“ହଁ, ମୁଁ ଟୋକାମାନଙ୍କ ପାଖରେ…ରାତିକୁ ଲକ୍ଷେ ଟଙ୍କା ଆଣୁଛି, ଲୋକଙ୍କୁ ସାହାଯ୍ୟ କରୁଛି” Actress Rani Panda

ଯାତ୍ରା ଜଗତର ଅତି ପରିଚିତ ଅଭିନେତ୍ରୀ ହେଉଛନ୍ତି ରାଣୀ ପଣ୍ଡା । ଜିଏକି ନିଜର କଳା ମାଧ୍ୟମରେ ଦର୍ଶକଙ୍କର ମନୋରଞ୍ଜନ କରାଇଥାନ୍ତି । ଏଥିସହ ଅନେକ ସମୟରେ ସେ ଲୋକର ଦରକାର ବେଳେ ତାଙ୍କୁ ସାହାଜ୍ଯର ମଧ୍ୟ ହାତ ବଢାଇଥାନ୍ତି । ହେଲେ ଏତେ ସବୁ ମଧ୍ୟରେ ବି ରାଣୀ ପଣ୍ଡାଙ୍କ ଠାରୁ ବିବାଦ ଛାଡି ଯିବାର ନାଁ ନେଉନାହିଁ । ସେଥିପାଇଁ ଯାତ୍ରା ଜଗତରେ ରାଣୀ ପଣ୍ଡାଙ୍କୁ କିଛି ଲୋକ ବିବାଦୀୟ ଅଭିନେତ୍ରୀ ମଧ୍ୟ କହିଥାନ୍ତି । ତେବେ ଅଭିନେତ୍ରୀ ରାଣୀ ପଣ୍ଡା ଗଣ ମାଧ୍ୟମ ସମ୍ମୁଖରେ ଏଭଳି କିଛି ନିଜର ପ୍ରତିକ୍ରିୟା ରଖିଛନ୍ତି ।

ତେବେ ରାଣୀ ପଣ୍ଡା କହିଛନ୍ତି । ଯେ ମୋ ଜୀବନରେ ଯେତେ ବି ଦୁଃଖ କଷ୍ଟ ରହିଛି । ସେ ସବୁକୁ ମୁଁ ଭୁଲି ଆଗକୁ ବଢିବା ପାଇଁ ଚେଷ୍ଟା କରେ । ଏଥିସହ ଦରକାର ସମୟରେ ମୋ ଦ୍ଵାରା ଯେତିକି ସମ୍ଭବ ସେତିକି ଲୋକଙ୍କର ସେବା ସାହାଜ୍ଯ ମଧ୍ୟ କରେ । ହେଲେ ନିକଟ ଅତୀତରେ ଧଉଳି ଗଣନାଟ୍ଯ ଉପରେ ଯେଉଁ ଦୁର୍ଦ୍ଧଶା ପଡିଥିଲା । ଯେଉଁ ଦୁର୍ଘଟଣାରେ ଅନେକ ଶ୍ରମିକ ପୀଡିତ ହୋଇଥିଲେ । ଯେତେବେଳେ ଏହା ଶୁଣିଥିଲି ।

ମୁଁ ସେଠାକୁ ଯାଇ ମୋ ଦ୍ଵାରା ଯେତିକି ସମ୍ଭବ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ଚେଷ୍ଟା କରିଥିଲି । ହେଲେ ଯେଉଁ ଯାତ୍ରା ପାର୍ଟିର ଶ୍ରମିକ ମାନଙ୍କର ଏତେ ବଡ କ୍ଷତି ହୋଇଯାଇଛି । ସେହି ପାର୍ଟିର ମାଲିକ, ମ୍ୟାନେଜର କି ସେଠାକାର ବଡ ବଡ କଳାକାର ମଧ୍ୟରୁ କେହି ବି ଘଟଣା ସ୍ତଳକୁ ଯାଇ ନଥିଲେ କି ଭଲ ମନ୍ଦ କିଛି ପଚରା ଉଚରା କରିନଥିଲେ । ତେଣୁ ମୁଁ ସେହି ଲୋକ ମାନଙ୍କ ଉଦ୍ଧେଶ୍ୟରେ ମୋ ହିସାବରେ କିଛି କହିଥିଲି ।

ହେଲେ ସେଠି ମୁଁ କାହାର ନାଁ ଧରିନଥିଲି । ହେଲେ ଗୁରୁ ମୋ ନାଁରେ ମୋତେ ବହୁତ ଇଆଡୁ ସିଆଡୁ ବାଧିଲା ପରି କଥା କହିଥିଲା । ଯାହାକି ମୋ ସୀମା ସହିବା ବାହାରେ ହୋଇଯାଇଥିଲା । ତେଣୁ ବାଧ୍ୟ ହୋଇ ମୋ ପାଟିରୁ ସେମାନଙ୍କ ପାଇଁ ଖରାପ କଥା ବାହାରିଥିଲା । ହେଲେ ମୁଁ ଜାଣି ଶୁଣି କେବେବି କାହାର ଖରାପ ଚିନ୍ତା କରେ ନାହିଁ ।

ହେଲେ ନିଜକୁ ବଡ ଲୋକ କହି ଦେଖେଇ ହେଉଥିବା ଲୋକ କିଛି ଜଣ ଅଛନ୍ତି , ଯେଉଁ ମାନେ ଯାତ୍ରାରେ କାମ କରୁଥିବା ଛୋଟ କଳାକାର କି ଶ୍ରମିକ ମାନଙ୍କର ଭଲ ମନ୍ଦ ବୁଝିବା ତ ଦୂରର କଥା ସେମାନେ ତାଙ୍କ ମୁହଁକୁ ଟିକେ ଅନାନ୍ତି ବି ନାହିଁ । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *