‘ମୁଁ ନନ୍ ଓଡିଆ B.Tech ଇଞ୍ଜିନିୟର, ଏତେ ପାଠ ପଢି ବି ମୋ ଜୀବନରେ ଏକ ଏମିତି ମୋଡ ଆସିଲା…’ ନିଜ ଜୀବନର କିଛି ଅକୁହା କଥା କହିଲେ ଯାତ୍ରା ଅଭିନେତା Deep Shah, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯାତ୍ରା ଅଭିନେତା ଦୀପ ସାହାଙ୍କ ବିଷୟରେ କହିବାକୁ ଯାଉଛୁ । ଦୀପ ହେଉଛନ୍ତି ଜଣେ ଏଭଳି ଅଭିନେତା ଯିଏ ବହୁତ କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ଗତ କିଛି ସମୟ ହେବ ଦୀପଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଦୀପ ନିଜ ଅଭିନୟ ଜୀବନୀ ବିଷୟରେ କହୁଛନ୍ତି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦୀପଙ୍କ କହିବା ମୁତାବକ-‘ମୋ ନାଁ ହେଉଛି ଦୀପ ସାହା ମୁଁ ରଙ୍ଗମଞ୍ଚ ଆଜି କଳାକାର ରୂପେ କାମ କରୁଛି । ଏଇଟା ମୋର ଦ୍ଵିତୀୟ ବର୍ଷ ଚାଲିଛି । ରଙ୍ଗମଞ୍ଚରେ ମୋର ଭୂମିକା କିଛି ପଜେଟିଭ ରହିଛି ତ କିଛି ନେଗେଟିଭ ରହିଛି ।

ଯାତ୍ରାଙ୍କୁ ମୁଁ ଗତ ବର୍ଷ ଆସିଲି ଏଇଟା ମୋର ଦ୍ଵିତୀୟ ବର୍ଷ ଚାଲିଛି । ମୁଁ ଏଇଠି ମୋର ଅଭିନୟ କାରିୟର ଆରମ୍ଭ କରିଛି ମୁଁ 100 ପ୍ରତିଶତ ଦେବାକୁ ଚେଷ୍ଟା କରୁଛି । ଆଉ ଦର୍ଶକ ମାନଙ୍କ ଆଶୀର୍ବାଦ ଭଗବାନଙ୍କ ଆଶୀର୍ବାଦ ଆଗକୁ କଣ ହେବ ଦେଖିବା । ଆମର ପାଞ୍ଚ ଖଣ୍ଡ ନାଟକ ହେଇ ସାରିଛି ଆଉ ଗୋଟେ ହେବ ବୋଲି ମୁଁ ଶୁଣୁଛି । କେଉଁଠି ଖଳନାୟକ ଚରିତ୍ରରେ ମୁଁ ଅଭିନୟ କରିଛି ତ କେଉଁଠି ସବଚ ଚରିତ୍ରରେ ।

ମୁଁ କେବେ ଜାଣି ନଥିଲି ମୁଁ ଯାତ୍ରାକୁ ଆସିବି ବୋଲି ହେଲେ ଆସିଲି ଗୋଟେ ବର୍ଷ କାମ କରି ପୁଣି ଆଉ ଗୋଟେ ବର୍ଷ କାମ କରୁଛି ସେଇଟା ମୋର ଶୋଭାଗ୍ୟ । ଏଇଠି ଆସି ମୁଁ ବହୁତ ଖୁସି ଅଛି । ମୁଁ ଜାଣି ନଥିଲି ମୁ ଗୋଟେ କଳାକାର ହେବି ବୋଲି ମୁଁ ବିଟେକ ଇଞ୍ଜିନିୟର ମୁଁ ଚାକିରି କରୁଥିଲି ବେଙ୍ଗାଲୋରରେ । ହଠାତ ମୁଁ ଭୁବନେଶ୍ବର ଆସି ଚାକିରି କରିଲି ଆଉ ମୋତେ ସମୟ ମିଳୁ ଥିଲା  ।

ଜଣେ ଭାଇ ମୋତେ କହିଲେ ତୁ ସନ୍ଧ୍ୟା ସମୟରେ ଫ୍ରି ରାହୁଛୁ ଆକଟିଂ କରୁନୁ ଟିଭିରେ ବାହାରିବୁ ଲୋକ ତୋତେ ଦେଖିବେ  । ସେଇଠି ମୁଁ ହଁ କହିଦେଲି ଆଉ ସେହି ଜିନିଷ ମୋତେ ଆଜି ଯାତ୍ରାରେ ପହଞ୍ଚାଇ ଦେଲା । ଆମ ଫାମିଲିରେ ଯାତ୍ରାର ‘ଯ’ ଅକ୍ଷର ଜଣା ନାହିଁ ହେଲେ ମୁଁ ଯାତ୍ରା ଜଗତରେ ଅଭିନୟ କରି ବହୁତ ଖୁସି ଅଛି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଦୀପ ସାହାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *