ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ହେଉଥିବା ଭିଡିଓରେ ଚଢାଉ କରିବାକୁ ଯାଇଥିଲେ ପୋଲିସ ଓ ଅବକାରୀ କର୍ମଚାରୀ । ହେଲେ ହାତରେ ପନିକି ଧରି ଘଉଡାଇ ଦେଲେ ଜଣେ ମହିଳା । ପୋଲିସ ଆଉ ଅବକାରୀ କର୍ମଚାରୀ ମାନେ ଗେଟ ଖୋଲିବା ପାଇଁ କହୁଥିବା ବେଳେ ଉକ୍ତ ମହିଳା ଜଣକ ସିଧା ସିଧା କହୁଛନ୍ତି ମୁଁ ଗେଟ ଖୋଲିବିନି ତମେ ଭାଙ୍ଗ ।
ଏହା ପରେ ମହିଳା ଜଣକ କହୁଛନ୍ତି କିଏ କମ୍ପ୍ଲେନ କରିଛି । ଯିଏ କମ୍ପ୍ଲେନ କରିଛି ତାକୁ ଆଗେ ଡାକି ଆଣ ତା ପରେ କଥା ବାର୍ତ୍ତା ।ଏହା ପରେ ପୋଲିସ ଉକ୍ତ ମହିଳାଙ୍କୁ ଗେଟ ଖୋଲିବା ପାଇଁ ଜୋର ଜବରଦସ୍ତ କରୁଛନ୍ତି ହେଲେ ମହିଳା ଜଣକ ଗେଟ ନ ଖୋଲି ସିଧା ସିଧା କହୁଛନ୍ତି ଆତ୍ମହତ୍ୟା କରିବା ପାଇଁ । ଆଉ ଏହା ପରେ ପୋଲିସ କହୁଛି, ତୁ ଆତ୍ମହତ୍ୟା କର, ତୁ ଆତ୍ମହତ୍ୟା କରିବା ଯୋଗ୍ୟ ତୁ ନାରୀ ନାଁରେ ଗୋଟେ କଳଙ୍କ ।
ଏହା ଶୁଣିବା ପରେ ମହିଳା କହୁଛନ୍ତି ତମେ ମାନେ ସବୁ କଳଙ୍କ ମୁଁ କଳଙ୍କ ନୁହେଁ । ତେବେ ବନ୍ଧୁଗଣ ଏଭଳି ଭାବରେ ପୋଲିସ ଆଉ ଉକ୍ତ ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ମିଡିଆ ରିପୋର୍ଟସ ଅନୁସାରେ, ସେହି ମହିଳା ଜଣକ କୁଆଡେ ମଦ ବେପାର କରୁଥିଲେ ଆଉ ଏହାର ସୂଚନା ପୋଲିସକୁ ମିଳି ଥିଲା ।
ଏ କଥା ଆମେ ନୁହେଁ ଏ କଥା କହିଛନ୍ତି ଅବକାରୀ ଡିପାର୍ଟମେଣ୍ଟର ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ସାହୁ । ପ୍ରକାଶ କହିବା ମୁତାବକ-‘ସେ ମହିଳା ଜଣକ ମଦ ବେପାର କରୁଥିବାର ସୂଚନା ଆମକୁ ମିଳିଲା । ତେଣୁ ଆମେ ତା ଘରୁ ଚଢାଉ କରିବାକୁ ଯାଇଥିଲୁ । ହେଲେ ସେ ତା ଘର କବାଟ ଦେଇ ପନିକି ଧରି ଆସିଲା । ଏହା ପରେ ଝିଅ କହିଲା ଯଦି ଆମେ ତାର କବାଟ ଭାଙ୍ଗିବୁ ସେ ହାଣି ଦେବ ।
ଯଦି ଆମେ ତା ଘରକୁ ଯିବୁ ସେ ବିଷ ଖାଇ ଆତ୍ମହତ୍ୟା କରିଦେବ ଆଉ ସବୁ ଦାୟୀ ଆମ ମାନଙ୍କ ନାଁରେ କରିବ । ତେଣୁ ଆମେ ଡରିକି ପଳେଇ ଆସିଲୁ । ଆଉ ଥରେ ଆମେ ସର୍ଚ ୱାରେଣ୍ଟ ନେଇ ମାଜିଷ୍ଟ୍ରେଟଙ୍କୁ ନେଇ ଯିବୁ । ଏଥର ମାଜିଷ୍ଟ୍ରେଟ ନଥିଲେ । ସେ ଲେଡିଟା ମଦ ବିକୁଛି ସେ ଯେଉଁ ଭାଷା କହିଛି ଶୁଣି ହେବନି । ହେଲେ ସେ ନିଶ୍ଚୟ ଧରା ହେବ’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।