ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଜବରଦସ୍ତ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ନଳିନୀ ।
ନଳିନୀ କୋଣାର୍କ ଗଣନାଟ୍ୟରେ ଅଭିନୟ କରନ୍ତି ଆଉ ଆମ ଓଡିଶାରେ ତାଙ୍କ ଲୋକପ୍ରିୟତା ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ନଳିନୀଙ୍କର ଏକ ସାକ୍ଷାତ୍କାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ନଳିନୀ ନିଜ ପରିବାର ଓ ନିଜ ଅଭିନୟ କାରିୟର ବିଷୟରେ କହିଛନ୍ତି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ନଳିନୀ କହିଛନ୍ତି-‘ଯାତ୍ରାରେ ରହିଲେ ଆମେ ଘର କଥା ବୁଝି ପାରୁନି ତେଣୁ ଲକଡାଉନରେ ଆମେ ଘରେ ରହିବାର ସୁଯୋଗ ପାଇଲୁ ଆଉ ହଇରାଣ ବି ହେଲୁ । ମୋର ଶାଶୁ ଘର ଏରସମା ଆଉ ବାପଘର ନେମାଳ । ମୋର ଯାତ୍ରା ଜଗତରେ 36 ବର୍ଷ ପୁରି ଗଲାଣି । ମୁଁ ପ୍ରଥମେ ଶିଶୁ କଳାକାର ରୂପେ ଅଭିନୟ କରୁଥିଲେ । ମୋର ପ୍ରଥମ ନାଟକ ଥିଲା ଅନ୍ଧର ଲଉଡି ଛୋଟାର ବାଡି ।
ମୁଁ ବହୁତ ଯାତ୍ରା ପାର୍ଟିରେ କାମ କରିଛି ହେଲେ କୋଣାର୍କରେ ମୋର 19 ବର୍ଷ ହେଇଗଲା । ଆମର ଟିକେ ଅଭାବ ସଂସାର ଥିଲା । ଆମେ ତିନି ଭଉଣୀ ଗୋଟେ ଭାଇ ଥିଲୁ ମନା କରୁଥିଲେ ମୋତେ ମୁଁ ସ୍କୁଲରେ ଡ୍ରାମା କରୁଥିଲି ଅଲଗା ଜାଗାରେ ଡ୍ରାମା କରୁଥିଲି । ଛୋଟ ବେଳେ ମୁଁ ଯାତ୍ରାକୁ ଆସି ଗଲି । ମୋର ଯାତ୍ରାରେ ପ୍ରେମ ହେଲା ଘରେ ବାହାଘର ହେଲା ।
ବାପଘର ସପୋର୍ଟ କଲେନି ହେଲେ ଶାଶୁ ଘର ସପୋର୍ଟ କଲେ । ଆଗରୁ ମାଲିକ ମାନେ ନାଟକକୁ ଜଗୁ ଥିଲେ ଏବେ ନାଟକକୁ ଏବେ ଆଉ ଦେଖୁ ନାହାନ୍ତି ଏବେ ରେକର୍ଡ ଡ୍ୟାନ୍ସକୁ ଅଧିକ ଗୁରୁତ୍ଵ ଦେଉଛନ୍ତି । ଯଦି ନାଟକକୁ ଏବେ ମାଲିକ ମାନେ ଦେଖନ୍ତେ ତା ହେଲେ ନାଟକ ଭଲ ହୁଆନ୍ତା’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନଳିନୀ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।