ୍ୟକୁ ରୋଷ୍ଟିଙ୍ଗ କରିବା ଜମାରୁ ବି ଠିକ ନୁହେଁ । ତେଣୁ ମୁଁ ସେମାନଙ୍କୁ ଏହି ମେସେଜ ହିଁ ଦେବାକୁ ଚାହୁଁଛି । ତେଣୁ ସେମାନେ ଯାହା ଇଛା କରନ୍ତୁ ସେଥିରେ କିଛି କହିବାର ନାହିଁ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *