ବନ୍ଧୁଗଣ ବହୁ ଚର୍ଚ୍ଚିତ ଦିନେଶ ଓ ଦୀପିକାଙ୍କ ପ୍ରେମ ବିବାଦରେ ଏବେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ଉଭୟଙ୍କ ପ୍ରେମ କାହାଣୀକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଚାଲି ଥିବା ବେଳେ ଦୀପିକା ଏବେ ବହୁତ କଷ୍ଟର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ଅନେକଙ୍କୁ ପ୍ରେମ ମଜା ଦେଇଥାଏ ତ ଅନେକକୁ ପ୍ରେମ ସଜା । ତେବେ ପ୍ରଥମେ ତ ଦୀପିକାଙ୍କୁ ପ୍ରେମ କରିବାରେ ଆଉ ସମ୍ପର୍କ ରଖିବାରେ ବହୁତ ମଜା ଲାଗିଲା ।
ହେଲେ ଦିନେଶ ତାଙ୍କ ଗର୍ଭରେ ଏକ ଛୁଆ ଦେବା ପରେ ତାଙ୍କ ପାଇଁ ପ୍ରେମ ସଜା ହୋଇ ଯାଇଛି । ଆଜିକୁ ଅନେକ ଦିନ ହେଲାଣି ଦୀପିକା ଦିନେଶଙ୍କ ଘର ବାହାରେ ଧାରଣା ଦେଇ ବସିଛନ୍ତି ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ତେବେ ବନ୍ଧୁଗଣ ଦୀପିକା ଓ ଦିନେଶ ପରସ୍ପରକୁ ବହୁତ ପ୍ରେମ କରୁଥିଲେ ହେଲେ ଦିନେଶ ଦୀପିକାଙ୍କୁ ଗର୍ଭବତୀ କରି ଅଧା ରାସ୍ତାରେ ତାଙ୍କ ହାତ ଛାଡି ଦେଲେ ।
ଏହା ପରେ ଦୀପିକା ନିଜ କୁନି ପୁଅକୁ ଧରି ଧାରଣାରେ ବସିଲେ । ତେବେ ଆଜିକୁ 30 ଦିନ ହେଇଗଲା ଦୀପିକା ଧାରଣାରେ ବସିଛନ୍ତି । ଦୀପିକାଙ୍କ ସହ ପ୍ରେମ ସମ୍ପର୍କ ରଖିବା ସମୟରେ ଦିନେଶ ଦୀପିକାଙ୍କ ଘରକୁ ଆସି ତାଙ୍କୁ ବିବାହ କରିବେ ବୋଲି ତାଙ୍କ ମାଆଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦୀପିକାଙ୍କୁ ଗର୍ଭବତୀ କରିବା ପରେ ସେ ଦୀପିକାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ।
ବନ୍ଧୁଗଣ ଏହା ପରେ ଦିନେଶଙ୍କ ବିରୋଧରେ ଦୀପିକା ରେପ କେସ ଦେଇଥିଲେ ଆଉ ଦିନେଶ ମଧ୍ୟ ଜେଲ ଯାଇଥିଲେ । ଜେଲରୁ ଫେରିବା ପରେ ଦିନେଶ ଦୀପିକାଙ୍କ ସହ କୌଣସି ସମ୍ପର୍କ ରଖିବା ପାଇଁ ଚାହିଁଲେ ନାହିଁ । ଏହା ପରେ ଦୀପିକା ଆଉ ଦିନେଶଙ୍କ ମାମଲାଟି କୋର୍ଟରେ ଚାଲିଛି । ବନ୍ଧୁଗଣ ଗତ କାଲି ଦୀପିକା ନିଜ ପ୍ରେମିକ ଦିନେଶଙ୍କ ଘର ସାମ୍ନାରେ ଗଣେଶ ପୂଜା କରିଥିଲେ ।
ନିଜର ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଆଉ ନ୍ୟାୟ ପାଇବା ପାଇଁ ସେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ହେଲେ ଆଜି କିଛି ଅଲଗା ହେଇଗଲା । ଗତ କିଛି ସମୟ ତଳେ ଦିନେଶଙ୍କ ପରିବାର ଲୋକ ହଠାତ ଘରେ ତାଲା ଦେଇ କୁଆଡେ ଚାଲି ଯାଇଛନ୍ତି ଆଉ ଦୀପିକା ଏବେ ତାଙ୍କ ଘର ବାରଣ୍ଡାରେ ଏକା ବସିଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।