ନାମ ଦେଇଦେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ! ବିନା ଦୋଷରେ ସଜାଇଦେଲା nisa ବେପାରୀ, କଣ କହୁଛନ୍ତି ଏହି ଯୁବକ, ଦେଖନ୍ତୁ Video

ନିଶା ବେପାରୀ ସଜାଇଦେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ । ଜଣେ ଗାଡି ଚାଳକଙ୍କ ପ୍ରଶ୍ନ, ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବହାର କଲେ ଲାଭ କଣ ? ଅନଲାଇନରେ ଆବେଦନ କରିବାର ମାସେ ପରେ ନମ୍ବର ପ୍ଲେଟ ଲାଗିଲା । କିଛି ମାସ ପରେ ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରୁ ଆସିଲା ନୋଟିସ । ଆପଣଙ୍କ ଗାଡିରେ ଚାଲାଣ ହେଉଛି ଗଞ୍ଜେଇ । ହଁ ଦର୍ଶକ ବନ୍ଧୁ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଆଉ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନକଲି ହୋଇଥିଲା । ଗାଡି ଚାଳକଙ୍କ ପ୍ରଶ୍ନ ଥିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ପରିବହନ ବିଭାଗକୁ ସମସ୍ତ ତଥ୍ୟ ଦେବା ପରେ ଯଦି ଏମିତି ହେଉଛି ତେବେ ନମ୍ବର ପ୍ଳେଟ ବ୍ୟବହାର କରି ଲାଭ କଣ ।

ଏହି ବ୍ୟକ୍ତି ଜଣକ ହେଲେ କେନ୍ଦ୍ରପଡା ଜିଲ୍ଲା ପାଟକୁରା ଥାନା ଅଞ୍ଚଳର ସମ୍ବିଦ ମଲିକ । ଗାଡି ଘରେ ଅଛି ସେ ବି ଘରେ ଅଛନ୍ତି ଗାଡି କେବେ ସମ୍ବଲପୁର ଯାଇନି କିନ୍ତୁ ତାଙ୍କ ଗାଡିରେ ଗଞ୍ଜେଇ ଚାଲାଣ ହେଲା କେମିତି । ଏହାକୁ ନେଇ ଏବେ ଭୟବିତ ଅଛନ୍ତି କେନ୍ଦ୍ରପଡାର ଗାଡି ମାଲିକ ଜଣକ ।  ସମ୍ବଲପୁରର ଅବକାରୀ ବିଭାଗ ଗଞ୍ଜେଇ ଗାଡି ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।

ଏହା ପରେ ଅବକାରୀ ବିଭାଗ କେମିତି ଜାଣି ପାରିଲେନି ଜଣେ ନିରୀହ ଗାଡି ଚାଳକକୁ ନୋଟିସ କଲେ । ଦର୍ଶକ ବନ୍ଧୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ରୁ କୁଆଡେ ସବୁ ତଥ୍ୟ ମିଳିଯାଏ ବୋଲି କୁହନ୍ତି ହେଲେ ସମ୍ବିଦଙ୍କ କହିବା କଥା ଯଦି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କୁ ନକଲି ଭାବେ ବ୍ୟବହାର କରାଯାଇ ପାରୁଛି ତେବେ ଏହି ପ୍ଳେଟ ଲଗାଇଲେ ଲାଭ କଣ । ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବହାର କଲେ ସୁରକ୍ଷିତ ସହ ଗାଡି ଚୋରୀ ହେବାକୁ ରୋକ ଲଗାଯାଇ ପାରିବ  ।

ମାତ୍ର କିଛି ମିନିଟ ମଧ୍ୟରେ ଗାଡି ନମ୍ବରରୁ ମାଲିକଙ୍କ ସମ୍ପର୍କରେ ଜଣା ପଡିବ । କିନ୍ତୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବି ନକଲି ହେଉଛି । ଏ କଥା ଲୋକଲୋଚନକୁ ଆସିବା ପରେ ଗାଡି ଚାଳକ ମାନେ ବି ବିଚଳିତ ହେଲେଣି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବହାର କଲେ ଲାଭ କଣ । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *