ପ୍ରକୃତି ମିଶ୍ରଙ୍କ ପ୍ରଥମ ବଲିଉଡ୍ ଫିଲ୍ମ, ଏହି ଫିଲ୍ମରେ Nana Patekar ଙ୍କ ସହ ଲିଡ ରୋଲରେ କରିବେ ଧମାଲ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ର ବେସ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ ପ୍ରକୃତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ କମ ଫିଲ୍ମ କରି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ସେ ଅନେକ ହିନ୍ଦୀ ରିଆଲିଟି ସୋ ସହ ଏକ ହିନ୍ଦୀ ଫିଲ୍ମ ମଧ୍ୟ କରିଛନ୍ତି । ଏହା ସହ ସେ ଅନେକ ହିନ୍ଦୀ ଆଲବମ ମଧ୍ୟ କରିଛନ୍ତି । ତେବେ ବନ୍ଧୁଗଣ ପ୍ରକୃତି ନିଜ ହଟ୍ ଲୁକ୍ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ହେଲେ ଗତ କିଛି ଦିନ ହେବ ପ୍ରକୃତି ଏକ ବଡ ବିବାଦକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଆଉ ଏହାରି ମଧ୍ୟରେ ପ୍ରକୃତିଙ୍କୁ ନେଇ ଏକ ବଡ ଖବର ଏବେ ସାମନାକୁ ଆସୁଛି । ବନ୍ଧୁଗଣ ଯଦି ଆପଣ ପ୍ରକୃତି ମିଶ୍ରଙ୍କର ଫ୍ୟାନ ଅଟନ୍ତି ତ ହେଲେ ଆପଣ ମାନେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଖୁସି ହୋଇଯିବେ ।

ପ୍ରକୃତି ମିଶ୍ର ଏବେ ନିଜର ପ୍ରଥମ ବଲିଉଡ ଫିଲ୍ମ କରିବାକୁ ଯାଉଛନ୍ତି । ସେ ବଲିଉଡ ଅଭିନେତା ନାନା ପାଟେକରଙ୍କ ସହ ଏକ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଜାତୀୟ ପୁରସ୍କାର ପାଇଥିବା ପ୍ରକୃତି ମିଶ୍ର ଏବେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ହେଲେ ସବୁଠାରୁ ରୋଚକ କଥା ହେଉଛି ବଲିଉଡର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ସହ ସ୍କ୍ରିନ ସେୟାର କରିବେ ପ୍ରକୃତି ।

ଓଡିଆ ସିନେମା ଠୁକୁଲରୁ ପ୍ରକୃତି ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ତା ପରେ ଓମ, ଏସପି ସାଗରିକା ଓ ମିଠା ମିଠା ଓଡିଆ ସିନେମା ଆଦି କରି ଲୋକପ୍ରିୟତା ହାସଲ କରିଥିଲେ । ଆଉ ଏବେ ବଲିଉଡ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଏହି ସିନେମାର ଶୀର୍ଷକ ଏ ପର୍ଯ୍ୟନ୍ତ ନିର୍ଧାରିତ ହୋଇ ନାହିଁ ।

ଏହି ଫିଲ୍ମରେ ନାନା ପାଟେକର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ । ନାନା ଓ ପ୍ରକୃତିଙ୍କ ଫଟୋ ସାମ୍ନାକୁ ଆସିବା ପରେ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଆଉ ଏହି ଫଟୋକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା । ବନ୍ଧୁଗଣ ପ୍ରକୃତିଙ୍କ ବଲିଉଡ ଏଣ୍ଟ୍ରିକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ବି ବେସ ଅଧିକ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *