ନବଙ୍କ ପରେ କିଏ, କିଏ ଧରିବ ଝାରସୁଗୁଡା ମଙ୍ଗ । ରାଜ୍ୟ ଦେଖିବ ଆଉ ଏକ ଉପ ନିର୍ବାଚନ । ଗୋଟିଏ ପଟେ ନବ ଦାସଙ୍କ ପରଲୋକ ହେବାର ଗୋଟିଏ ଦିନ ନ ବିତୁଣୁ ସରଗରମ ହେବାରେ ଲାଗିଲାଣି ଝାରସୁଗୁଡ଼ା ରାଜନୀତି । ଏବେ ଚର୍ଚ୍ଚା ହେବାରେ ଲାଗିଛି କିଏ ନେବ ନବଙ୍କ ସ୍ଥାନ । ନବଙ୍କ ଅନୁପସ୍ଥିତି ଝାରସୁଗୁଡ଼ାରେ କେତେ ପ୍ରଭାବ ପକାଇବ ? ଏବେ ଯିଏ ତାଙ୍କ ସ୍ଥାନ ନେବ ତାଙ୍କୁ ଝାରସୁଗୁଡା ବାସୀ ସମର୍ଥନ କରିବେ ତ ।
ହଁ ଦର୍ଶକ ବନ୍ଧୁ ଏମିତି କିଛି କଥା ଏବେ ଚର୍ଚ୍ଚା ହେବାରେ ଲାଗିଛି । ନବ କିଶୋର ଦାସଙ୍କ ଦେହାନ୍ତ ବିଜେଡି ପାଇଁ ଏକ ଅପୂରଣୀୟ କ୍ଷତି । ଝାରସୁଗୁଡାରେ ନବ ନିଜର ସଂଗଠନ ଏଭଳି ସୁଦୃଢ ରଖିଥିଲେ ଯାହାକୁ ବିରୋଧୀଙ୍କ ବଜ୍ର ମଧ୍ୟ ଭାଙ୍ଗିବାରେ ବିଫଳ ହୋଇଛି । ଫଳରେ ଏହା ବିରୋଧୀଙ୍କୁ ଚିନ୍ତା କରିବାରେ ବାଧ୍ୟ କରିଥାଏ । ହେଲେ ନବଙ୍କ ପରଲୋକ ପରେ ଝାରସୁଗୁଡାରେ କାହାର ଦବଦବା ରହିବ ତାହାକୁ ନେଇ ମଧ୍ୟ ଏବେ ଆରମ୍ଭ ହେଲାଣି ଅଙ୍କ କଶା ।
ନବ କିଶୋର ଦାସ କିଛି ମାସ ପୂର୍ବରୁ ଏକ ସଭାରେ କହିଥିଲେ ଆଗକୁ ଓଡିଶାର ଦାୟିତ୍ଵ ମାଆ ମାନେ ନେବେ । ନବଙ୍କ ଏହି କଥାରେ ଗୋଟିଏ କଥା ସ୍ପର୍ଷ୍ଟ ହୋଇଥିଲା 2024ରେ ନାରୀ ନେତ୍ରୀ ହିଁ ମଇଦାନକୁ ଓଲ୍ହେବେ । ତେଣୁ ଏବେ ବିଜେଡି କାହାକୁ ମଇଦାନରେ ଓଲ୍ହେଇବ ତାହା ହିଁ ବଡ ପ୍ରଶ୍ନ । ହେଲେ ନବଙ୍କ ସୁକନ୍ୟା ଦୀପାଳି ଦାସ ଏବେ ରାଜନୀତିରେ ସକ୍ରିୟ ଅଛନ୍ତି ।
ବାପାଙ୍କୁ ଗୁରୁ ଭାବରେ ଅନୁସରଣ କରି ସେ ରାଜନୀତିକୁ ଏଣ୍ଟ୍ରି କରି ଥିଲେ । ଅନେକ ସମୟରେ ବିଜେଡି ପ୍ରଚାରରେ ସକ୍ରିୟ ଭାବେ ଦୀପାଳିଙ୍କୁ ଦେଖିବାକୁ ମିଳି ଥାଏ । ବ୍ରଜରାଜ ନଗର ଉପ ନିର୍ବାଚନ ହେଉ କି ପଦ୍ମପୁର ସବୁ ଜାଗାରେ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ ଦୀପାଳି । ଆଉ ଏହାକୁ ଦେଖିଲେ ଲାଗୁଛି ବାପାଙ୍କ ସ୍ଥାନରେ ଝିଅକୁ ଓଲ୍ହେଇ ପାରେ ଦଳ ।
ସେହି ପରି ଶିମ୍ପାଥି କାର୍ଡ ଖେଳିବାକୁ ଯାଇ ନବ ଦାସଙ୍କ ଧର୍ମପତ୍ନୀ ମଧ୍ୟ ଓଲ୍ହେଇବାର ସମ୍ଭାବନା ରହିଛି । ହେଲେ ଏଠି ଗୋଟିଏ ବଡ ପ୍ରଶ୍ନ ରହିବ ଅନୁକମ୍ପା ଭୋଟ ବିଜେଡିକୁ ସହାୟକ ହେବ ନା ଏଥର କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।