ନମସ୍କାର ବନ୍ଧୁଗଣ ତେବେ ମୂତ୍ରର ରଙ୍ଗରୁ ହିଁ ଆପଣ ଜାଣିପାରିବେ ଆପଣଙ୍କ ଶରୀରରେ ଥିବା ରୋଗ ବିଷୟରେ । ଆଜ୍ଞା ହଁ, ମଣିଷ ଶରୀରରେ ରହିଥିବା ବିଭିନ୍ନ ପ୍ରକାରର ରୋଗର ଲକ୍ଷଣ କେବଳ ରଙ୍ଗରୁ ଜଣା ପଡ଼ିଥାଏ । ସ୍ୱାଭାବିକ ରଙ୍ଗଠାରୁ ମୁତ୍ରର ରଙ୍ଗ ବଦଳିଲେ ଏହି ଲକ୍ଷଣ ଶରୀରରେ ଥିବା ରୋଗ ସମ୍ପର୍କରେ ଆମକୁ ଆଗୁଆ ସୂଚନା ମିଳିଯାଇଥାଏ । ସାଧାରଣ ଭାବେ ମୂତ୍ରର ରଙ୍ଗ ଇଶତ ହଳଦିଆ ହୋଇଥାଏ ।
ଏବେ ଆସନ୍ତୁ ଜାଣିନେବା ମୂତ୍ରର ରଙ୍ଗରୁ ଶରୀରରେ ରହିଥିବା ବିଭିନ୍ନ ରୋଗର ସୂଚନା କିପରି ମିଳିଥାଏ । ତେବେ ଯଦି ଆପଣଙ୍କ ମୁତ୍ରର ରଙ୍ଗ ଗାଢ଼ ହଳଦିଆ ରଙ୍ଗ ଧାରଣ କରିଛି, ତେବେ ଏହା ଶରୀରରେ ହିମୋଗ୍ଲୋବିନ ହ୍ରାସ ତଥା ଭିଟାମିନ୍ ଡିର ଅଭାବର ଲକ୍ଷଣ । ଶରୀରରେ ୟୁରୋକମ ପିଗମେଣ୍ଟ ବୃଦ୍ଧି ପାଇଲ ମୂତ୍ରର ରଙ୍ଗ ଗାଢ଼ ହଳଦିଆ ହୋଇଯାଏ ।
ସଠିକ ମାତ୍ରାରେ ପାଣି ପିଇବା ଦ୍ୱାରା ଏହା ବିଘଟିତ ହୋଇଯାଏ ମାତ୍ର ପାଣି କମ ପିଇଲେ ମୂତ୍ରର ରଙ୍ଗ ହଳଦିଆ ରହିଥାଏ । ତେବେ ଯଦି ଆପଣଙ୍କ ମୂତ୍ରର ରଙ୍ଗ ପାଣି ପରି ସମ୍ପୂର୍ଣ୍ଣ ସ୍ୱଚ୍ଛ ରହୁଥାଏ, ତେବେ ଏହା ହେପାଟାଇଟିସ ଓ ଲିଭର ସମସ୍ୟାର ଲକ୍ଷଣ ପ୍ରକାଶ କରିଥାଏ । ଶରୀର ହାଇଡ୍ରେଟେଡ ରହୁଥିଲେ ମୂତ୍ରର ରଙ୍ଗ ସ୍ୱଚ୍ଛ ରହିଥାଏ ।
ନିୟମିତ ଭାବରେ ମୁତ୍ର ରଙ୍ଗ ସ୍ୱଚ୍ଛ ରହୁଥିଲେ ଆପଣ ଜାଣି ରକିବା ଉଚିତ ହେବ ଯେ ଆପଣ ଆବଶ୍ୟକତାଠାରୁ ଅଧିକ ପରିମାଣରେ ପାଣି ପିଉଛନ୍ତି । ଆପଣଙ୍କୁ ପାଣି ପିଇବା ସାମାନ୍ୟ କମ କରିବାକୁ ପଡିବ । ଏହା ସହ ଯଦି ଆପଣଙ୍କ ମୂତ୍ରର ରଙ୍ଗ ଲାଲ୍ କିମ୍ବା ଗୋଲାପୀ ରହୁଛି, ତେବେ ଏହା ପ୍ରୋଷ୍ଟେଟ୍, କିଡନୀ ଷ୍ଟୋନ, ମୂତ୍ରାଶୟ ଓ କିଡନୀ ଟ୍ୟୁମର ପରି ରୋଗର ସୂଚନା ଦେଇଥାଏ ।
ଯଦିଓ କିଛି ଖାଦ୍ୟର ପ୍ରଭାବରେ ବେଳେବେଳେ ମୂତ୍ରର ରଙ୍ଗ ଲାଲ କିମ୍ବା ଗୋଲାପୀ ହୋଇଯାଏ । କିନ୍ତୁ ନିୟମିତ ମୂତ୍ରର ରଙ୍ଗ ଲାଲ କିମ୍ବା ଗୋଲାପି ରହୁଥିଲେ ତୁରନ୍ତ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ତେବେ ଯଦି ଆପଣଙ୍କ ମୂତ୍ରର ରଙ୍ଗ ନୀଳ ରଙ୍ଗ, ତେବେ ଏହା କିଡନୀ ଓ ମୂତ୍ରାଶୟ ସଂକ୍ରମଣର ସୂଚନା ଦେଇଥାଏ । ଅଧିତ ପରିମାଣର ଚକୋଲେଟ୍ ଖାଇବା ଦ୍ୱାରା ମଧ୍ୟ ମୂତ୍ର ରଙ୍ଗ ନୀଳ ହୋଇଯାଇଥାଏ । ଚକୋଲେଟରେ ଥିବା ମେଥିଲିନ୍ ବ୍ଲ୍ୟୁ କାରଣରୁ ମୂତ୍ରର ରଙ୍ଗ ନୀଳ ହୋଇ ଯାଇଥାଏ ।
ତେବେ ଆପଣଙ୍କ ମୁତ୍ରର ରଙ୍ଗ ମାଟି ପରି ଗାଢ଼ ଧୂସର ରଙ୍ଗ ହୋଇଥିଲେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । କାରଣ ଏହା ଲିଭର ସଂକ୍ରମଣର ପ୍ରାକ୍ ସୂଚନା ପ୍ରଦାନ କରିଥାଏ । ଶରୀରରେ ଜଳୀୟ ଅଂଶ ହ୍ରାସ ପାଇଲେ ବେଳେବେଳେ ମୂତ୍ରର ରଙ୍ଗ ଗାଢ ଧୂସର ହୋଇଥାଏ ।
ତେବେ ଆପଣ ମାନେ ଏଭଳି କୌଣସି ପରିସ୍ଥିତିର ଯଦି ସାମ୍ନା କରୁଛନ୍ତି ତେବେ ନିଶ୍ଚିତ ଭାବରେ ଡାକ୍ତର ଙ୍କ ପରାମର୍ଶ ଗ୍ରହଣ କରନ୍ତୁ ଏବଂ ନିଜର ଅସୁବିଧା ଅନୁସାରେ ଚିକିତ୍ସା ମଧ୍ୟ ଆରମ୍ଭ କରନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।