ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟିକା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଗାୟିକା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଗାୟିକା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଗାୟିକା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ନମୀତା ଅଗ୍ରୱାଲ ।
ବନ୍ଧୁଗଣ ନମୀତା ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଭଜନ ଓ ଆଲବମ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି । ତାଙ୍କର ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ନମୀତାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ନମୀତା 1969 ମସିହାରେ କଟକ ତୁଳସୀପୁରରେ ଜନ୍ମ ଗ୍ରହଣ କରିଥିଲେ । ପିଲା ଦିନରୁ ତାଙ୍କର ଗୀତ ପ୍ରତି ବହୁତ ରୁଚି ଥିଲା । ତେଣୁ ପିଲା ଦିନରୁ ସେ ଗୀତ ଶିକ୍ଷା ଲାଭ କରିଥିଲେ । ପରେ ସେ ବିବାହ କରିଥିଲେ ସୀତାରାମ ଅଗ୍ରୱାଲଙ୍କୁ । ସୀତାରାମ ଅଗ୍ରୱାଲ ହେଉଛନ୍ତି ସିଦ୍ଧାର୍ଥ ଟିଭିର ଫାଉଣ୍ଡର । ନମୀତା ନିଜ ପ୍ରଥମ ଗୀତ 1992 ମସିହାରେ ଗାଇଥିଲେ ।
ନମୀତା ଅନେକ ଭଜନ ଗୀତରେ ନିଜ କଣ୍ଠ ଜାଦୁ ଦେଖାଇ ଛନ୍ତି । ପ୍ରଥମେ ସାର୍ଥକ ଟିଭିର ମାଲିକ ଥିଲେ ସୀତାରାମ ଅଗ୍ରୱାଲ ହେଲେ ଏହି ଚ୍ୟାନେଲକୁ ସେ Zeeକୁ ବିକି ଦେଇଛନ୍ତି । ବନ୍ଧୁଗଣ ନମୀତାଙ୍କର ଦୁଇଟି ପୁଅ ଅଛନ୍ତି ଜଣଙ୍କ ନାମ ହେଉଛି ସିଦ୍ଧାର୍ଥ ଅଗ୍ରୱାଲ ଓ ଆଉ ଜଣଙ୍କ ନାମ ହେଉଛି ସାର୍ଥକ ଅଗ୍ରୱାଲ । ସେ ତାଙ୍କ ଦୁଇ ପୁଅଙ୍କ ନାମରେ ଦୁଇଟି ଟିଭି ଚ୍ୟାନେଲ ଖୋଲିଛନ୍ତି ।
ଏବେ ଦୁଇଜଣ ପୁଅ ସିଦ୍ଧାର୍ଥ ଟିଭିରେ କାମ କରୁଛନ୍ତି । ନମୀତା ଏବେ ବି ନିଜ ଗୀତ ଗାଇବା ଜାରି ରଖିଛନ୍ତି । ଆଉ ଆଗକୁ ମଧ୍ୟ ନିଜ ଗୀତ ଗାଇବା ଜାରି ରଖିବେ ବୋଲି ନମୀତା କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଗାୟିକା ନମୀତା ଅଗ୍ରୱାଲ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।