ବନ୍ଧୁଗଣ ନମସ୍କାର, ତେବେ ଆଇ ପି ଏଲ ଖେଳାଳୀ ଙ୍କ ଗୁମର ଖୋଲିଲେ ଚିୟର ଗାର୍ଲ । ଖେଳ ପରେ ରୁମ କୁ ଡାକନ୍ତି ଖେଳାଳୀ । ଗ୍ରାବିଲା ଙ୍କ ବ୍ଲକ ରେ କ୍ରିକେଟର ଙ୍କ କଳା କାହାଣୀ । କିଛି ଇଣ୍ଟର ନ୍ୟାସନାଲ କ୍ରିକେଟର ଙ୍କ ଗୁମର ଖୋଲିଛନ୍ତି ଆଫ୍ରିକୀୟ ସୁନ୍ଦରୀ ତଥା ମୁମ୍ବାଇ ଇଣ୍ଡିଆନ୍ସ ର ଚିୟର ଗାର୍ଲ ଗେବ୍ରିଲା ପାସକ୍ୟୁରୋଟୋ । ଏହି କଳା ସତ ସାମାଜିକ ଗଣ ମାଧ୍ୟମ ଗୁଡ଼ିକ ରେ ଭାଇରାଲ ହେଉଛି ।
ଖେଳ ପରେ ହୋଟେଲ ରେ ହେଉଥିବା ପାର୍ଟି କୁ କିଭଳି ସେମାନଙ୍କ ସହିତ ବ୍ୟବହାର କରାଯାଏ । ଏହି କଥା ସେ ବଖାଣିଛନ୍ତି ନିଜର ପର୍ସନାଲ ବ୍ଲଗ ରେ । ଏହି ଖବର ସାମ୍ନା କୁ ଆସିବା ପରେ ହଲଚଲ ସୃଷ୍ଟି ହୋଇଥିଲା । ତେଣୁ ଏହି କଥାକୁ ଲୁଚାଇବା ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଇଥିଲା ।
ଗେବ୍ରିଲା କେବଳ କ୍ରିକେଟର ଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏହି ପୋଷ୍ଟ କରିଥିଲେ । ଏଥିରେ ଏମିତି କିଛି କ୍ରିକେଟର ଙ୍କ ବିଷୟ ରେ ସେ ଉଲ୍ଲେଖ କରିଛନ୍ତି । ତେବେ ସେ ଲେଖିଛନ୍ତି ଯେ, ଖେଳ ପରେ ହୋଟେଲ ପାର୍ଟି ର ଆୟୋଜନ କରାଯାଏ । ଯେଉଁଥିରେ ଚିୟର ଗାର୍ଲ ମାନେ ବି ଉପସ୍ଥିତ ଥାଆନ୍ତି ।
ଆଉ ଏମିତି ଅନେକ କ୍ରିକେଟର ଅଛନ୍ତି ଯେଉଁମାନେ ଚିୟର ଗାର୍ଲ ଙ୍କୁ କେବଳ ଉପଭୋଗ ର ଗୋଟିଏ ବସ୍ତୁ ବୋଲି ଭାବନ୍ତି । ଏମିତି ବ୍ୟବହାର କରନ୍ତି ଯେମିତି ସେମାନେ ଗୋଟିଏ କଲ ଗାର୍ଲ । ପ୍ରଥମେ ଯେଉଁ ଖେଳାଳୀ ଙ୍କ ନାଁ ସେ ଉଲ୍ଲେଖ କରିଛନ୍ତି ସେ ହେଲେ ଦକ୍ଷିଣ ଆଫ୍ରିକୀୟ ଖେଳାଳୀ ଗ୍ରୀମ୍ସ ସ୍ମିଥ । ଅଷ୍ଟ୍ରେଲିଆ ର ଦୁଇ ଖେଳାଳି ଙ୍କ ନାଁ ବି ସେ କହିଛନ୍ତି ଏବଂ ଏହା ସହିତ ସେ କହିଛନ୍ତି ଯେ, ମୁଁ କିଛି ଖେଳାଳୀ ଙ୍କ ନାଁ ନେବାକୁ ଚାହୁଁନି ଯେଉଁମାନେ ଚିୟର ଗାର୍ଲ ଙ୍କୁ ରାତିରେ ରୁମ କୁ ଆସିବାକୁ ମଧ୍ୟ ଅଫର ଦିଅନ୍ତି ।
ତାଙ୍କ କହିବାନୁଯାୟୀ କ୍ରିକେଟର ଙ୍କ ଠାରୁ ଏତେ ଚରିତ୍ର ହୀନ ମୁଁ ଆଜି ଯାଏଁ ଦେଖି ନାହିଁ । ଭାରତୀୟ ଖେଳାଳି ଙ୍କ ବିଷୟ ରେ ଲେଖିଛନ୍ତି ସବୁଠାରୁ ଭଦ୍ର ଓ ନମ୍ର ଖେଳାଳି ହେଉଛନ୍ତି ଭାରତୀୟ ଟିମ ର ଖେଳାଳି । ଏମାନେ ଏତେ ଭଲ କେବେବି କାହାକୁ ଖରାପ ବ୍ୟବହାର ଦେଖାନ୍ତି ନାହିଁ । ଏପରିକି ସେମାନେ ଚିୟର ଗାର୍ଲ ଙ୍କୁ ନିଜ ପରିବାର ସଦସ୍ୟ ଙ୍କ ଭଳି ସମ୍ମାନ ଦିଅନ୍ତି । ସେ କହିଛନ୍ତି ଯେ, ଅନ୍ୟ ଦେଶର ଖେଳାଳି ଙ୍କୁ ଭାରତୀୟ ଖେଳାଳି ଙ୍କ ଠାରୁ କିଛି ଶିଖିବା ଉଚିତ ।