ବନ୍ଧୁଗଣ ସଂସାର ଯାକରେ ହୁରି ପଡିଛି ହେଲେ ପୁଅ କିନ୍ତୁ ଅଚିନ୍ତା ନିଦ୍ରାରେ ଶୋଇଛି । ଆତ୍ମହତ୍ୟା ସନ୍ଦେହରେ ନୟାନ୍ତ ପୋଲିସ ବାବୁ କିନ୍ତୁ ବେଫିକର । ପାଣି ଭିତରେ ବେହାଲ ଅଗ୍ନିସମ କର୍ମଚାରୀ କିନ୍ତୁ ମଜା ଦେଖୁଛି ଯୁବକ । ପ୍ରସଙ୍ଗକୁ ଆସିବା ପୂର୍ବରୁ ଆଗ ଟିକେ ସକାଳର ହାଇ ଡ୍ରାମା ଉପରେ ନଜର ପକାନ୍ତୁ । ସକାଳ ପ୍ରାୟ ସାଢେ 6 ଟାରେ ମୁଣ୍ଡଳି ବ୍ରିଜ ଉପରେ ଜଣେ ବ୍ୟକ୍ତି ଗାଡି ଥୋଇ ନଦୀକୁ ଡେଇଁ ପଡି ଥିବା ଖବର ଆସିଲା ।
ଆତ୍ମହତ୍ୟା ସନ୍ଦେହରେ ସଙ୍ଗେ ସଙ୍ଗେ ଗୌଡି ସାହି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ଲୋକ ରୁଣ୍ଡ ହେଇଗଲେ ଟିଭିରେ ବ୍ରେକିଙ୍ଗ ନ୍ୟୁଜ ଚାଲିଲା । ଏମିତି କି କିଛି ଲୋକ ସେହି ଯୁବକକୁ ନିଶା ସେବନ କରୁଥିବାର ଦେଖିଥିବା କଥା ଗଣମାଧ୍ୟମକୁ କହିଲା । ଜଣେ ବ୍ୟକ୍ତି ତ କହିଲେ, ରାତି ସାଢେ 1ଟାରେ ସେହି ବ୍ୟକ୍ତି ଜଣକ ମଦ ପିଉ ଥିଲେ । ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।
ଏହା ପରେ ଚାଲିଲା ବ୍ୟକ୍ତିଙ୍କୁ ଖୋଜା ଖୋଜି କାମ । ଅଗ୍ନିସମ ବିଭାଗର ଦୁଇଟି ବୋଟ ମହାନଦୀରେ ବଇତରା ମାରିଲେ । ବୋଟରେ ପୁରା ଦୁଇଟି ମହାନଦୀ ମୁଣ୍ଡଳି ଜଳକୁ ଦୁଇ ଭାଗ କରିଦେଲେ । ହେଲେ ଯୁବକ ମିଳିଲେ ନାହିଁ କିନ୍ତୁ ଏହି ତନାଘନା ହାଇ ଡ୍ରାମା ସରିବାର 3 ଘଣ୍ଟା ପରେ ଉଭା ହେଲେ ସ୍କୁଟି ରଖିଥିବା ଯୁବକ । ବରମୁଣ୍ଡାରୁ ଠାବ ହେଲେ ଅନୁଗୁଳର ରଘୁ ରଞ୍ଜନ ମିଶ୍ର । ଏହା ପରେ ସେ ଯାହା କହିଲେ ଆପଣ ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
ବାବୁଙ୍କ ସ୍କୁଟି ଷ୍ଟାର୍ଟ ନ ହେବାରୁ ସେ ଚୋରୀ ହେବା ଭୟରେ ପୋଲ ମଝିରେ ସ୍କୁଟି ରଖି ଯାଇଥିଲେ ଆଉ କୁଆଡେ ସେ ଗାଡି ରଖିବା ସମୟରେ ତାଙ୍କୁ କିଛି ଲୋକ ମଧ୍ୟ ଦେଖିଥିଲେ । ସେ ଏକ ଟ୍ରକରେ ବସି ବରମୁଣ୍ଡା ବସ ଷ୍ଟାଣ୍ଡକୁ ଚାଲି ଯାଇଥିଲେ ।
ଏହା ପରେ ତାଙ୍କ ମୋବାଇଲ ସ୍ଵିଚ ଅଫ ହେଇଯିବାରୁ ସେ ଶୋଇ ପଡି ଥିଲେ । ସକାଳୁ ଉଠି ପରିବାର ଲୋକଙ୍କୁ ଫୋନ କରିବା ବେଳକୁ ରଘୁ ରଞ୍ଜନଙ୍କ ଗାଡି ଥାନାରେ ଆଉ ମହାନଦୀରେ ଖୋଜା ଚାଲିଛି ଡେଡ ବଡି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।