ନେତା ହେବ ତ ରୁଦ୍ରଙ୍କ ପରି ! ଡଙ୍ଗାରେ ଲୋକଙ୍କ ପାଖେ ପହଞ୍ଚିଲେ ରୁଦ୍ର ଭାଇ (Rudra Maharathya)…ଦେଖନ୍ତୁ Video

ବନ୍ଧୁଗଣ ଏବେ ରାଜ୍ୟରେ ବନ୍ୟା ହେବାର ସମ୍ଭାବ୍ୟ ସ୍ଥିତି ରହିଛି ଏମିତି କି ଅନେକ ସ୍ଥାନରେ ବନ୍ୟା ହୋଇ ସାରିଛି । ତେବେ ହୀରାକୁଦ ଗତ ପହଡଦିନ 40ଟି ଗେଟ ଖୋଲିବା ପରେ ଲୋକ ମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ବନ୍ଧୁଗଣ ଏ ପର୍ଯ୍ୟନ୍ତ ରାଜ୍ୟର ଅନେକ ଗାଁ ବୁଡି ସାରିଛି ଆଉ ଏହାରି ମଧ୍ୟରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରୁଦ୍ର ପ୍ରତାପ ମହାରଥୀ ହେଉଛନ୍ତି ବିଜେଡି ଦଳର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ଏକ ମାତ୍ର ପୁତ୍ର । ଗତ କିଛି ମାସ ତଳେ ପ୍ରଦୀପ ଏହି ଦୁନିଆ ଛାଡି ଚାଲିଯାଇଥିଲେ ଆଉ ଏହା ପରେ ବିଜେଡି ଦଳ ପ୍ରଦୀପଙ୍କ ପୁଅ ରୁଦ୍ର ପ୍ରତାପଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦେଇଥିଲା ।

ବନ୍ଧୁଗଣ ଜନତାଙ୍କ ପୂର୍ଣ୍ଣ ସମର୍ଥନରେ ରୁଦ୍ର ପ୍ରଥମ ଚେଷ୍ଟାରେ ପିପିଲି ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି । ରୁଦ୍ର ବିଧାୟକ ହେବା ପରେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି । ବନ୍ଧୁଗଣ ରୁଦ୍ର ବିଧାୟକ ହେବା ପରେ ପ୍ରତି ଗାଁ ଗାଁ ଘର ଘର ବୁଲି ଲୋକ ମାନଙ୍କର ସମସ୍ୟା ବୁଝୁ ଛନ୍ତି । ସମ୍ଭାବ୍ୟ ବନ୍ୟାକୁ ନେଇ ଗତ କାଲି ରୁଦ୍ର ପ୍ରତାପ କିଛି ଅଞ୍ଚଳର ସମୀକ୍ଷା କରିଥିଲେ ।

ଆଜି ରୁଦ୍ର ନଦୀରେ ଏକ ବୋଟରେ ବୁଲି ବନ୍ୟା ଠାରୁ ବଞ୍ଚିବା ପାଇଁ ସମସ୍ତ ଯୋଜନା କରୁଛନ୍ତି । କେତେକେ ସରକାରୀ କର୍ମଚାରୀଙ୍କ ସହ ସେ ଜାଗା ଜାଗା ବୁଲି ସ୍ଥିତି ପରଖି ଛନ୍ତି ଆଉ ବନ୍ୟାର ମୁକବାଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବନ୍ଧୁଗଣ ରୁଦ୍ର ନିଜ ଅଞ୍ଚଳ ପାଇଁ ବହୁତ ଚିନ୍ତାରେ ଅଛନ୍ତି ଏହି ବନ୍ୟା ଜନିତ ସମସ୍ଯାର ସମଧାନ ପାଇଁ ମଧ୍ୟ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ତେବେ ବର୍ତ୍ତମାନ ରୁଦ୍ରଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟି ଭାଇରାଲ ହେବା ପରେ ସମସ୍ତ ଲୋକ ରୁଦ୍ରଙ୍କର ପ୍ରଶଂସା କରୁଛନ୍ତି । ରୁଦ୍ର ନିଜ କାମ ପାଇଁ ଏବେ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *