‘ମୁଁ ମୁଣ୍ଡଳୀ ଓଭରବ୍ରିଜରୁ ଡେଇଁନି…ମୁଁ ଗାଡି ରଖି ମୋ ଶଳା ଘରକୁ ପଳେଇଥିଲି, ସକାଳୁ ଉଠିଲା ବେଳକୁ …’ ଯୁବକ ଜଣକ ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ମୁଁ ମୁଣ୍ଡଳି ଓଭର ବ୍ରିଜରୁ ଡେଇଁ ଜୀବନ ହାରିନି ମୁଁ ସେଠାରେ କେବଳ ଗାଡି ରଖି ମୋ ଶଳା ଘରକୁ ପଳାଇ ଥିଲି । ଏମିତି କିଛି ନାଟକୀୟ ଢଙ୍ଗରେ ମୁଣ୍ଡଳି ବ୍ରିଜ ଉପରୁ ସ୍କୁଟି ମିଳିବା ଆଉ ମହାନଦୀକୁ ଡେଇଁ ଜୀବନ ହାରିବା ଘଟଣାରେ ନାଟକୀୟ ଜବାନିକା ପଡିଛି । ସ୍କୁଟି ଥୋଇ କେହି ଜଣେ ମହାନଦୀକୁ ଡେଇଁ ଥିବା ଘଟଣାରେ ଏବେ ପୁନଛେତ ପଡିଛି । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଗୋଡି ସାହି ଅଞ୍ଚଳରେ ।

ସକାଳ ପ୍ରାୟ ସାଢେ 6 ଟାରେ ମୁଣ୍ଡଳି ବ୍ରିଜ ଉପରେ ଜଣେ ବ୍ୟକ୍ତି ଗାଡି ଥୋଇ ନଦୀକୁ ଡେଇଁ ପଡି ଥିବା ଖବର ଆସିଲା । ଆତ୍ମହତ୍ୟା ସନ୍ଦେହରେ ସଙ୍ଗେ ସଙ୍ଗେ ଗୌଡି ସାହି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ଲୋକ ରୁଣ୍ଡ ହେଇଗଲେ ଟିଭିରେ ବ୍ରେକିଙ୍ଗ ନ୍ୟୁଜ ଚାଲିଲା । ଏମିତି କି କିଛି ଲୋକ ସେହି ଯୁବକକୁ ନିଶା ସେବନ କରୁଥିବାର ଦେଖିଥିବା କଥା ଗଣମାଧ୍ୟମକୁ କହିଲା ।

ଜଣେ ବ୍ୟକ୍ତି ତ କହିଲେ, ରାତି ସାଢେ 1ଟାରେ ସେହି ବ୍ୟକ୍ତି ଜଣକ ମଦ ପିଉ ଥିଲେ । ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଏହା ପରେ ଚାଲିଲା ବ୍ୟକ୍ତିଙ୍କୁ ଖୋଜା ଖୋଜି କାମ । ଅଗ୍ନିସମ ବିଭାଗର ଦୁଇଟି ବୋଟ ମହାନଦୀରେ ବଇତରା ମାରିଲେ । ବୋଟରେ ପୁରା ଦୁଇଟି ମହାନଦୀ ମୁଣ୍ଡଳି ଜଳକୁ ଦୁଇ ଭାଗ କରିଦେଲେ ।

ହେଲେ ଯୁବକ ମିଳିଲେ ନାହିଁ କିନ୍ତୁ ଏହି ତନାଘନା ହାଇ ଡ୍ରାମା ସରିବାର 3 ଘଣ୍ଟା ପରେ ଉଭା ହେଲେ ସ୍କୁଟି ରଖିଥିବା ଯୁବକ । ତା ପରେ ସେ ବରମୁଣ୍ଡାରୁ ଠାବ ହେଲେ । ତେବେ ଏହି ଯୁବକଙ୍କ ନାମ ହେଉଛି ରଘୁ ରଞ୍ଜନ ମିଶ୍ର । ତାଙ୍କ କହିବା ମୁତାବକ, ସେ ଗାଡି ନେଇ ବରମୁଣ୍ଡା ନିଜ ଶଳା ଘରକୁ ଯାଉଥିବା ସମୟରେ ହଠାତ ତାଙ୍କ ଗାଡି ଖରାପ ହେଇଗଲା ।

ତେଣୁ ସେ ଗାଡି ଚୋରୀ ହେବା ଭୟରେ ପୋଲ ଉପରେ ଗାଡି ରଖି ଏକ ଟ୍ରକରେ ବସି ବରମୁଣ୍ଡା ପଳାଇ ଥିଲେ । ଏହା ପରେ ତାଙ୍କ ଫୋନ ଅଫ ହେଇଯାଇଥିଲା ଫୋନ ଅନ କରି ଦେଖିଲା ବେଳକୁ ତାଙ୍କ ଡେଡ ବଡି ଖୋଜା ଚାଲିଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *